ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ନୂତନ ବିଲଡିଂ ଓ ପାଚେରୀ ନିର୍ମାଣ କ୍ଷେତ୍ରରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ – ଉପଜିଲ୍ଲାପାଳ

ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ନୂତନ ବିଲଡିଂ ଓ ପାଚେରୀ ନିର୍ମାଣ କ୍ଷେତ୍ରରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ – ଉପଜିଲ୍ଲାପାଳ

ଜଳେଶ୍ଵର,୨୨/୭(ମନିସ)-ଜଳେଶ୍ଵରର ପ୍ରମୁଖ ଶିକ୍ଷାନୁଷ୍ଠାନ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ନୂତନ ବିଲଡିଂ ଓ ପାଚେରୀ ନିର୍ମାଣ କ୍ଷେତ୍ରରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ବୋଲି ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବୀୟ ପ୍ରକାଶ କରିଛନ୍ତି।ଗତକାଲି ଅପରାହ୍ନରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ମାଲବୀୟ ସାନ୍ତିଆ ମୌଜାର ମହାବିଦ୍ୟାଳୟ ନାମରେ ଥିବା ୪୮ ଡିସମିଲ୍ ସ୍ଥାନକୁ ପରିଦର୍ଶନ କରିବା ସହିତ ଜଳେଶ୍ୱର ତହସିଲଦାର ସତ୍ୟଜିତ୍ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ , ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ ସହିତ ଦେଉଳିପଞ୍ଚୁଘଣ୍ଟା ଗ୍ରାମର ଗ୍ରାମବାସୀଙ୍କ ଦାବୀ ଓ ଉପୁଜିଥିବା ସମସ୍ୟାର ସମାଧାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ସେହି ସ୍ଥାନଟି ଜଳେଶ୍ଵର ପୌର ପରିଷଦ ଅଧୀନରେ ଆସୁଥିବା ବେଳେ ବର୍ଷା ସମୟରେ ଉଦବୃତ୍ତ ଜଳ କିପରି ନିଷ୍କାସିତ ହୋଇ ପାରିବ,ସେ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ଏକ ଡ୍ରେନ୍ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଥାଶୀଘ୍ର ମହାବିଦ୍ୟାଳୟ ନାମରେ ଥିବା ଜମିକୁ ସରକାରୀ ଅମିନ ଦ୍ୱାରା ମାପଚୁପ କରିବା ପାଇଁ ଉପଜିଲ୍ଲାପାଳ ତହସିଲଦାର ଶ୍ରୀ ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ।ଜନସାଧାରଣଙ୍କ ଯିବା ଆସିବା ପାଇଁ ଏକ ରାସ୍ତା ଛାଡ଼ିବା ସହିତ ବଡ ହ୍ୟୁମ୍ ପାଇପ୍ ବସାଇବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କୁ କହିବା ସହିତ ଅଞ୍ଚଳର ସ୍ୱାର୍ଥ ପାଇଁ ପ୍ରସ୍ତାବିତ ବିଜ୍ଞାନ ମହାବିଦ୍ୟାଳୟ ଏକାନ୍ତ ଅପରିହାର୍ଯ୍ୟ ବୋଲି ସୂଚନା ଦେଇଥିଲେ।ପରେ ଉପଜିଲ୍ଲାପାଳ ମହାବିଦ୍ୟାଳୟ ପରିସରକୁ ଆସି ଅତ୍ୟାଧୁନିକ ସମ୍ମିଳନୀ ହଲ୍, ବିଭିନ୍ନ ବିଭାଗ ପାଇଁ ଉଦ୍ଦିଷ୍ଟ ଶ୍ରେଣୀ ଗୃହ,ଲାଇବ୍ରେରୀ,ଅଧ୍ୟକ୍ଷଙ୍କ କାର୍ଯାଳୟ ପ୍ରଭୁତି ବୁଲି ସନ୍ତୋଷ ପ୍ରକାଶ କରିଥିଲେ।ଯୁକ୍ତ ତିନି ଶ୍ରେଣୀର ୨ୟ ବର୍ଷର ଶିକ୍ଷା ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଥିଲେ।ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କ ସମେତ ଅଧ୍ୟକ୍ଷ ଶ୍ରୀ ମହାନ୍ତି,ଅଧ୍ୟାପକ ଅଶୋକ କୁମାର ରଥ, ଜ୍ଞାନ ରଞ୍ଜନ ଜେନା, ନିରଞ୍ଜନ ପରିଡା, ବ୍ରିଜେଶ ସେନାପତି, ଆଶୁତୋଷ ପାତ୍ର, ଧନଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

masiha

ରାଉରକେଲା ପୋଲିସ ଜିଲ୍ଲାର ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫

Sunil Chandra Nayak

ସାହାପୁର ପଞ୍ଚାୟତ ବିଭିନ୍ନ ବୁଥରେ ଏସ.ଆଇ.ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ହିଞ୍ଜିଳି ବିଡ଼ିଓ

Leave a Comment

error: Content is protected !!