ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା ତା:୨୦/୦୧/୨୦୨୩ରିଖ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ସଡକ ସୁରକ୍ଷା ଓ ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ଜୀବନ ହେଉଛି ଅମୂଲ୍ୟ, ସମସ୍ତେ ଦୁଇ ଚକିଆ ଯାନ ଚଲାଇବା ବେଳେ ହେଲମେଟ ଓ ଚାରିଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟଟ ସହ ସରକାରଙ୍କ ସମସ୍ତ ନୀତି ନିୟମ ମାନି ଚଳିଲେ ଦୁର୍ଘଟଣା ରୁ ବଞ୍ଚିପାରିବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ସ୍କୁଲର ସଭାପତି ବ୍ରହ୍ମାନନ୍ଦ ସମାଲ ଓ ଉପଦେଷ୍ଟା ମଣ୍ଡଳୀ ର ବରିଷ୍ଠ ସଦଶ୍ୟ ସୁତ୍ତମ କୁମାର ନାୟକ ସାଂମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ନରେଶ ସୁନାନୀ, ବସନ୍ତ ନାଏକ, ସାଧନା ପ୍ରଧାନ, ବୃଷଭ ଦାସ, ଵିଷ୍ଣୁପ୍ରିୟା ସାମନ୍ତରା, ମନୀଷା ସିଂହା, ତପନ ନାଏକ, ବସନ୍ତ ନାଏକ, ଚଦ୍ରପ୍ରଭା ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଦେଇଥିଲେ। ମିକୁମିକ୍ସ ନିଆଲ କର୍ମଶାଳା ଟି କୁ ପରିଚାଳନା କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ଟ୍ରାଇ ସାଇକେଲ, ଜୋର କରି ଛାଡେଇନେଲେ ସୁରକ୍ଷା ଅଧିକାରୀ 

Sunil Chandra Nayak

ଜିଲ୍ଲାସ୍ତରୀୟ “ଉତ୍ସାହ-2025” ପ୍ରତିଯୋଗୀତା ଅନୁଷ୍ଟିତ

Sunil Chandra Nayak

ତିନି ଦଫା ଦାବି ପୂରଣ ନିମନ୍ତେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବି.ଇ.ଓ ଅଫିସ୍ ସମ୍ମୁଖରେ ଗଣ ଧାରଣା

masiha

Leave a Comment

error: Content is protected !!