ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସ୍ଥିତ କୁରୁଗୁଡା ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରୋଷେୟା ସେବାୟତ ସଙ୍ଘ ପକ୍ଷରୁ ବ୍ଲକ ସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ 

ଜୁନାଗଡ଼ ସ୍ଥିତ କୁରୁଗୁଡା ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରୋଷେୟା ସେବାୟତ ସଙ୍ଘ ପକ୍ଷରୁ ବ୍ଲକ ସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ 

ଜୁନାଗଡ଼୮/୬ (ମନୀ ସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ କୁରୁଗୁଡା ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବିଭାଗ ର ରୋଷେୟା ସେବାୟତ ସଙ୍ଘ ପକ୍ଷରୁ ଏକ ବ୍ଲକ ସ୍ଥରୀୟ ବାର୍ଷିକ ସଭା ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ରୋଷେୟା ସେବାୟତ ସଙ୍ଘ ର ଉପ ସଭାପତି ତଥା କଳାହାଣ୍ଡି ଜିଲ୍ଲା ରୋଷେୟା ସେବାୟତ ସଙ୍ଘ ର ଜିଲ୍ଲା ପ୍ରତିନିଧି ନିରାକାର ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ସଭାପତି ଭୂପେନ୍ଦ୍ର ମାଝୀ , ସମ୍ପାଦିକା ଜିରା ମାଝୀ, ରାଜ୍ୟ କାର୍ଯ୍ୟକାରୀଣି ସଭ୍ୟ ତଥା ଲାଞ୍ଜିଗଡ ବ୍ଲକ ସମ୍ପାଦକ ଖିରାବ୍ଧି ଯୁଆଡ ସମେତ ବିଭିନ୍ନ ବ୍ଲକ ରୁ ସଙ୍ଘ ର ସଦସ୍ୟ ମାନେ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ l ଏଥିରେ ରୋଷେୟା ସେବାୟତ ମାନଙ୍କୁ କାର୍ଯ୍ୟ ରେ ନିୟମିତ କରିବା, ୨୪ଘଣ୍ଟା କାର୍ଯ୍ୟ ରେ ନିୟୋଜିତ ଥିବାରୁ ୨୪ଘଣ୍ଟା ର ପାଉଣା ଦେବା ସହ ଆଉ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ଥିଲା l ସେମାନେ ଏହି ସମସ୍ୟା ଉପରେ ନେଇ ସରକାର ତଥା ପ୍ରଶାସନ କୁ ବାରମ୍ବାର ଅବଗତ କରାଇବା ସହ ଜିଲ୍ଲା ସ୍ତରରେ ତଥା ରାଜ୍ୟ ସ୍ତରରେ ଧାରଣା ରେ ବସିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିକି ପାରି ନାହିଁ l ଆଗାମୀ ଦିନ ରେ ଯଦି ଏହି ସମସ୍ୟା ର ସମାଧାନ ନ ହେଲେ ରାଜ୍ୟ ରୋଷେୟା ସେବାୟତ ସଙ୍ଘ ରାଜରାସ୍ତା କୁ ଓଲ୍ହେଇବେ ବୋଲି ଚେତାବନୀ ଦେଇଛନ୍ତି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମହାକାଳପଡ଼ା ବ୍ଲକ ର ରାଜଗଡ ଗ୍ରାମ ପଞ୍ଚାୟତଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ପ୍ରେସ-ଇ‌େ‌ମ୍ପ୍ରସ ମିଡିଆ କ୍ଲବ’ର ବାର୍ଷିକ ସମ୍ମିଳନୀ  ‘ସାମ୍ବାଦିକଙ୍କ ସେବା ସୀମାରେ ପହରାରତ ସୈନିକ କାର୍ଯ୍ୟଠାରୁ ବି କମ ନୁହେଁ’

Sunil Chandra Nayak

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

Sunil Chandra Nayak

Leave a Comment

error: Content is protected !!