ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟରେ ଯୋଗଦାନ 

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟରେ ଯୋଗଦାନ 

ନବରଙ୍ଗପୁର:(୧୨|୪)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଧୋଡ୍ରା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସରକାରୀ (ଏସ୍ ଏସ୍ ଡି)ଉଚ୍ଚ ବିଦ୍ୟାଳୟ, ଭୀମାଗୁଡା ରେ ଅତିରିକ୍ତ ଦାୟିତ୍ଵରେ ବଡଭରଣ୍ଡି,ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅବନୀ ମଜୁମଦାର ଉକ୍ତ ବିଦ୍ୟାଳୟର କାର୍ଯ୍ୟ ଭାର ତୁଲାଇ ଆସୁଥିଲେ l ଉକ୍ତ ପଦବୀ କୁ ପୂରଣ ନିମନ୍ତେ ଏସ୍ ଏସ୍ ଡି ବିଭାଗ ଦ୍ଵାରା ବଡଆମ୍ବଡା ରେ କାର୍ଯ୍ୟରତ ଆଦର୍ଶ ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରାଙ୍କୁ ବଦଳି କରାଯାଇ ସମ୍ପୃକ୍ତ ବିଦ୍ୟାଳୟ କୁ ସ୍ଥାୟୀ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ଆସିଥିବାରୁ ସେ ଉକ୍ତ ବିଦ୍ୟାଳୟରେ ଯୋଗଦାନ କରିଥିଲେ l

ଯୋଗଦାନ ସମୟରେ ଅତିରିକ୍ତ ଦାୟିତ୍ଵରେ ଥିବା ପ୍ରଧାନଶିକ୍ଷକ ଶ୍ରୀ ମଜୁମଦାର ସାର୍, ବି ଏସ୍ ପଦର (ଏସ୍ ଏସ୍ ଡି)ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସାଧୁରାମ ଭତ୍ରl ଉପସ୍ଥିତ ରହିଥିବା ବେଳେ ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ତାଙ୍କ ଯୋଗଦାନରେ ଅତିରିକ୍ତ ଦାୟିତ୍ଵରେ ଥିବା ପ୍ରଧାନଶିକ୍ଷକ ଉକ୍ତ ଦାୟିତ୍ୱରୁ ମୁକ୍ତି ପାଇଥିଲେ ଓ ବିଦ୍ୟାଳୟରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଥିଲା l ପ୍ରଧାନ ସହକାରୀ ଶିକ୍ଷକ ଦାୟିତ୍ଵ ନେଇ ଶିକ୍ଷକ, ଶିକ୍ଷୟତ୍ରୀ, ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ବୃନ୍ଦ ଙ୍କ ସହଯୋଗ କାମନା କରିଥିଲେ l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପିକ ଅପ ଗାଡି ଧକ୍କାରେ ଦୁଇ ଯୁବକ ମୃତ ଘଟଣା, କ୍ଷତିପୂରଣ ଦାବିରେ ମୋଟେର ଠାରେ ରାସ୍ତା ଅବରୋଧ

Sunil Chandra Nayak

ଜୁନାଗଡ଼ ଥାନା ରେ ଭାରତୀୟ ନ୍ୟାୟ ସଂଗୀତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

masiha

Leave a Comment

error: Content is protected !!