ଦୃଷ୍ଟି ଆଢ଼ୁଆଳରେ ଜିଲ୍ଲା ସଂଗ୍ରାହାଳୟ,ପ୍ରଚାର ପ୍ରସାର ନାହିଁ ଆସୁନାହନ୍ତି ପରିଦର୍ଶକ
ଢେଙ୍କାନାଳ – ଢେଙ୍କାନାଳରେ ରାଜା ଶାସନର ଝଲକ। ରାଜଜୁଡ଼ା ଅମଳର ଭଳିକି ଭଳି ଅସ୍ତ୍ରଶସ୍ତ୍ରଠାରୁ ନେଇ ଯୁଦ୍ଧରେ ବ୍ୟବହୃତ ତେପ,ବାଘ ଚମଡ଼ା,ହରିଣ ମୁଣ୍ଡ ସବୁକିଛି ଶୋଭାପାଉଛି ଢେଙ୍କାନଳ ଜିଲ୍ଲା ସଂଗ୍ରହାଳୟରେ। ପୁରୁଣା ଢ଼େଙ୍କାନାଳର ଐତିହ୍ୟ,ଗୌରବମୟ ଇତିହାସ ଓ ପ୍ରାଚୀନ ସଂସ୍କୃତିକୁ ବଖାଣୁଥିବା ଏହି ସଂଗ୍ରହାଳୟ ଆଜି ନିଜେ ଅବହେଳିତ ହୋଇପଡ଼ିଛି। କୌଣସି ପ୍ରଚାର ପ୍ରସାର ନଥିବାରୁ ୫ ମାସରେ ମାତ୍ର ହାତଗଣତି ପରିଦର୍ଶକ ସଂଗ୍ରହାଳୟ ବୁଲି ବୁଲି ଦେଖିଛନ୍ତି। ଜିଲ୍ଲା ସଂସ୍କୃତି ବିଭାଗର ସ୍ଥାଣୁତାରୁ ସଂଗ୍ରହାଳୟ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ପଡ଼ିରହିଛି। କୌଣସି କାମରେ ଲାଗି ପାରୁନାହିଁ। ଭାଗୀରଥିସାଗର କୂଳରେ ଥିବା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସଂଗ୍ରହାଳୟ ରହିଛି। ରାଜ୍ୟ ସଂସ୍କୃତି ବିଭାଗ ଓ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ୨୦୧୭ମସିହାରେ ଏହ ଏହାର ନବୀକରଣ କାର୍ଯ୍ୟ କରାଯାଇ ଥିଲା। ସଂସ୍କୃତି ଭବନର ପ୍ରଥମ ମହଲାରେ ସଂଗ୍ରହାଳୟ ରହିବା ସହ ଉପର ମହଲାରେ ସଂସ୍କୃତି କାର୍ଯ୍ୟାଳୟ ଚାଲିଛି। ଉକ୍ତ କୋଠା ସମ୍ମୁଖରେ ପୁରୁଣାକାଳର ତୋପ ସ୍ଥାପନ କରାଯାଇଛି। ସଂଗ୍ରହାଳୟରେ ଢେଙ୍କାନାଳର ରାଜା,ରାଣୀଙ୍କ ଫଟୋଚିତ୍ର ରହିବ। ସହ ସୈନ୍ୟ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଖଣ୍ଡା,ତରୱଲ,ବର୍ଣ୍ଣ,ଭାଲ,ଢାଲ ଆଦି ଯୁଦ୍ଧାସ୍ତ୍ର ରହିଛି। ବିଭିନ୍ନ ପ୍ରକାର ପାରମ୍ପରିକ ଗହଣା,ଆଦିବାସୀଙ୍କ ପୋଷାକପତ୍ର,ବ୍ୟବହୃତ ସାମଗ୍ରୀ,ପ୍ରାଚୀନ ପଥରରେ ନିର୍ମିତ ସାମଗ୍ରୀ,ପଟ୍ଟଚିତ୍ର,ବାଘର ଚମଡ଼ା,ହରିଣ ସିଙ୍ଗ ଆଦି ସଂଗ୍ରହାଳୟରେ ରଖାଯାଇଛି। ମାତ୍ର ସାମଗ୍ରୀ ଗୁଡ଼ିକର ନାମ ଓ ସେ ସମ୍ପର୍କିତ ସୂଚନା,ତଥ୍ୟ ଲେଖା ଯାଇନାହିଁ। ଯାହାଫଳରେ ଆସୁଥିବା ପରିଦର୍ଶକ କେବଳ ଦେଖୁଥିବା ବେଳେ କୌଣସି ସୂଚନା ପାଇପାରୁ ନାହାନ୍ତି। ସଂଗ୍ରହାଳୟ ରହିଥିବାର କୌଣସି ସୂଚନା ଫଳକ ଲଗାଯଇନାହିଁ। କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ପରେ ଛୋଟ ଫଳକଟିଏ ରହିଛି। କାର୍ଯ୍ୟାଳୟ ବାହାରେ ଲୋକଙ୍କୁ ସୂଚନା ଦେବା ଭଳି କୌଣସି ଫଳକ କିମ୍ବା ରହିଥିବା ସାମଗ୍ରୀ ଗୁଡ଼ିକର ଫଟୋ ଲଗା ଯାଇନାହିଁ। ଯାହାଫଳରେ ସ୍କୁଲ ପିଲା,ପର୍ଯ୍ୟଟକ କିମ୍ବା ସହରବାସୀ ତାହା ଜାଣି ପାରୁନାହାନ୍ତି। ୨୦୨୬ ଜାନୁଆରୀରୁ ମେ’ ୫ ମାସ ମଧ୍ୟରେ ମାତ୍ର ୧୦ ଜଣ ସଂଗ୍ରହାଳୟ ପରିଦର୍ଶନ କରିଥିବା