ରାଉରକେଲା ସାହିତ୍ଯ ସଂସଦର ପ୍ରଥମ ବାର୍ଷିକୋତ୍ସବ
ରାଉରକେଲା:ରାଉରକେଲା ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାହିତ୍ଯ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ଯ ସଂସଦର ପ୍ରଥମ ବାର୍ଷିକୋତ୍ସବ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି | କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବ ଓ କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯବକ୍ତା ଭାବରେ ପ୍ରାଧ୍ୟାପକ ଡ.ଅଶ୍ବିନୀ କୁମାର ରାୟ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ସାହିତ୍ୟ ଓ
ପ୍ରାଥମିକ ଶିକ୍ଷା ସମ୍ପର୍କରେ କହିଲେ ଯେ ,ସୃଜନଶୀଳତା ଅମୃତ ଉଚ୍ଛାସ ଓ ମଧୁମୟ ପ୍ରୀତିର ଅମଳିନ ଉତ୍ସ ହେଉଛି ରାଉରକେଲା ସାହିତ୍ଯ ସଂସଦ । ଜଗନ୍ନାଥ ସଂସ୍କୃତି ଓ ନୀତିକାନ୍ତିରେ ଓଡିଆ ଭାଷା ସାହିତ୍ଯ ଓ ସଂସ୍କୃତିର ଅପୂର୍ବ ସମନ୍ବୟ ଓ ମହାମିଳନ ଘଟିଛି । ଏ ଜାତିର,ମାନବିକତାର
ମନ୍ତ୍ର ଗାଉଛି ଯୁଗେ ଯୁଗେ। ଏ ଓଡିଆ ଜାତି ,ପୁରାତନ କବି ଲେଖକ ମାନଙ୍କର ପ୍ରାଚୀନ ଗ୍ରନ୍ଥାବଳୀ ଥିଲା ଏ ଜାତିକୁ ସ୍ବତନ୍ତ୍ର ରାଜ୍ଯ ଗଠନ କରିବାର ଆମୋଘ ଅସ୍ତ୍ର ଓ ମୁଳମନ୍ତ୍ର | ଆଜିର ପିଲାମାନେ ସେହି ମନ୍ତ୍ରରେ ମନ୍ତ୍ରୀତ ହୋଇ ପାରିଲେ ଆମ ସାହିତ୍ଯ ସଂସ୍କୃତି ସୁଦୂର ପ୍ରସାରୀ ହୋଇ ପାରିବ | ମୁଖ୍ଯଅତିଥି ଭାବେ ଯୋଗଦାନ କରି ଆଇଆଇପିଏମ ର ନିର୍ଦ୍ଦେଶକ ପ୍ରଫେସର୍ ଡ. କପିଳେଶ୍ବର ମିଶ୍ର କହିଲେ ପ୍ରାଥମିକ ସ୍ତରରୁ ଯଦି ପିଲାମାନଙ୍କୁ ଆମ ଭାଷା ସାହିତ୍ଯ
ସଂସ୍କୃତିକୁ ଶୁଦ୍ଧ ଓ ସରଳ ଭାଷାରେ କିମ୍ବା ପଞ୍ଚତନ୍ତ୍ରର ଗପ ଭଳି ବୁଝାଇ ଦିଆଯିବ ସେମାନେ ଆମ ଭଷାକୁ, ଆମ ସଂସ୍କୃତିକୁ ନିଶ୍ଚିତ ଭଲପାଇବେ । ସାହିତ୍ୟ ସମାଜ ଗଠନର ଆଧାର । ସରସ୍ଵତୀ ଙ୍କ ଆଶିର୍ବାଦ ରହିଲେ ସାହିତ୍ୟ ପରିପୃଷ୍ଟ ହୁଏ । ସଂସଦର ସଂପାଦକ ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ସହ ରାଉରକେଲା ସାହିତ୍ଯ ସଂସଦର ଆଭିମୁଖ୍ଯ ଓ ଏହା ଅନ୍ଯ ସମସ୍ତ ଅନୁଷ୍ଠାନ ଠାରୁ କିପରି ସ୍ବତନ୍ତ୍ର ତାହା ଦର୍ଶାଇଥିଲେ । ଏହି ଅବସରରେ ମୁଖ୍ଯବକ୍ତା ଓ ମୁଖ୍ଯ ଅତିଥିଙ୍କୁ ରାଉରକେଲା ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ସ୍କୁଲର ୨୧ ଜଣ ପିଲାଙ୍କୁ ପୁରସ୍କୃତ କରା ଯାଇଥିଲା । ପ୍ରାରମ୍ଭରେ ନମ୍ରତା ଡ୍ଯାନ୍ସ ଏକାଡେମୀ ,ଅନ୍ବେଷା ଡ୍ଯାନ୍ସ ଏକାଡେମୀ,ସାଧନା ଡ୍ଯାନ୍ସ ଗ୍ରପ୍ ର ପିଲାମାନେ ସାଂସ୍କୃତିକ କାର୍ଯ୍ଯକ୍ରମ ପ୍ରଦର୍ଶନ କରିଥିଲେ । ଗୁରୁ ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା | ଦ୍ବିତୀୟ ପର୍ଯ୍ଯାୟରେ ସଂସଦ ର ଉପସଭାପତି ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ବରେ କବିତା ଆସର ଆୟୋଜନ କରାଯାଇଥିଲା । ଏଥିରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜ ବିହାରୀ ରାଉତ ସମ୍ମାନୀତ ଅତିଥି ଓ ସଂଯୋଜିକା ଭାବରେ କବୀ ସୁଚିସ୍ମିତା ପଣ୍ଡା,କବୀ ନିରୁପମା ନାୟକ ,କବୀ ସୁଚିତ୍ରା ଲେଙ୍କା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ | କବି ପଞ୍ଚାନନ ସାହୁ,ସୁସ୍ମିତା ମହାପାତ୍ର ,ପ୍ରଶାନ୍ତ କୁମାର ପତି,ବସନ୍ତ ବିଶଵକର୍ମା, ସତ୍ୟବ୍ରତ ଦାସ,ଶଙ୍କରୀ ବାରିକ, ତପସ୍ୱିନୀ ଜେନା, ସୁଶାନ୍ତ କୁମାର ନାୟକ, କୁଞ୍ଜବିହାରୀ ରାଉତ,ବିଜୟ କୁମାର ମହାପାତ୍ର, ସୁଚିତ୍ରା ଲେଙ୍କା,ସୁଚିସ୍ମିତା ପଣ୍ଡା, ନିରୁପମା ନାୟକ ପ୍ରମୁଖ କବି ସ୍ବରଚିତ କବିତା ପାଠ କରଥିଲେ | ଅନ୍ଯମାନଙ୍କ ମଧ୍ଯରେ ବାଳକ୍ରୁଷ୍ଣ ସ୍ବାଇଁ,ସୂର୍ଯ୍ଯମଣୀ ପଣ୍ଡା, ନିତ୍ଯାନନ୍ଦ ବିଶ୍ବାଳ,ବିମ୍ବାଧର ପାଢି ଆଦି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଚିତ୍ରା ଲେଙ୍କା ଧନ୍ଯବାଦ ଅର୍ପଣ କରିଥିଲେ |
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

