ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି 

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି 

ରାଉରକେଲା: ୧୯୬୧ ମସିହାରେ ପ୍ରତିଷ୍ଠିତ ତଥା ପରବର୍ତ୍ତୀ ସମୟରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ସ୍ଥାୟୀ ସହବନ୍ଧନ ସ୍ବୀକୃତି ପ୍ରଦାନ କରାଯାଇଛି । ଏଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ବିଧୁଭୁଷଣ ମିଶ୍ର, କୁଳସଚିବ- ଡ. ନୃପରାଜ ସାହୁ, ମହାବିଦ୍ୟାଳୟ ଉନ୍ନୟନ ପରିଷଦ-ସିଡିସିର ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସଙ୍କ ସମେତ ଅନ୍ୟ ପଦାଧିକାରୀ ଏବଂ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଫେସର ସମର ମୁଦାଲିଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଦତ୍ତ ପତ୍ର ଅନୁସାରେ ସ୍ନାତକ ବର୍ଗର କଳା ବିଭାଗ ଅନ୍ତର୍ଗତ ୧୭ଟି ବିଭିନ୍ନ ପାଠ୍ୟକ୍ରମର ମୋଟ ୫୨୦ଟି ଆସନ, ସ୍ନାତକ ବିଜ୍ଞାନ ବର୍ଗର ୭ଟି ବିଭିନ୍ନ ପାଠ୍ୟକ୍ରମ ପାଇଁ ୩୦୪ଟି ଆସନ ଓ ବାଣିଜ୍ୟ ବର୍ଗର ମୋଟ ୧୯୨ଟି ଆସନ ସମେତ ସ୍ନାତକ ବର୍ଗର ସେଲ୍ଫ ଫାଇନାନ୍‌ସିଙ୍ଗ୍‌ ପାଠ୍ୟକ୍ରମ ଅନ୍ତର୍ଗତ ମୋଟ ୮ଟି ପାଠ୍ୟକ୍ରମର ମୋଟ ୩୦୮ଟି ଆସନ ରହିଛି । ସେହିଭଳି ସ୍ନାତକୋତ୍ତର ବର୍ଗର କଳା ବିଭାଗ ଅନ୍ତର୍ଗତ ୧୫ଟି ବିଭିନ୍ନ ପାଠ୍ୟକ୍ରମର ମୋଟ ୪୧୬ଟି ଆସନ ରହିଛି। ଏହା ସହିତ ସ୍ନାତକୋତ୍ତର ବର୍ଗର ବିଜ୍ଞାନ ବିଭାଗ ଅନ୍ତର୍ଗତ ୭ଟି ବିଭିନ୍ନ ବିଭାଗର ମୋଟ ୨୪୦ଟି ଆସନ, ସ୍ନାତକୋତ୍ତର ବର୍ଗର ସେଲ୍ଫ ଫାଇନାନ୍‌ସିଙ୍ଗ୍‌ ପାଠ୍ୟକ୍ରମ ବର୍ଗ ଅନ୍ତର୍ଗତ ମୋଟ ୨ଟି ପାଠ୍ୟକ୍ରମ ଅନ୍ତର୍ଗତ ୧୨୮ ଆସନ ପାଇଁ ଏହି ସ୍ଥାୟୀ ସହବନ୍ଧନ ସ୍ବୀକୃତି ୨୦୨୩-୨୪ ଶିକ୍ଷାବର୍ଷଠାରୁ ପରବର୍ତ୍ତୀ ଶିକ୍ଷାବର୍ଷମାନଙ୍କ ନିମନ୍ତେ ପ୍ରଦାନ କରାଯାଇଛି। ସମ୍ପ୍ରତି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଓ ଅଗ୍ରଣୀ ମହାବିଦ୍ୟାଳୟଭାବେ ଖ୍ୟାତି ଲାଭ କରିଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମରେ ଉତ୍କର୍ଷ ହାସଲ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଆସୁଛନ୍ତି । ୨୦୨୪-୨୦୨୫ ବା ଚଳିତ ଶିକ୍ଷାବର୍ଷଠାରୁ ମହାବିଦ୍ୟାଳୟର ସ୍ନାତକ ବର୍ଗରେ ନୃତତ୍ବ ବିଭାଗ (୩୨), ଅର୍ଥନୀତି (୬୪), ଶିକ୍ଷା(୪୮), ଇଂରାଜୀ(୪୮), ଭୁଗୋଳ (୩୨), ହିନ୍ଦି(୩୨), ଗୃହ ବିଜ୍ଞାନ(୩୨) , ଇତିହାସ(୩୨) ଶିଳ୍ପଭିତ୍ତିକ ସମାଜ ବିଜ୍ଞାନ (୧୬) , ପାଠାଗାର