ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖତିଗୁଡା ରେ ସମବାୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ଋଣ କର୍ମଶାଳା

ତେନ୍ତୁଳିଖୁଣ୍ଟି -28.03.23 – – ଆଜି ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ଆନୁକୂଲ୍ୟରେ ରେ ଖାତିଗୁଡାଠାରେ ଆୟୋଜିତ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ପାତ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କ ଚାଷୀ SHG ମାନଙ୍କ ମଙ୍ଗଳ ପାଇଁ ଯେଉଁ ଋଣର ସୁଧ ରିହାତି ବ୍ୟବସ୍ଥା କରାଯାଇ ଅଛି ତାର ଭରପୁର ଫାଇଦା ନେବାକୁ ଲୋକଙ୍କୁ ସଚେତନ ହେବାକୁ ଅନୁରୋଧ କରିଥଲେ। ତତ୍ ସଂଗେ ଲ୍ୟ।ମ୍ପ୍ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ଲୋକଙ୍କୁ ସଚେତନ କରାଇବାକୁ ପ୍ରସ୍ତାବ ରଖିଥିଲେ। ମୁଖ୍ୟ ଅତିଥି ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ଥିଲେ। ରାଜ୍ୟ ସରକାର କୃଷକ ମାନଙ୍କ ସୁବିଧା ପାଇଁ ଲ୍ୟାମ୍ପ ପୁନର୍ଗଠନ ନିଷ୍ପତ୍ତି ନେଇଛନ୍ତି ,ଏହି ପରିପ୍ରେକ୍ଷୀ ରେ ଗୌଡ଼ ଦେଓପାଲି ,ପରଜା ବାରଙ୍ଗ ପଦର ଓ ମଞ୍ଚା ଗାଁ ଲମତା ଗୁଡା ଗ୍ରାମ ପଂଚାୟତ କୁ ନେଇ ଏକ ଲ୍ୟାମ୍ପ ଗଠନ ନିଷ୍ପତ୍ତି ହୋଇଥିବା ଘୋଷଣା କରାଯାଇଥିଲା।। ଆଜିର ଏହି କର୍ମଶାଳା ରେ ଲ୍ୟାମ୍ପ ଏମ ଡି ନରେଶ ଚନ୍ଦ୍ର ଦାଶ, ସରପଞ୍ଚ ବନ୍ଦିତା ନାୟକ , ବ୍ଲକ ବିଜେ ଡି ସଭାପତି ପ୍ରଫୁଲ୍ଲ ନାଗ , ବିଶ୍ୱନାଥ ବିଶ୍ୱାଳ ଚାଷୀ ଦୁର୍ଲଭ କନ୍ଧ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ଶତାଧିକ ଚାଷୀ ଓ ମହିଳା ଏସ ଏଚ ଜି ସଭ୍ୟା ଙ୍କୁ ଲ୍ୟାମ୍ପ ର ସହଯୋଗ ରେ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ କରାଯାଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଘନ କୁହୁଡି ଯୋଗୁଁ ପନିପରିବା ଫସଲ ନଷ୍ଟ,ଚିନ୍ତାରେ ଚାଷୀ

masiha

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ

masiha

Leave a Comment

error: Content is protected !!