ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଠ ତସ୍କରଙ୍କ ଭୟରେ ଗ୍ରାମବାସୀ,  ଅବାନ୍ତର ଗଛ କଟାକୁ ପ୍ରଶ୍ରୟ ଦେଉଛି କି ବନ ବିଭାଗ?

କାଠ ତସ୍କରଙ୍କ ଭୟରେ ଗ୍ରାମବାସୀ, 

ଅବାନ୍ତର ଗଛ କଟାକୁ ପ୍ରଶ୍ରୟ ଦେଉଛି କି ବନ ବିଭାଗ?

 ରାୟଗଡ,୫।୫ ରାୟଗଡ ଜିଲ୍ଲାରେ ଯେଉଁ ଭଳି ଭାବେ ଜଙ୍ଗଲ କଟା ଯାଉଛି ତାହାର ହାରକୁ ଲକ୍ଷ୍ୟ କଲେ ଆଉ କିଛି ବର୍ଷ ପରେ ଜିଲ୍ଲାରେ ଆଉ ଗଛ ଆସନ୍ତା ପିଢ଼ି ପାଇଁ ସ୍ଵପ୍ନ ହୋଇଯିବ ତାହା କହି ହେବ ନାହିଁ। ଏହି ପରିପ୍ରେକ୍ଷୀରେ ବନ ବିଭାଗ ଉପରେ ମଧ୍ୟ ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ସୂଚନା ମୁତାବକ ନୂତନ ବନୀକରଣ ନାଁ ମୁନିଗୁଡା ବ୍ଳକରେ କୋଟି କୋଟି ଟଙ୍କାର ହଡ଼ପ ଅଭିଯୋଗରେ ରାୟଗଡ ଜିଳ୍ଲାରେ କିଛି ଦିନ ତଳେ ଡି ଏଫ୍ ଓ ବିଜୟ କୁମାର ପରିଡ଼ାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ମଧ୍ୟ ବନ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଥିଲା । ସେହି ଭଳି ଗତ ଦଶ ଦିନ ହେଵ କାଶୀପୁର ବ୍ଳକ ତଲଝିରି ପଞ୍ଚାୟତର ଚଟୁ ଆକାଶ ଡଙ୍ଗରରେ ୧୯୯୦ ମସିହାରେ ଆଇଫାଡ ଦ୍ବାରା ୧୦ ହଜାର ଲଗାଯାଇଥିବା ଆକାଶିଆ ଗଛକୁ କାଠ ମାଫିଆ ମାନେ ବ୍ୟବସାୟୀକ ଭିତ୍ତିରେ କାଟି ନେଇଯିବା ପାଇଁ ଯେଉଁ ପ୍ରୟାସ କରିଥିଲେ ତାକୁ ନେଇ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ବିରୋଧ କରି ଗଛ ନ କାଟିବା ପାଇଁ କହିବାରୂକ୍ତ କାଠ ମାଫିଆ ମାନେ ଗ୍ରାମବାସୀଙ୍କୁ ଧମକ ଚମକ ମଧ୍ୟ ଦେଇଥିବା ଜଣ ପଡ଼ିଛି । ଏ ନେ଼ଇ ଉକ୍ତ ଗ୍ରାମର କିଛି ଲୋକ ସାହାସ କରି କାଶିପୁର ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଆକାରରେ ଦେଇଥିବା ବେଳେ କାଶୀପୁର ବନଖଣ୍ଡ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ତାଙ୍କ ଟିମ୍ ସହ ଉକ୍ତ ଡଙ୍ଗରକୁ ଯାଇ ଘଟଣା ସ୍ଥଳରେ ଗଛ କଟା ଯାଉଥିବା ଦେଖିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ଏକ ବଡ ପ୍ରଶ୍ନ ଉଠୁଛି। ଏହି ଅବସରରେ ଉକ୍ତ ଗଛ ଗୁଡ଼ିକ ଲଗାଯାଇଥିବା ବେଳେ ନଥିପତ୍ରରେ ଉକ୍ତ ଗଛ ଗୁଡ଼ିକୁ ନ କରିବା ପାଇଁ ସ୍ପଷ୍ଟ ହୋଇଥିଲେ ସୁଦ୍ଧା କିଛିଟା ଅର୍ଥ ପାଇଁ ଉକ୍ତ ଡଙ୍ଗରରୁ ଗଛ କାଟିବା କାଠ ତସ୍କର ଓ ବନ ବିଭାଗର ମଧୁ ଚନ୍ଦ୍ରିକାକୁ ପଦାରେ ପକେଇ ଦେଇଥିବା ନେଇ ଜିଲ୍ଲା ସାରା ଚର୍ଚ୍ଚା ଜୋର ଧରିଛି । ଏ ନେଇ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସାହୁ ଯୋଗାଯୋଗ କରିବାରୁ କହିଛନ୍ତି ଯେ ଆମେ ଉକ୍ତ ଘଟଣା ସ୍ଥଳକୁ ଯାଇଥିଲୁ କିନ୍ତୁ ଉକ୍ତ ଗଛ ନ କାଟିବା ପାଇଁ କହିବାର ଆମ ପାଖରେ କିଛି ନିୟମାବଳୀ ନାହିଁ। ସବୁଠାରୁ ବଡ଼ କଥା ହେଉଛି କାଶୀପୁର ଅଞ୍ଚଳ ବର୍ତ୍ତମାନ ଲଣ୍ଡା ପାହାଡ଼ ଅଞ୍ଚଳ ଭାବେ ପରିଣତ ହେଉଥିବା ବେଳେ ଉତ୍ତାପ ଅସହ୍ୟ ହେବାରେ ଲାଗିଛି ସେହି ସମୟରେ ବନବିଭାଗର ମାନବିକତା କୁଆଡ଼େ ଯାଉଚି ବୋଲି ପରିବେଶବିତ୍ ମାନେ ପ୍ରଶ୍ନ କରିଛନ୍ତି । ଯଦି ଏଭଳି ବନବିଭାଗ ନିଜର ଦାୟିତ୍ୱକୁ ଏଡାଇ ଦେଇ ଯିବା ତାହେଲେ ଏହାର ପରିଣାମ ମାନବ ସମାଜ ପାଇଁ ଭୟାବହତା ହେବ ଏହା ନିଶ୍ଚିତ । ଏ ନେଇ ଏ ସି ଏଫ୍ ଅଶୋକ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ଡଙ୍ଗରକୁ ପତ୍ତ ଆକାରରେ ବଣ୍ଟନ କରା ଯାଇଛି କିନ୍ତୁ ଗଛ କାଟିବା ପାଇଁ ସ୍ପଷ୍ଟ ଭାବେ ନିଷିଦ୍ଧ ଥିବା କୁହାଯାଇ ଅଛି । ସବୁଠାରୁ ବଡ଼ କଥା ହେଲା ଉକ୍ତ ଦଙ୍ଗରକୁ ବହୁ ସଂଖ୍ୟାର ଗଛ କାଟି ପ୍ରଶସ୍ତ ରାସ୍ତା ନିର୍ମାଣ କରାଯାଇଛି ଯାହାକି ଉକ୍ତ ରାସ୍ତା ଦେଇ କାଠ ଗୁଡିକ ରପ୍ତାନୀ କରାଯାଇ ପାରିବ । ଏ ନେଇ ବର୍ତ୍ତମାନ ଉକ୍ତ ଡଙ୍ଗରରୁ ଗଛ କାଟିବା ବନ୍ଦ କରଯାଇଥିବା କହିଥିବା ବେଳେ ଏ ନେଇ ଆଗକୁ କାର୍ଯ୍ୟାନୁଷ୍ଠାନ ହେବା ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

masiha

ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ

masiha

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!