ଓ ସୂଚନା ବିଜ୍ଞାନ(୩୨) , ଓଡ଼ିଆ(୩୨), ରାଜନୀତି ବିଜ୍ଞାନ(୬୪), ସମାଜ ବିଜ୍ଞାନ(୪୮), ସଂସ୍କୃତ(୩୨), ମନସ୍ତତ୍ବ(୩୨), ଦର୍ଶନ ଶାସ୍ତ୍ର(୧୬) ଓ ଲୋକ ପ୍ରଶାସନ(୩୨) ଆସନ ଥିଲାବେଳେ ସ୍ନାତକ ବର୍ଗର ସେଲ୍ଫ ଫାଇନାନ୍‌ସିଙ୍ଗ୍‌ ବର୍ଗରେ ବାଇଓ ଟେକ୍ନୋଲୋଜି (୨୮), ବିସିଏ(୬୪), କମ୍ପ୍ୟୁଟର ସାଇନ୍ସ(୯୬), ଇଟିସି(୩୨), ଏମ୍‌ଟିସି(୨୪), ସାମ୍ବାଦିକତା ଓ ଗଣଯୋଗାଯୋଗ (୩୨) , ଟୁରିଜିମ୍‌ ଏବଂ ହସ୍ପିଟାଲିଟି ମ୍ୟାନେଜମେଣ୍ଟ(୩୨) ଆସନ ରହିଛି। ସେହିପରି ସ୍ନାତକ ବିଜ୍ଞାନ ବର୍ଗରେ ପ୍ରାଣୀ ବିଜ୍ଞାନ (୩୨), ରସାୟନ ବିଜ୍ଞାନ(୬୪), ଭୂତତ୍ତ୍ବ ବିଜ୍ଞାନ (୩୨), ଗଣିତ ଶାସ୍ତ୍ର (୪୮), ପଦାର୍ଥ ବିଜ୍ଞାନ (୬୪), ପରିସଂଖ୍ୟାନ ଶାସ୍ତ୍ର(୩୨) ଏବଂ ଉଦ୍ଭିଦ ବିଜ୍ଞାନ(୩୨) ରେ ଆସନ ଏବଂ ସ୍ନାତକ ବାଣିଜ୍ୟ ବିଭାଗରେ ୧୯୨ଟି ଆସନ ରହିଛି। ସେହିଭଳି ସ୍ନାତକୋତ୍ତର ବର୍ଗର କଳା ବିଭାଗ ଅନ୍ତର୍ଗତ ନୃତତ୍ବ ବିଭାଗ (୩୨), ଅର୍ଥନୀତି (୩୨), ଶିକ୍ଷା(୩୨), ଇଂରାଜୀ(୩୨), ଭୁଗୋଳ (୩୨), ହିନ୍ଦି(୩୨), ଗୃହ ବିଜ୍ଞାନ(୩୨) , ଇତିହାସ(୩୨) ପାଠାଗାର ଓ ସୂଚନା ବିଜ୍ଞାନ(୩୨), ଓଡ଼ିଆ(୪୮), ରାଜନୀତି ବିଜ୍ଞାନ(୩୨), ସମାଜ ବିଜ୍ଞାନ(୧୬), ସଂସ୍କୃତ (୩୨), ମନସ୍ତତ୍ବ(୩୨), ଓ ଲୋକ ପ୍ରଶାସନ(୩୨) ଆସନ ଥିଲାବେଳେ ସ୍ନାତକୋତ୍ତର ସେଲ୍ଫ ଫାଇନାନ୍‌ସିଙ୍ଗ୍‌ ବର୍ଗର ବାଣିଜ୍ୟ ବିଭାଗରେ – ୬୪, କମ୍ପ୍ୟୁଟର ସାଇନ୍ସ-୬୪, ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗରେ-୩୨ ଆସନ ରହିଛି୤ ସେହିଭଳି ସ୍ନାତକୋତ୍ତର ବିଜ୍ଞାନ ବର୍ଗ ଅନ୍ତର୍ଗତ ପ୍ରାଣୀ ବିଜ୍ଞାନ (୪୮), ରସାୟନ ବିଜ୍ଞାନ(୩୨), ଭୂତତ୍ତ୍ବ ବିଜ୍ଞାନ (୩୨), ଗଣିତ ଶାସ୍ତ୍ର (୩୨), ପଦାର୍ଥ ବିଜ୍ଞାନ (୩୨) ପରିସଂଖ୍ୟାନ ( ୩୨) ଏବଂ ଉଦ୍ଭିଦ ବିଜ୍ଞାନ(୩୨) ଆସନ ରହିଛି। ସମ୍ପ୍ରତି ମହାବିଦ୍ୟାଳୟର ସ୍ନାତକ କଳା, ବାଣିଜ୍ୟ ଓ ବିଜ୍ଞାନ ବର୍ଗରେ ଥିବା ବିଭିନ୍ନ ପାଠ୍ୟକ୍ରମ ପାଇଁ ନାମଲେଖା ଚାଲୁ ରହିଥିଲାବେଳେ ସରକାରୀ ନିର୍ଦ୍ଦେଶାବଳି ମୁତାବକ ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଚଳିତ ମାସ ଆରମ୍ଭ ହେବାକୁ ଯାଉଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଡଗ ନଦୀ ଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

Sunil Chandra Nayak

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ଏନଏସି

masiha

Leave a Comment

error: Content is protected !!