ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ଲକ ସ୍ତରୀୟ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:(ତା ୨୯/୦୭)(ରବି ନାରାୟଣ ମହାନ୍ତି)-ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ବୈଠକ ଗୃହ ଠାରେ ବ୍ଲକ ସଭାପତି ଘନ ମାଝୀଙ୍କ ସଭାପତିତ୍ୱରେ ଆଜି ବ୍ଲକ ସ୍ତରୀୟ ଜନଜାତି ସୁରକ୍ଷା ମଞ୍ଚର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଉମରକୋଟ ଠାରେ ପାଳନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସକୁ ନେଇ ଆଜି ବ୍ଲକରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି |ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ଜନଜାତି ସଭାପତି ତଥା ଦକ୍ଷିଣ ଓଡିଶା ଆଦିବାସୀ ସଭାପତି ଅର୍ଜୁନ ଭତରା, ଜିଲ୍ଲା ଜନଜାତି ଉପଦେଷ୍ଟା ଭଗବାନ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଲଛମନ ମାଝୀ, ରାଜ୍ୟ ସଂଯୋଜକ ରାଜମନ ଭତରା, ବ୍ଲକ ଚେୟାରମ୍ୟାନ ଦୁର୍ଗା ପ୍ରସାଦ ମାଝୀଙ୍କ ସମେତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା, ବ୍ଲକ ସ୍ତରୀୟ କର୍ମକର୍ତ୍ତା, ୨୩ଗୋଟି ପଂଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଓ ୩ଟି ଜୋନର ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହିଥିଲେ |ଉକ୍ତ ବୈଠକରେ ପ୍ରତ୍ୟେକ ପଂଚାୟତରୁ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଶ୍ୱ ଆଦିବାସୀ ଦିବସକୁ ସାଫଲ୍ୟ କରିବା ନେଇ ଆଲୋଚନା କରାଯାଇଥିଲା |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ

Sunil Chandra Nayak

ସାମ୍ଵାଦିକଙ୍କ ମାତୃ ବିୟୋଗ 

Sunil Chandra Nayak

ନାଟ୍ୟ କଳା ମହାସଂଘ, ଓଡ଼ିଶା ର ପଞ୍ଚମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!