ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ସ୍ପିନିଙ୍ଗମିଲ ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

କୋଣାର୍କ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲର ପୁନଃଉଦ୍ଧାର ପାଇଁ ସାଇନିଙ୍ଗ୍ କଳାହାଣ୍ଡିର ଅଧ୍ୟକ୍ଷ ଡ଼.ଭବାନୀ ଶଙ୍କର ନିଆଲଙ୍କ ଦ୍ୱାରା ଆଜି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସ୍ମାରକ ପତ୍ର ଦିଆଯାଇଛି । ଆଉ ଏହାର ପ୍ରତିଲିପି ଜିଲ୍ଲାର ମାନ୍ୟବର ସାଂସଦ ଓ ବିଧାୟକ, ମୁଖ୍ୟ ଶାସନ ସଚିବ,କୃଷି ଓ ବୟନଶିଳ୍ପ ପ୍ରମୁଖ ଶାସନ ସଚିବଙ୍କୁ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, କୋଣାର୍କ ସ୍ପିନିଙ୍ଗ୍ ମିଳ ଯାହା ଓଡିଶାରେ ଏପରି ଏକ ସ୍ପିନିଙ୍ଗ୍ ମିଲ ଯଦିଓ ଓଡିଶାର ୬ ଗୋଟି ସ୍ପିନିଙ୍ଗ ମିଲ ବନ୍ଦହେବା ସ୍ଥଳେ କେସିଙ୍ଗା ସ୍ଥିତ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲ ବର୍ତ୍ତମାନ କାର୍ଯ୍ୟକାରୀ ଅବସ୍ଥାରେ ଅଛି କିନ୍ତୁ ଏହାର ପୁନଃଉଦ୍ଧାର ଅତ୍ୟନ୍ତ ଆବଶ୍ୟକତା ପଡୁଛି । ଗତ ଜିଲ୍ଲାପାଳ ଜିନିଙ୍ଗ୍ ମିଲକୁ ଚଲେଇବା ପାଇଁ ପାଖାପାଖି ଡେଢକୋଟି ଆର୍ଥିକ ଅନୁଦାନ ଦେବାପାଇଁ ରାଜ୍ୟ ସରକାରଙ୍କୁ ନିବେଦନ ଜଣାଇଥିଲେ ଏବଂ ସ୍ପିନିଙ୍ଗ୍ ମିଳକୁ ଚାଲୁ କରିବାପାଇଁ ପାଖାପାଖି ୫୦ କୋଟି ଟଙ୍କାର ବ୍ୟୟବରାଦର ଆବଶ୍ୟକତା ରହୁଛି । ଯଦି ଏହି ଆର୍ଥିକ ଆବଣ୍ଟନ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲ ପାଇଁ କରାଯାଏ ତାହେଲେ ନିଶ୍ଚିତ ଭାବରେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ରାୟଗଡା ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀ ଏଠି ଉପକୃତ ହେବା ସଙ୍ଗେ ସଙ୍ଗେ ବାର୍ଷିକ ୪୦ ହଜାର କର୍ମସଂସ୍ଥାନ ଯୋଗାଇବାରେ ସକ୍ଷମ ହେଇପାରିବ ଏହି ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲ । ଏଣୁ ରାଜ୍ୟସରକାରଙ୍କୁ ଏକ ସ୍ମାରକ ପତ୍ର ଜରିଆରେ ସାଇନିଙ୍ଗ୍ କଳାହାଣ୍ଡିର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କର ଜରିଆରେ ଏକ ସ୍ମାରକ ପତ୍ର ଦେଇ ନିବେଦନ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ବିଷୟ ଉପରେ ଗତ ୨୦୧୫ ରୁ ସାଇନିଙ୍ଗ୍ କଳାହାଣ୍ଡି ତରଫରୁ ଲଗାତାର ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଉଅଛି । ତଥା ବିଭିନ୍ନ ଜନସଂଗଠନ,ରାଜନୀତି ସଂଗଠନ ଏବଂ ସାମାଜିକ ସଂଗଠନ ମାନେ ଏହା ଉପରେ ରାଜ୍ୟ ସରକାରଙ୍କୁ ବହୁ ଆଗରୁ ଏହାର ପୁନଃଉଦ୍ଧାର ପ୍ରକ୍ରିୟାକୁ ଆରମ୍ଭ କରିବାପାଇଁ ନିବେଦନ ଜଣାଇଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ହିନ୍ଦୋଳ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗର ପାଠଚକ୍ର

Sunil Chandra Nayak

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି 

masiha

Leave a Comment

error: Content is protected !!