ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା 

ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା 

ରାଉରକେଲା: ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା ବହୁ ପୁରାତନ ଓ ବିଶ୍ବ ବିଦିତ। ଭାରତର ପ୍ରାଚୀନ ମୁନି ଋଷି ମାନଙ୍କ ଦ୍ବାରା ପ୍ରଣୀତ ବେଦ , ବେଦାନ୍ତ, ଉପନିଷଦ ଏବଂ ପୁରାଣ ଶାସ୍ତ୍ରରେ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ପାଇଁ ସ୍ପଷ୍ଟ ଏବଂ ବିଜ୍ଞାନ ସମ୍ମତ ନିର୍ଦ୍ଦେଶିକା ସନ୍ନିବେଶିତ। ମାତ୍ର ଆଧୁନିକତା ନାମରେ ଏବଂ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଆଜିର ସମାଜ ପଥଭ୍ରଷ୍ଟ। ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଆୟୋଜିତ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଜଗତସିଂହପୁର ଶିଶୁ ଅନନ୍ତ ଆଶ୍ରମର ଅନ୍ୟତମ ସାଧକ ଡ. ସ୍ବାମୀ ଚିଦାନନ୍ଦ ବ୍ରହ୍ମଚାରୀ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ। ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ବେଦ, ଉପନିଷଦ, ଭଗବଦ୍ ଗୀତା ପ୍ରଭୃତିର ବିଭିନ୍ନ ଜଟିଳ ତତ୍ତ୍ଵକୁ ସରଳଭାଷାରେ ବ୍ୟାଖ୍ୟା କରିବାସହ ସମାଜର ଏ ଘଡି ସନ୍ଧି ସମୟରେ ଆମର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ଘାଟନ କରିଥିଲେ। ଅଜିତ ମୋହନ ପୁଜାରୀ ଏକ ଭକ୍ତି ରସାତ୍ମକ ଭଜନ ପରିବେଷଣ କରି ପରିବେଶକୁ ଅଧ୍ୟାତ୍ମ ମୟ କରିଦେଇଥିଲେ। ପାଠାଗାର ସମ୍ପାଦକ ଡ. ଗିରିଜା ଶଙ୍କର ଗୋସ୍ବାମୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ନବଘନ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଆଲୋଚନା ଚକ୍ରରେ ପାଠାଗାରର ସଦସ୍ୟ ସଦସ୍ୟା ମାନଙ୍କ ସହ ସହରର ଶତାଧିକ ଭଗବତ୍ ପ୍ରେମୀ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

ଖୁର୍ଷେଲ ରେ ନୂତନ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!