ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବନାଥପୁରଠାରେ ଟାଟା ପାୱାର ପକ୍ଷରୁ ବିଦ୍ୟୁତ୍ ଦେୟ ନେଇ ସଚେତନତା ବୈଠକ

ଲାଞ୍ଜିଗଡ଼,୨୮/୦୨(ମନିସ)-ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବ୍ଲକ ତଥା ପଞ୍ଚାୟତ କର୍ତ୍ତ୍ରୁପକ୍ଷ, ସାଂସଦ ଓ ବିଧାୟକ ପାଣ୍ଠିରୁ ବିଭିନ୍ନ ସ୍ଥାନରେ ହାଇମାଷ୍ଟ୍ ଲାଇଟ୍, ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ସହିତ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ନିଆଯାଇଛି ! ତେବେ ବିଦ୍ୟୁତ ବିଭାଗ ଓ ସଂପ୍ରୁକ୍ତ କର୍ତ୍ତ୍ରୁପକ୍ଷଙ୍କ ମଧ୍ୟରେ ସମ୍ମନ୍ବୟର ଅଭାବ ହେତୁ ସେସବୁର ବିଦ୍ୟୁତ ଦେୟ ପୈଠ କରିବାରେ ସମସ୍ୟା ସ୍ରୁଷ୍ଟି ହେଉଛି ! ଏଣୁ ନିୟମିତ ବିଦ୍ୟୁତ୍ ଦେୟ ପୈଠ ଏବଂ ଏଥିରେ ସଂସ୍କାର ଆଣିବାକୁ ଟାଟା ପାୱାର ପକ୍ଷରୁ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ! ଟାଟା ପାୱାର ପକ୍ଷରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କିଶୋର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ସୌଦାଗର ମେହେର ପ୍ରମୁଖ ଯୋଗ ଦେଇ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ! ଏଇ ଅବସରରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆ, ଜିପିଇଓ ସରୋଜ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଦ୍ୟୁତ୍ ବିଭାଗ ଏବଂ ବ୍ଲକ ତଥା ପଞ୍ଚାୟତ କର୍ତ୍ତ୍ରୁପକ୍ଷଙ୍କ ମଧ୍ୟରେ ସମ୍ମନ୍ବୟ ରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଥିଲେ ! ଏଇ ଅବସରରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ସମିତି ସଭ୍ୟ ଗୋବିନ୍ଦ ନାଏକ, କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକଙ୍କ ସମେତ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ ! ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ, ପ୍ରମୋଦ ସାହୁ, ପ୍ୟାରୀଲାଲ ମାଝୀଙ୍କ ସମେତ ସୌମ୍ୟରଞ୍ଜନ ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶା ପକ୍ଷରୁ ସମ୍ବର୍ଦ୍ଧନା

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

masiha

ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜନ୍ମତିଥି ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ 

Sunil Chandra Nayak

Leave a Comment

error: Content is protected !!