ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡରେ ବାରଘଣ୍ଟିଆ ବନ୍ଦ ନେଇ ପ୍ରସ୍ତୁତି ବୈଠକ

 ମୟୂରଭଞ୍ଜ- ୪/୪ (ମସିହା) ବାମନଘାଟୀ ଉପଖଣ୍ଡ କୁ ସ୍ବତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନ ନେଇ ଆଜି ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତି ସଭାପତିତ୍ବରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବାମନଘାଟୀ ଉପଖଣ୍ଡ କୁ ସଂପୁର୍ଣ୍ଣ ଭାବେ ଵାରଘଣ୍ଟିଆ ବନ୍ଦ କରିବା ପୂର୍ବ ନିଷ୍ପତ୍ତିକୁ ପାଳନ ପାଇଁ ଆହ୍ବାନ ଦିଆଯାଇଥିଲା । ଏଥିପାଇଁ ସବୁ ବ୍ଲକରେ ବ୍ଳକ ଅଧ୍ୟକ୍ଷ, ସ୍ଥାନୀୟ ସର୍ବଦଳୀୟ ନେତୃବୃନ୍ଦକୁ ବନ୍ଦକୁ କିଭଳି ସଫଳ କରିବେ ଦାୟିତ୍ଵ ଦିଆଯାଇଥିଲା ।ସବୁ ବ୍ଲକରେ ବୈଠକ, ପଥପ୍ରାନ୍ତ ସଭା,ବାନର ପୋଷ୍ଟର ,ଡ଼ାକବାଜି ଯନ୍ତ୍ର ଦ୍ବାରା ସମସ୍ତଙ୍କୁ ସଚେତନତା ବାର୍ତା ଦେବାପାଇଁ ନିଷ୍ପତ୍ତି ହୋଇଥିଲା । ଆଜିର ବୈଠକରେ ସ୍ଵତଃସ୍ପୃତ ଭାବରେ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ତରଫରୁ କର୍ମକର୍ତ୍ତାବୃନ୍ଦ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ସ୍ବେଛାସେବୀ,ବଣିକ ସଂଘ,ମୋଟର‌କର୍ମଚାରୀ ସଂଘ,ରୋଟାରୀ କ୍ଲବ,ଲେଖକ,କବି, ସଚେତନ ନାଗରିକ, ବରିଷ୍ଠ ନାଗରିକ ସଂଘ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ସକରାତ୍ମକ ମତ ଉପସ୍ଥାପନା କରିଥିଲେ । ବୈଠକରେ ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା,ଵର୍ଷିଆନ ସମାଜସେବୀ ମନୋରଞ୍ଜନ ମହାନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ବିଜେପି ରାଜ୍ୟ ସଂପାଦକ ନବୀନ ରାମ ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ସଂଜୀବ ମହାନ୍ତି,ଗ୍ରାମୀଣ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳ, ତିରିଂଵ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଦ, ଜଲେନ ନାଏକ,ଡ଼୍ରାଇଭର ସଂଘ ସଭାପତି ପିଣ୍ଟୁ ସର୍ଦାର, ଗୋରୁମହିଷାଣୀ ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ,ଲାଲବାବୁ ସାହୁ,ଅଧ୍ୟାପକ ବିଜୟ ରାମ,ରୋଟାରୀଆନ ଅରବିନ୍ଦ ବାଗାଡିଆ, ସାମ୍ବାଦିକ ସୌରଭ ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ଅକ୍ଷୟ ବିଶ୍ବାଳ,ରାଜେଶ ଶର୍ମା, ତୁଷାର କାନ୍ତ ମହାନ୍ତ,ସତ୍ୟ ରଂଜନ ପାଲ, ମେଘନାଦ ହେମ୍ବ୍ରମ,ନୀରଜ ସାହୁ,ରାଜା ବରାଳ,ଦୀପୁ ବଳ,କୌଶିକ କାଶ୍ୟପ ମହାନ୍ତୀଙ୍କ ସମେତ ବହୁ ନୂତନ ଜିଲ୍ଲା ସମର୍ଥନ କାରୀ ସାମିଲ ହୋଇଥିଲେ ।ଶେଷରେ ସମାଜସେବୀ କାଳୀପ୍ରସନ୍ନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ସଫଳ ଅୟୋଜନ ନେଇ ସମ୍ବର୍ଧନା ସଭା ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧିତ କଲେ କର୍ମକର୍ତ୍ତା

masiha

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

ନୂଆ ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Leave a Comment

error: Content is protected !!