ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ

 ଢେ଼ଙ୍କାନାଳ(ମ ସୀ ହା)୦୮/୦୪_ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ସନାତନୀ କ୍ୟାଲେଣ୍ଡରର ପ୍ରଥମ ଦିବସ ଅର୍ଥାତ୍ ପହିଲି ବୈଶାଖରେ ଫୋରମର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରାଙ୍କ ସଭାପତିତ୍ୱରେ “ବରା” ଦିବସ ପାଳନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁ ଯୋଗଦେଇ ପ୍ରଭୁ ଚନ୍ଦ୍ରଶେଖର, ସହିଦ୍ ବାଜିରାଉତ୍ ପରି ଢେ଼ଙ୍କାନାଳ “ବରା”ର ଏକ ସ୍ଵତନ୍ତ୍ର ପରିଚୟ ଥିବା ଉଲ୍ଲେଖ କରିଥିଲେ l ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗ କହିଥିଲେ ଯେ ମୁଁ ମାତ୍ର ତିନି ମାସ ହେଲା ଆସିଥିଲେ ମଧ୍ୟ ଓଡିଶା ଭିତରୁ ଏବଂ ବାହାରୁ ମୋ ସାଥିମାନେ ଢେଙ୍କାନାଳ ବରା ବିଷୟରେ ଆଲୋଚନା କରନ୍ତି l ନଗରପାଳିକା ଜୟନ୍ତୀ ପାତ୍ର ଯୋଗଦେଇ କହିଥିଲେ ଏହି ଉତ୍ସବକୁ ପ୍ରତ୍ୟେକ ବର୍ଷ ପାଳନ କରି ଢେଙ୍କାନାଳରେ ତିଆରି କରୁଥିବା ଉତ୍ତମ ବରା ଦୋକାନୀ ମାନଙ୍କୁ ସମ୍ମାନିତ କରାଯିବ l ଏତତ୍ ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଫୋରମର ଉପଦେଷ୍ଟା ପୂର୍ବତନ ଓଡିଶା ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଉପଦେଷ୍ଟା ପଙ୍କଜ ନାୟକ, ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ, ମିଳିତ ପୂଜା କମିଟି ସଭାପତି ତଥା ଢେଙ୍କାନାଳ ଓକିଲ ସଂଘ ସଭାପତି ଗୋପାଳ ପାତ୍ର, ବଣିକ ସଂଘ ସଭାପତି ରାଜେନ୍ଦ୍ର ଦାସଙ୍କ ସହିତ ଫୋରମର ବିଭିନ୍ନ ଶାଖା ଗୁଡିକର କାର୍ଯ୍ୟକତ୍ତା ମାନେ ଉପସ୍ଥିତ ଥିଲେ l ସହସମ୍ପାଦକ ଆଇନଜୀବି ଗୁପ୍ତେଶ୍ୱର ମିଶ୍ର ଶେଷରେ ଧନ୍ୟବାଦ ସହ ଢେଙ୍କାନାଳ ବରା କୁ “ଜି ଆଇ” ଟ୍ୟାଗ୍ କରିବା ପାଇଁ ପ୍ରସ୍ତାବ ରଖିଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଭଙ୍ଗାବାରି ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ର ର ଭିତ୍ତିପ୍ରସ୍ତର 

masiha

ଓଡ଼ିଶା ପ୍ରଶାସନିକ ସେବା ଓଏଏସ ପରୀକ୍ଷାରେ ଜୟପାଟଣା ସହରର ସୁମିତ କୁମାର ଅଗ୍ରୱାଲ ଓ ଓପିଏସ୍ ସି ପରୀକ୍ଷାରେ ସଫଳତା ରଚିଲେ ସନାତନ ମାଝୀ

Sunil Chandra Nayak

ଚଚରାଗୁଡାରେ ମା ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!