ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନବରଙ୍ଗପୁର:(୨୮|୭)(ରବିନାରାୟଣ ମହାନ୍ତି)ଉମରକୋଟ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟାଳୟ ପରିସରରେ ନିଖିଲ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ପକ୍ଷରୁ ସଂଘର ସମସ୍ତ କାର୍ଯ୍ୟକାରୀ ସଭ୍ୟ ସମେତ ଅନ୍ୟାନ୍ୟ ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ହୃଷୀକେଶ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଗଲା। ଦିନଙ୍କୁ ଦିନ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ଚିଠିର ଆଦାନ ପ୍ରଦାନ , ଅନ୍ତେବାସୀଙ୍କ ଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ପରିବେଶ ଏବଂ ସମୟ ସମୟରେ ସରକାରଙ୍କ ଆଦେଶ ପ୍ରକାରେ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସମ୍ବନ୍ଧରେ ସୂଚନା ଆଦି ପ୍ରଦାନ କରୁଥିବା ଥିବା ଯୋଗୁଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ବାଧ୍ୟ ହୋଇ କମ୍ପ୍ୟୁଟର ଜାଣିଥିବା କେତେକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଦାଇତ୍ୱ ପ୍ରଦାନ କରୁଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତେଣୁ ସମସ୍ତ ବିଦ୍ୟାଳୟ କୁ ତୁରନ୍ତ କିରାଣୀ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିବା ନିମନ୍ତେ ଆଲୋଚନା ହୋଇଥିଲା ସେପରି ବର୍ତ୍ତମାନ ଯେଉଁ ବିଦ୍ୟାଳୟର କିରାଣୀ ମାନଙ୍କୁ ଜିଲ୍ଲା ର ଅନ୍ୟ କାର୍ଯ୍ୟାଳୟ ମାନଙ୍କୁ ଡେପୁଟେଶନ ରେ ସ୍ଥାନାନ୍ତରିତ କରାଯାଇଛି ସେମାନଙ୍କୁ ତୁରନ୍ତ ଫେରେଇ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଦାବି କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଗତ ମାର୍ଚ୍ଚ ମାସ ଠାରୁ ଗେଷ୍ଟ ଅଧ୍ୟାପକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ ହେଉ ନ ଥିବାରୁ ସଭାରେ ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟ ଯେ ଗେଷ୍ଟ ଅଧ୍ୟାପକଙ୍କ ଗତ ୧୦ ମାସ ହେବ ଦରମା ହୋଇନାହିଁ । ସେହିପରି ବିଦ୍ୟାଳୟରେ କାର୍ଯ୍ୟରତ ଗେଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମଧ୍ୟ ଦରମା ଠିକ୍ ସମୟରେ ପ୍ରଦାନ କରା ଯାଉ ନ ଥିବାରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ କାରଣ ଦର୍ଶାଇ ଇତି ମଧ୍ୟରେ ଚାକିରୀ ରୁ ଇସ୍ତପା ପ୍ରଦାନ କରିସାରିଛନ୍ତି , ଏପରି ଜାରି ରହିଲେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଛାତ୍ର ଛାତ୍ରୀ ମାନେ କେତେକ ବିଷୟରେ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଉପସ୍ଥିତ ସଭ୍ୟ ମାନେ ଆଶଙ୍କା ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନ ଦ୍ଵାରା ନିଯୁକ୍ତ ଅଧିକାର ଏହି ବିଷୟ ନେଇ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସହ ଆଲୋଚନା ମାଧ୍ୟମରେ ଏ ସମସ୍ୟାର ସମାଧାନ କରିବା ନିମନ୍ତେ ସଭାରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ଏଥି ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆଇ ଟି ରିଟର୍ନ , ନିର୍ଦ୍ଦିଷ୍ଟ ସମୟରେ ପ୍ରମସନ ଏବଂ ତୁରନ୍ତ ଏମ ଏ ସି ପି ଲାଗୁ ନିମନ୍ତେ ଡି ପି ସି ବୈଠକ, ଗେଷ୍ଟ ଅଧ୍ୟାପକ ଏବଂ ଶିକ୍ଷକ ମାନଙ୍କର ଦରମାର ଅସଙ୍ଗତି ସମ୍ବନ୍ଧରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା। ଆଗାମୀ ଦିନରେ ଜିଲ୍ଲାରୁ ନିଜ ବିଭାଗରେ ମାନ୍ୟବର ମନ୍ତ୍ରୀ ହୋଇଥିବା ନିତ୍ୟାନନ୍ଦ ଗଣ୍ଡଙ୍କୁ ସମ୍ବର୍ଦ୍ଧିତ କରିବା ସହ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମନ୍ତ୍ରୀଙ୍କ କରକମଳରେ ସମ୍ମର୍ଦ୍ଧନା ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ସଂଘ ତରଫରୁ ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି,ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି, ମେସ ଦାୟୀତ୍ବରୁ ଶିକ୍ଷକ ମାନଙ୍କୁ ବିରତି, ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷାନିରୀକ୍ଷକ ପଦବୀ ଏବଂ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ପଦବୀ ସୃଷ୍ଟି , ଶିକ୍ଷା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧ୍ଵକ ଶିକ୍ଷକ ପଦବୀ ସୃଷ୍ଟି କରିବା , ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା ଏବଂ ୨୦୦୬ ମସିହାରୁ କାର୍ଯ୍ୟରତ କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ରେଗୁଲାର କରିବା ଇତ୍ୟାଦି ସମସ୍ୟା ମନ୍ତ୍ରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଗଲା। ଉକ୍ତ ବୈଠକ ରେ ସଂଘର କାର୍ଯ୍ୟକାରୀ ସଭାପତି ଫ୍ରଂସିସ ନାଗ, ଉପସଭାପତି ବିଶ୍ୱଜିତ୍ ମହାରଣା, ହର ପ୍ରସାଦ ମିଶ୍ର, ସମ୍ପାଦକ ସଞ୍ଜୀବ ପଣ୍ଡା, ସହ ସମ୍ପାଦକ ସତ୍ୟ ନାରାୟଣ ପାତ୍ର, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା, ଉପଦେଷ୍ଟା ସାଧୁରମ୍ ଭତରା, ଅସିତ୍ କୁମାର ମହାନ୍ତି, ମହିଳା ପ୍ରତିନିଧି ସୁଚିତ୍ରା ବ୍ରହ୍ମା, ଏବଂ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା, କୋଷାଧ୍ୟକ୍ଷ କାଳି କିଙ୍କର ପଟ୍ଟନାୟକ ଏବଂ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିବା ବେଳେ ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରୋଜ କୁମାର ପାଣି, ପ୍ରତାପ କୁମାର ନନ୍ଦ, ସ୍ଵାଧୀନ କୁମାର ଦାସ, ରାମ ଚନ୍ଦ୍ର ପରିଡା , ଆଦିତ୍ୟ କୁମାର ସାହୁ, ଭବାନୀ ପାତ୍ର, ଅରୁଣ କୁମାର ଷଡଙ୍ଗୀ, ସନ୍ତୋଷ କୁମାର ଦାସ, ମୀନକେତନ ବେହେରା, ଦିପାଂଶ ଶେଖର କୁଞ୍ଚ , ଅନୁଶ୍ରୀ ଗୋଲଦାର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ସାହୁ ପ୍ରତ୍ୟେକ ମାସରେ ବ୍ଲକ ସ୍ତରୀୟ ବୈଠକ କରାଯିବ ବୋଲି ସୂଚନା ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲାଖ ଚାଷ ଉପରେ ସି ଡ଼ିଓ ଙ୍କ ଗୁରୁତ୍ୱାରୋପ

Sunil Chandra Nayak

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କବି  ଶ୍ରୀଜୟଦେବ ଜୟନ୍ତୀ ସମାରୋହ ପାଳିତ 

masiha

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ

masiha

Leave a Comment

error: Content is protected !!