ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୟେଷା ର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ

ଅନ୍ୟେଷା ର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ 

ରାଉରକେଲା: ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୟେଷା – ଏକ ସାହାଯ୍ୟକାରୀ ହାତ ତରଫରୁ ଚଳିତ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତି ମାନଙ୍କୁ ନେଇ ୧୦୩ତମ ସାମୁହିକ ଜନ୍ମ ମହୋତ୍ସବ ସେକ୍ଟର ୮ସ୍ଥିତ ଆଶାର ଆଲୋକ ଠାରେ ପାଳନ କରିଛି। ଅନ୍ୟେଷା ର ସଭାପତି କଳ୍ପନା ଶତପଥୀ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ବ ତଥା କାର୍ଯ୍ୟକ୍ରମର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଆଶାର ଆଲୋକ ଅନ୍ତେବାସୀଙ୍କ ମଧ୍ୟରେ ଯେଉଁମାନେ ଚଳିତ ମାସରେ ଜନ୍ମ ଓ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ଚଳିତ ମାସରେ ଜନ୍ମ ଗ୍ରହଣ କରି ଥିବା ବ୍ୟକ୍ତି ଙ୍କ ଉଦ୍ଦେଶ୍ୟରେ କେକ୍ କାଟିବା ସହ ଭାବ ବିନିମୟ କରିଥିଲେ। ଏହାସହ ସମସ୍ତ ଅନ୍ତେବାସୀଙ୍କ ମଧ୍ୟରେ ଖାଦ୍ୟ ପରିବେଷଣ କରାଯାଇଥିଲା । ଏଥିପାଇଁ ସିଙ୍ଗାପୁରର ସିମରନ୍ ଖୁଣ୍ଟିଆ, ଗୈାରୀ କୁମ୍ଭାର,ସୁମତି ନାୟକ, ଅର୍ଚ୍ଚନା ଦେବତା, ତରୁଲତା ସାମଲ, କଳ୍ପନା ଶତପଥୀ ଙ୍କ ପୁତ୍ର, ମଞ୍ଜୁଳା ପାଢ଼ୀଙ୍କ ପୁତ୍ର, କୁଞ୍ଜବିହାରୀ ରାଉତ ପ୍ରମୁଖ ସହଯୋଗ ର ହାତ ବଢ଼ାଇଥିଲେ। ସେହିପରି ମାସିକିଆ ମାଗଣା ହାଟ ଛେଣ୍ଡ ଧାମରା ବସ୍ତି ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବସ୍ତିର ପ୍ରାୟ ଦେଢଶହ ଶିଶୁ ଓ ବାସିନ୍ଦା ଉପକୃତ ହୋଇଥିଲେ। ବସ୍ତି ବାସିନ୍ଦାଙ୍କ ମଧ୍ୟରେ ନୂତନ ଛତା, ମ୍ୟାଗି ପ୍ୟାକେଟ୍, ନୂତନ ପୁରୁଣା ପୋଷାକ ସେହି ମାଗଣା ହାଟ ରେ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାବିତ୍ ଶଶଧର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଚନ୍ଦ୍ରଶେଖର ଶତପଥୀ, ରଶ୍ମୀତା ପଣ୍ଡା, କୋଷାଧ୍ୟକ୍ଷ ଦିବାକର ଦାସ, ତରୁଲତା ସାମଲ, ରବର୍ଟ ହାଇଫିଲ୍, ରାମ ଚନ୍ଦ୍ର ଜେନା, କଲ୍ୟାଣୀ ଦାସ, ବିଜୟା ଲକ୍ଷ୍ମୀ ତ୍ରିପାଠୀ,ପ୍ରମୋଦିନୀ ତ୍ରିପାଠୀ,ମାନସୀ ପରିଡା,ମଞ୍ଜୁ ମାହତୋ,ସନ୍ଧ୍ୟା ରାଣୀ ନାଥ,ପଦ୍ମାବତୀ ପଲାଇ, ଅଜୟ ନାୟକ, ରଞ୍ଜନ ସାହୁ, ଅନୀତା ନାୟକ,ସତ୍ୟମ ମୋଦକ,ସମୀର ଜେନା,ରୀତା ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଉଭୟ କାର୍ଯ୍ୟକ୍ରମ ସଫଳତା ସହ ସମାପନ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ସଭାପତି ଶ୍ରୀମତୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତଳଡାବାରି ଗାଁରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ତହସିଲଦାର ଓ ସରପଞ୍ଚଙ୍କ ଗସ୍ତ , ବସ୍ତି ଜମିର ଘର ପଟ୍ଟା ଧାରୀଙ୍କ ଜମି ଚିହ୍ନଟ, ଆଦିବାସୀ ପରିବାରଙ୍କୁ ଥଇଥାନ

Sunil Chandra Nayak

ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ସ୍ମୃତିସଭା 

masiha

ଢେଙ୍କାନାଳ ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ପଞ୍ଚାୟତ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀ ମହାସଭା ଅନୁଷ୍ଠିତ

Leave a Comment

error: Content is protected !!