ଜଣାଯାଇଛି। ସଂଗ୍ରହାଳୟ ଦାୟିତ୍ୱରେ ଜଣେ ମହିଳା କର୍ମଚାରୀ ରହିଛନ୍ତି। ଦୀର୍ଘ ବର୍ଷ ହେଲା ଅନ୍ୟ କୌଣସି ସାମଗ୍ରୀ ସଂଗ୍ରହାଳୟକୁ ଅଣଯାଇ ନଥିବା ଜଣାଯାଇଛି। ଏଥିପାଇଁ ଜିଲ୍ଲାରେ ଥିବା ସଂଗ୍ରାହକମାନଙ୍କ ସହ କୌଣସି ଯୋଗାଯୋଗ କରାଯାଉନଥିବା ଅଭିଯୋଗ ହୋଇଛି। ସ୍କୁଲ,କଲେଜ ଛାତ୍ରଛାତ୍ରୀ କିଭଳି ଆସି ବୁଲି ଦେଖିପାରିବେ ସେ ଦିଗରେ ମଧ୍ୟ ସଂସ୍କୃତି ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ବିଭାଗୀୟ ଅଧିକାରୀଙ୍କ ଉଦସୀନତା କରଣରୁ ସଂଗ୍ରହଳୟ ଏଭଳି ଦୃଷ୍ଟି ଆଢୁଆଳରେ ପଡ଼ିରହିଛି। ଏନେଇ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଅସହାୟତା ପ୍ରକାଶ କରି ପରିଦର୍ଶକ ଆସୁ ନଥିବା ସ୍ବୀକାର କରିଛନ୍ତି। ସାମଗ୍ରୀଗୁଡ଼ିକ ସମ୍ପର୍କରେ ତଥ୍ୟ ଦେବାର ବ୍ୟବସ୍ଥା କରାଯିବ ଶ୍ରୀ ବେହେରା କହିଛନ୍ତି।
ଝାରଦା ଗିରିବର ଗିରିଧାରୀ ଆଶ୍ରମ ରେ ଶ୍ରୀଗଣେଶ ବିଗ୍ରହ ସ୍ଥାପନ
ଢେଙ୍କାନାଳ – ଗଁଦିଆ ବ୍ଲକ ଝାରଦା ଗ୍ରାମ ଗିରିବର ଗିରିଧାରୀ ଆଶ୍ରମ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣିହୁତି ଦିବସ। ଗିତା ଯଜ୍ଞ, ଚଣ୍ଡୀ ପାଠ, ଶିବ ପାଠ, ଗଣେଶ ପୂଜା ପାଠ, ଯାଗ ଯଜ୍ଞ ସମାପନ ପରେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଶ୍ରୀ ଗଣେଶ ଙ୍କ ବିଗ୍ରହ ନୂତନ ଭାବେ ନିର୍ମିତ ଶ୍ରୀ ଗଣେଶ ମନ୍ଦିର ରେ ସ୍ଥାପିତ ହୋଇ ପୂଜା ପାଠ କରାଯାଇଅଛି। ଏହି କାର୍ଯ୍ୟକ୍ରମ ଝାରଦା ଗ୍ରାମ ର ଗ୍ରାମବାସୀ ତଥା ଅନେକ ଶ୍ରଦ୍ଧାଳୁ ଙ୍କ ସକ୍ରିୟ ସହଯୋଗ ରେ ଆଶ୍ରମ ର ପ୍ରତିଷ୍ଠିତ ସାଧୁ ଶ୍ରୀମଦ୍ ଶିବ ପ୍ରସାଦ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କର୍ମ ନିପୂଣ କର୍ମ କାଣ୍ଡ ବିଷାରଦ ପୁରୋହିତ ସନ୍ତୋଷ କୁମାର ମିଶ୍ର ଙ୍କ ସହିତ ପୁରୋହିତ ଙ୍କ ଶ୍ଳୋକ ଉଚ୍ଚାରଣ ମଧ୍ୟରେ ସମାହିତ ହୋଇଯାଇଅଛି। କର୍ତ୍ତା ଭାବେ ଅସିତ୍ କୁମାର ନାୟକ (ଟୁଲୁ) ଙ୍କ ସହିତ ତାଙ୍କର ସହଧର୍ମିଣୀ ରିଙ୍କି କାର୍ଯ୍ୟ ସମ୍ପାଦନ କରିଥିଲେ।୧୦୮ କଳସୀ ଙ୍କ ଭକ୍ତିମୟ ପରିବେଶ ମଧ୍ୟରେ ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତି ରେ ପ୍ରଭୁ ଶ୍ରୀ ଶ୍ରୀ ଗଣନାଥ ଙ୍କୁ ଗଣେଶ ମନ୍ଦିର ରେ ପ୍ରବେଶ କରାଯିବା ସହିତ ନୂତନ ମହାଲକ୍ଷ୍ମୀ ବିଗ୍ରହକୁ ଲକ୍ଷ୍ମୀ ମନ୍ଦିର ରେ ପ୍ରବେଶ କରାଯାଇଥିଲା। ଆଶ୍ରମ ର ସାଧୁ ଶ୍ରୀମଦ୍ ଶିବ ପ୍ରସାଦ ଦାଶ ସମସ୍ତ ଭକ୍ତମାନଙ୍କୁ କଲ୍ୟାଣ କରିଥିଲେ। ଏକ ଭକ୍ତିମୟ ପରିବେଶ ରେ କାର୍ଯ୍ଯ ସମାହିତ ହୋଇଯାଇଅଛି।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

