ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ୟାରେଜ ମଧ୍ୟରୁ ଦୁଇଟି ପ୍ରଜାତିର ସାପ ଉଦ୍ଧାର

ଗ୍ୟାରେଜ ମଧ୍ୟରୁ ଦୁଇଟି ପ୍ରଜାତିର ସାପ ଉଦ୍ଧାର 

ବ୍ରହ୍ମପୁର,ତା ୩୧/୦୩ ବ୍ରହ୍ମପୁର ଅନ୍ତର୍ଗତ ଲାଠି ଗ୍ରାମଛକରେ ଥ‌ିବା ବିକି ନାମକ ଗ୍ୟାରେଜରୁ ସୋମବାର ରାତିରେ ଦୁଇଟି ଫର୍ଟେନ୍ କେଟ୍ ସ୍ନେକ( ଫଷ୍ଟେନ ଡାଳି ସାପ) ପ୍ରଜାତିର ଦେଖା ଦେଇଥିଲା ।ସୂଚନାଯୋଗ୍ୟ ଗ୍ୟାରେଜ ମାଲିକ ସବୁଦିନ ପରି ସୋମବାର ଦିନ ମଧ୍ୟ ଦୋକାନ ବନ୍ଦ କରିବା ଠିକ୍ ସମୟରେ ଦୁଇଟି ସାପ ଟୁଲ ବକ୍ସ ନିକଟରେ ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ପରେ ଗ୍ୟାରେଜ୍ ମାଲିକ ସ୍ନେକ ହେଲ୍‌ପ ଲାଇନ୍ ସହ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲ୍‌ପ ଲାଇନ୍ ସଦସ୍ୟ ତ୍ରିଲୋଚନ ନାୟକ ପହଞ୍ଚି ଉଭୟ ସାପକୁ କୌଶଳକ୍ରମେ ଉଦ୍ଧାର କରିଥିଲେ। ଉଭୟ ଫଷ୍ଟେନ୍ କେଟ୍ ସ୍ନେକ ପ୍ରଜାତିର ହୋଇଥିଲା । ଗୋଟିଏ ୩ ଫୁଟ ଲମ୍ବର ରହିଥିବା ବେଳେ ଅନ୍ୟଟି ୬ ଫୁଟ ଲମ୍ବ ରହିଥିଲା । ଉଭୟ ସାପକୁ ବ୍ରହ୍ମପୁର ବନ ବିଭାଗକୁ ହସ୍ଥାନ୍ତର କରାଯାଇଛି। ମଙ୍ଗଳବାର ଉଭୟ ସାପଙ୍କୁ ପ୍ରାକୃତିକ ଆବାସ ସ୍ଥଳିରେ ଛଡ଼ା ଯାଇଥିବା ବନପାଳ ସୋମନାଥ ମଲ୍ଲିକ ସୂଚନା ଦେଇଛନ୍ତି । 

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସ୍ବର୍ଣ୍ଣପ୍ରଭା

masiha

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

masiha

ବିଭାଗ ଚୁପ୍, ଚାଷୀ କଲେ ଘାଇ ମରାମତି

masiha

Leave a Comment

error: Content is protected !!