ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବ ପ୍ରତି ନିଷ୍ଟୁର ନ ହୋଇ ଦୟା ଦେଖାଇବା ଦରକାର

ଢେ଼ଙ୍କାନାଳ(, ମ ନି ସ)୨୦/୦୪_ଆଜି ହିନ୍ଦୋଳ ବ୍ଲକ୍ ପରିସରରେ ଓଡିଶା ରାଜ୍ଯ ଜିବେ ନିଷ୍ଠୁରତା ନିରୋଧ ସମିତି ଆନୁକୁଲ୍ୟରେ ଏକ ବ୍ଲକ୍ ସ୍ତରୀୟ ସଚେତନତା ସଭା ବ୍ଲକ୍ ଭେଟନାରୀ ଅଧିକାରୀ ଅନ୍ତର୍ଯ୍ୟାମି ବାରିକ ଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଡିଓ ଶ୍ରୀ ଶିବ ଶଙ୍କର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଏ, ଡି, ଭି,ଓ ,ଡଃ ଶ୍ରୀକାନ୍ତ କୁମାର ପରିଡା, ଏସ୍,ଡି,ଭି,ଓ ତପନ ବେଉରା, ଏ, ପି, ପି, ବିଶ୍ୱଜିତ୍ କୁମାର, ରେଞ୍ଜର ଲୋହିତ କୁମାର ରଥ,ଫାୟାର ଷ୍ଟେସନ ଅଫିସର,ବନ୍ୟଜନ୍ତୁ ସୁରକ୍ଷା ସମିତି ର ଅରବିନ୍ଦ ସାମଲ, ଜିଲ୍ଲା ପରିବେଶ କେନ୍ଦ୍ର ସଂଯୋଜକ ପରିବେଶବିତ୍ ରତିକାନ୍ତ ଗଡନାୟକ ପ୍ରମୂଖ ଯୋଗଦାନ କରି ଜିବ ମାନଙ୍କ ପ୍ରତି ନିଷ୍ଠୁରତା ନହୋଇ ଦୟା ଓ ସେବା ମନୋଭାବ ପୋଷଣ କରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ। ରାସୋଳ ଭି,ଏସ୍ ଅଭିଷେକ ସାହୁ, ଖଜୁରିଆକଟା ଭି,ଏସ୍ ପ୍ରଜ୍ଞାସ୍ମିତା ସାହୁ, ଭି, ଟି, ପ୍ରଦୀପ ଦାଶ, ଦିଲ୍ଲୀପ ଧଳ ଏଲ୍, ଆଇ ପ୍ରମୂଖ ପରିଚାଳନା ରେ ସହଯୋଗ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

Youth Social Worker Drx.Dibyanshu Acharya awarded.

masiha

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

masiha

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!