ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ

ଧର୍ମଗଡ:୨୮/୨/୨୩:  ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷୀ ଙ୍କ ଅଧ୍ୟକ୍ଷତାରେ କୋର କମିଟି ର ଏକ ଜରୁରୀ ବୈଠକ ସ୍ଥାନୀୟରୟାଲ ପେଲେଶ ହୋଟେଲ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପାତ୍ର, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପଟଯୋଷୀ, ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ,ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଦିଗାମ୍ବର ଦୁରିଆ, ଓକିଲ ସଂଘ ସଭାପତି ଧୀରେନ୍ଦ୍ର ନାଥ ପାତ୍ର, ରାଜେନ୍ଦ୍ର ମୁନି, ଅଜିତ କୁମାର ସାହୁ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ସୁନିଲ କୁମାର ପାତ୍ର, ଜିଲ୍ଲା କେମିଷ୍ଟ ସଂଘ ସମ୍ପାଦକ ହୃଷୀକେଶ ମିଶ୍ର, ବ୍ୟବସାୟୀ ସଂଘ ସମ୍ପାଦକ ଅରୁଣ କୁମାର ତାୟାଲ, ସାରପଞ୍ଚ ସଂଘ ସଭାପତି ହାତୀ ରାମ ଦୁର୍ଗା,ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଶିକ୍ଷାବିତ ଜଗବନ୍ଧୁ ମିଶ୍ର, ଲିଙ୍ଗରାଜ ପାତ୍ର, ବିଜେଡି ରୁ ବିବେକ ରଂଜନ ମିଶ୍ର, ସାମ୍ୱାଦିକ ସଂଘ ରୁ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ବୈଦ୍ୟନାଥ ବେହେରା,ଅଂଶୁମାନ ପାତ୍ର, ଶିଶୁ ମନ୍ଦିର ସମ୍ପାଦକ ସାଇ ଗୋପାଲ ସାହୁ, ଙ୍କ ସମେତ ଦଳ ମତ ନିର୍ବିଶେଷ ରେ ସମସ୍ତ ବୁଦ୍ଧିଜୀବି ଏକତ୍ରିତ ହୋଇ ଥିଲେ । ନୂତନ ଜିଲ୍ଲା ଗଠନ ନେଇ ରାଜ୍ୟ ସରକାର ଙ୍କ ସକରାତ୍ମକତା ଦୃଷ୍ଟି କୋଣରୁ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଆଶା ଦୃଢୀଭୂତ ହୋଇଛି । ଜିଲ୍ଳା ଦାବୀ କୁ ସରକାର ଙ୍କ ଠାରେ ସଠିକ ଭାବେ ଉପ ସ୍ଥାପନ ପାଇଁ ଏକ କୋର କମିଟି ଗଠନ କରା ଯାଇଥିଲା । ଏହି କମିଟି ମୂଖ୍ୟ ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ନିଷ୍ପତ୍ତି ନିଆ ଯାଇ ଥିଲା । ମୂଖ୍ୟ ମନ୍ତ୍ରୀ ଙ୍କୁ ଧର୍ମଗଡ ମାଟି ରେ ଭବ୍ୟ ସ୍ଵାଗତ ସହ ଧର୍ମଗଡ ଜିଲ୍ଲା ଗଠନ ପାଇଁ ନିବେଦନ ରଖିବା ପାଇଁ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ ପ୍ୟାନେଲର କଡ଼ା ଆଭିମୁଖ୍ୟ

Sunil Chandra Nayak

ଯାମଦା ଥାନା !ତେନ୍ତୁଳି ଗଛରେ ଜଗିଥିଲା ଯମ । ଗଛରୁ ପଡି ଯୁବକ ମୃତ !

Sunil Chandra Nayak

ପାଞ୍ଚ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ରେ କପିଳପ୍ରସାଦ – ଜଟଣୀ ରାସ୍ତା ଭୂମି ପୂଜନ କଲେ ବିଧାୟକ

Leave a Comment

error: Content is protected !!