ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଞ୍ଚାଗାଁ :ଡ୍ରେନେଜ ବ୍ୟବସ୍ଥା ନାହିଁ : ବର୍ଷା ହେଲେ ଘରେ ପଶୁୁଛି ପାଣି 

ମଞ୍ଚାଗାଁ :ଡ୍ରେନେଜ ବ୍ୟବସ୍ଥା ନାହିଁ : ବର୍ଷା ହେଲେ ଘରେ ପଶୁୁଛି ପାଣି 

ତେନ୍ତୁଳିଖୁଣ୍ଟି ୨୪/୦୯/୨୩ // ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ବିଭାଗ ଦ୍ଵାରା ଅର୍ଥ ଖର୍ଚ୍ଚ କରୁଥିବା ବେଳେ ରାସ୍ତା ଉଭୟ ପାର୍ଶ୍ଵ ଡ୍ରେନେଜ ବ୍ୟବସ୍ଥା ବିଷୟକୁ କେତେକ ସ୍ଥାନରେ ହେଳା କରିଦିଆଯାଇଛି। ଏଭଳି ସ୍ଥିତି ରେ ବର୍ଷା ହେଲେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଘରେ ପଶୁଛି ନଚେତ ଜମା ହୋଇ ପୋଖରୀ ର ଭ୍ରମ ସୃଷ୍ଟି କରୁଛି। 

 ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଚାରି ନମ୍ବର ୱାର୍ଡ ରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନାହିଁ। ବର୍ଷା ହେଲେ ସ୍ଥିତି ସଙ୍ଗୀନ ହୋଇ ପଡୁଛି। ରାସ୍ତା ରେ ପଡିଥିବା ଆବର୍ଜ୍ଜନା ସହ ବର୍ଷାଜଳ ଘରେ ପଶୁଛି। ଉକ୍ତ ରାସ୍ତା.ପଞ୍ଚାୟତ ସମିତି ର ସି ସି ରୋଡ଼। କିନ୍ତୁ ବ୍ଲକ କର୍ତ୍ତୃପକ୍ଷ କି ପଞ୍ଚାୟତ କେହି ଡ୍ରେନେଜ ବ୍ୟବସ୍ଥା କରି ନାହାଁନ୍ତି। ଚଳିତ ବର୍ଷ ନୂଆଖାଇ ଦିନ ହୋଇଥିବା ବର୍ଷା ରେ ରାସ୍ତା ପାର୍ଶ୍ଵ ବୈଷ୍ଣବ ସାହି ,ଗୌଡ଼ ସାହି ଆଦି ବାସୀ ଙ୍କ ଘରେପଶି ଯିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗ କରିଥିବା ଲକ୍ଷ୍ମଣ ଦାସ ସୁନାଧର ଦାସ,ମଦନ ଗୌଡ଼ , ସଦା ଗୌଡ଼ ,ଭୀମ ଗୌଡ଼ ସୁବାସ କ୍ଷୋଭ ର ସହ କହିଛନ୍ତି। ନୂଆଖାଇ ପାଳନରେ ବର୍ଷା ଜଳ ଘରେ ପଶି ଉତ୍ସବର ମାହୋଲ କୁ ଭଟ୍ଟା କରି ଦେଉଥିଲା। ବ୍ଲକ କିମ୍ବା ପଞ୍ଚାୟତ ତୁରନ୍ତ କରିବାକୁ ଦାବୀ ଜୋର ଧରିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା 

Sunil Chandra Nayak

ମିଶନଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଈଁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ 

masiha

୧- ବନ୍ଧୁଗାଁ ବ୍ଲକର ସମସ୍ତ ସ୍କୁଲ ଓ ଗାଁ ମାନଙ୍କରେ ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ , ୨- ଆମଲା ସଂଘର ଆନ୍ଦୋଳନ ଯୋଗୁଁ ଲୋକେ ତହସିଲ କାର୍ଯ୍ୟାଳୟକୁ ଆସି ନିରାଶରେ ବସି ଫେରୁଛନ୍ତି      

Sunil Chandra Nayak

Leave a Comment

error: Content is protected !!