ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଧାରପୁରରେ ମିଶନ ଶକ୍ତି ଗୃହ ଉଦ୍ଘାଟିତ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ବଡଧାରପୁରରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ଏହାର ଶୁଭାରମ୍ଭ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ନର୍ଲା ସିଡିପିଓ ନିବାସିନୀ ବିଶ୍ଵାଳ, ନର୍ଲା ବ୍ଳକ ସଂଯୋଜକ ରୋହିତ ବିଶ୍ୱାଳ,ଜିପିଏଲ୍ଏଫ ସଭାନେତ୍ରୀ ସସ୍ମିତା ପାତ୍ର,ଏମବିକେ ଲକ୍ଷ୍ମୀ କରଗାମୁ ଓ ଏସ୍ଏଚଜି ସଭ୍ୟାଗଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସ୍ଵୟଂ ସହାୟକ ଗୋଷ୍ଠୀକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ କିପରି ମହିଳାମାନେ ଅଗ୍ରଗତି ହେବେ ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ।

ଦୀପକ କୁମାର ଠାକୁର /ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସିଟିଜେନସ୍ କମିଟି ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା 

ବନ୍ଧୁଗାଁ ବ୍ଲକରେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିତ

masiha

Leave a Comment

error: Content is protected !!