ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ବିଶିଷ୍ଟ ଖବର କାଗଜ ବିତରକ ଭୋଳାନାଥ ଶର୍ମା ଆରପାରିରେ

ମୟୂରଭଞ୍ଜ -୨୨/୫ (ମସିହା) ମୟୂରଭଞ୍ଜ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ଗ୍ରାମର ବାସିନ୍ଦା ତଥା ଓଡ଼ିଶାର ବରିଷ୍ଠ ଓ ବିଶିଷ୍ଟ ଖବରକାଗଜ ବିତରକ ଭୋଳାନାଥ ଶର୍ମା(୭୬) କଟକରେ ଏସସିବି ମେଡିକାଲ କଲେଜରେ ଚିକିତ୍ସା ଦିନ ଅବସ୍ଥାରେ ଆଜି ସକାଳ ୭.୩୦ ଟା ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କର ସାନପୁଅ ବିକାଶ ଶର୍ମା ଉପସ୍ଥିତ ଥିଲେ । ତାଙ୍କର ଦେହାନ୍ତ ଖବର ଶୁଣି ରାଇରଙ୍ଗପୁର ସମେତ ମୟୂରଭଞ୍ଜ କେନ୍ଦୁଝର, ଜାମସେଦପୁର ଅଂଚଳରେ ତାଙ୍କ ସଂପର୍କରେ ଆସିଥିବା ପାଠକ,ଖବର କାଗଜ ମାଲିକଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ।ତାଙ୍କର ମର ଶରୀରକୁ ଅପରାହ୍ନରେ ତାଙ୍କ ପୈତୃକ ଭବନକୁ ଅଣା ଯାଇଥିଲା । ସେଠାରେ ଜ୍ଞାତି କୁଟୁମ୍ବ,ପରିଜନ,ଖବର କାଗଜ ପାଠକ ସମସ୍ତେ ପହଞ୍ଚି ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ତାଙ୍କର ଶେଷ କୃତ୍ୟ ଖଡଖାଈ ନଦୀକୂଳ ସ୍ବର୍ଗ ଦ୍ଵାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।ବଡ଼ପୁଅ ମନୋଜ ଶର୍ମା ମୁଖାଗ୍ନୀ ଦେଇଥିଲେ । ଶେଷକୃତ୍ୟ ସମୟରେ ମଝିଆ ପୁଅ ଅନିଲ ଶର୍ମା ,ସାନପୁଅ ବିକାଶ ଶର୍ମା ଏବଂ ନାତି ପ୍ରମୁଖ ଉପସ୍ଥିତ ଥିଲେ ।ସେ ଦିର୍ଘ ୬୦ ବର୍ଷ ହେଲା ଖବର କାଗଜ ବିତରକ କାର୍ଯ୍ୟ ଅଦ୍ୟାବଧି କରି ଆସୁଥିଲେ ।ଝରାଡିହି ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସ୍ମୃତି ରଂଜନ ପାଣି,୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାନ୍ତ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ରାଜେଶ ଶର୍ମା, ମେଘନାଦ ହେମ୍ବ୍ରମ,ଶ୍ଯାମଳେନ୍ଦୁ ପରିଡ଼ା, ରତିକାନ୍ତ ବେହେରା,ଜ୍ୟୋତିଷ ବାରିକ,ଆନନ୍ଦ ଶର୍ମା ପ୍ରମୁଖ ପହଞ୍ଚି ଦିବଂଗତ ଭୋଳାନାଥ ଶର୍ମାଙ୍କ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଭୋଳାନାଥ ଶର୍ମା ଜଣେ ଅମାୟିକ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଓ ଆଧ୍ୟାତ୍ମିକଵାଦୀ ବ୍ୟକ୍ତି ଥିଲେ । ରାଇରଙ୍ଗପୁର ସହରରେ ଭୋଲିଆ ଭାଇ ଭାବେ ପରିଚିତ । ଇଂରାଜୀ, ହିନ୍ଦୀ,ବେଙ୍ଗଲୀ,ଓଡ଼ିଆ ଖବରକାଗଜର ବିତରକ ଥିଲେ ।ତାଙ୍କ ଦେହାନ୍ତରେ ପାଠକଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି । ରାଇରଙ୍ଗପୁର ସମେତ ଆଖପାଖ ଅଂଚଳରେ ସେ ବହୁତ ହକର ସୃଷ୍ଟି କରିଥିଲେ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର କୋଣେ ଅନୁକୋଣେ କେମିତି ଖବର କାଗଜ ପହଞ୍ଚିଵ ,ଖବର କାଗଜର ଆଦୃତ ହେବ, ଗାଁ ଲୋକେ ସହର ଗାଁ ଓ ଦେଶ ବିଦେଶର ଖବର ଜାଣିବାକୁ ପାଇବେ ସେଥିପାଇଁ ସେ ଅହରହ ବହୁ ଦୁଃଖ କଷ୍ଟ ସ୍ବିକାର କରି ପ୍ରଚେଷ୍ଟା ଜାରି ରଖିଥିଲେ । ତାଙ୍କ ଭଳି ଆଉ ଜଣେ ଖବର କାଗଜ ବିତରକ ମୟୂରଭଞ୍ଜ ଜିଲ୍ଲାର ସୃଷ୍ଟି ହେବା ଏକ ବିରଳ ପ୍ରଶ୍ନ ? ଭଗବାନ ତାଙ୍କର ଅମର ଆତ୍ମାର ସଦଗତି ଦିଅନ୍ତୁ ବୋଲି ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

masiha

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

masiha

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!