ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ଲକ ସ୍ତରୀୟ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:(ତା ୨୯/୦୭)(ରବି ନାରାୟଣ ମହାନ୍ତି)-ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ବୈଠକ ଗୃହ ଠାରେ ବ୍ଲକ ସଭାପତି ଘନ ମାଝୀଙ୍କ ସଭାପତିତ୍ୱରେ ଆଜି ବ୍ଲକ ସ୍ତରୀୟ ଜନଜାତି ସୁରକ୍ଷା ମଞ୍ଚର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଉମରକୋଟ ଠାରେ ପାଳନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସକୁ ନେଇ ଆଜି ବ୍ଲକରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି |ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ଜନଜାତି ସଭାପତି ତଥା ଦକ୍ଷିଣ ଓଡିଶା ଆଦିବାସୀ ସଭାପତି ଅର୍ଜୁନ ଭତରା, ଜିଲ୍ଲା ଜନଜାତି ଉପଦେଷ୍ଟା ଭଗବାନ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଲଛମନ ମାଝୀ, ରାଜ୍ୟ ସଂଯୋଜକ ରାଜମନ ଭତରା, ବ୍ଲକ ଚେୟାରମ୍ୟାନ ଦୁର୍ଗା ପ୍ରସାଦ ମାଝୀଙ୍କ ସମେତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା, ବ୍ଲକ ସ୍ତରୀୟ କର୍ମକର୍ତ୍ତା, ୨୩ଗୋଟି ପଂଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଓ ୩ଟି ଜୋନର ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହିଥିଲେ |ଉକ୍ତ ବୈଠକରେ ପ୍ରତ୍ୟେକ ପଂଚାୟତରୁ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଶ୍ୱ ଆଦିବାସୀ ଦିବସକୁ ସାଫଲ୍ୟ କରିବା ନେଇ ଆଲୋଚନା କରାଯାଇଥିଲା |

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିସ୍ଥାପିତ ପରିବାର ମହିଳା ସଦସ୍ୟଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ  

masiha

କଳାହାଣ୍ଡିରେ ୭୩ ଜଣ ନୂତନ CRCC ଯୋଗଦାନ, ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ଆଶା

Sunil Chandra Nayak

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!