ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଗଣେଶ ଗ୍ୟାସ ଏଜେନ୍ସି ଆନୁକୁଲ୍ୟରେ ଏଲପିଜି ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର 

ରାଇରଙ୍ଗପୁରରେ ଗଣେଶ ଗ୍ୟାସ ଏଜେନ୍ସି ଆନୁକୁଲ୍ୟରେ ଏଲପିଜି ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର 

ମୟୂରଭଞ୍ଜ- ୨୬/୦୭ ( ମସିହା)ଦେଶ , ସମାଜ ତଥା ପରିବାର ଆର୍ଥିକ ପ୍ରଗତିରେ ମହିଳାଙ୍କ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ସେମାନଙ୍କ ସୁରକ୍ଷା, ସ୍ଵାସ୍ଥ୍ୟ ଓ ଆର୍ଥିକ ସ୍ବାବଲମ୍ବୀ ପାଇଁ ସରକାର ଯଥେଷ୍ଟ ସଚେତନ ।ଚୂଲି ଜାଳ,ଧୂମ୍ରମୟ ପରିବେଶ,ଜାଳେଣି କାଠ ଅଭାବ ପାଇଁ ସବୁବେଳେ ରୋଷେଇ ମା’ ମାନେ ଦିନରାତି ଚିନ୍ତିତ ଓ ହନ୍ତସନ୍ତ। ଏହାକୁ ଚିନ୍ତାକରି ପ୍ରଧାନମନ୍ତ୍ରୀଙ୍କ ଉଜ୍ବଳା ଯୋଜନା ସ୍ବଛ ଇନ୍ଧନ- ସୁଖୀ ଜୀବନ ଏକ ଯୁଗାନ୍ତକାରୀ ଯୋଜନା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା। ମହିଳା ହେଉଛନ୍ତି ଘରର ଆର୍ଥିକ ପ୍ରଗତିର ମେରୁଦଣ୍ଡ । ସେମାନଙ୍କ ସୁରକ୍ଷା, ସେମାନଙ୍କ ସ୍ବାସ୍ଥ୍ୟ, ସେମାନଙ୍କ ସମୟ ଅତି ମୂଲ୍ୟବାନ । ଏଲପିଜିର ବ୍ୟବହାର ଉପରେ ସମସ୍ତେ ସଚେତନ ହେବା ଦରକାର । ଏହାକୁ ନେଇ ରାଇରଙ୍ଗପୁର ର ଗଣେଶ ଭାରତ ଗ୍ଯାସ ଏଜେନ୍ସିର ପ୍ରୋପାଇଟର ଦମ୍ପତି ଲାଲମୋହନ ହାଁସଦା, ମିନତୀ ହାଁସଦା ଓ ବାବୁ ହାଁସଦା ଙ୍କ ବଳିଷ୍ଠ ଉଦ୍ୟମରେ ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ଭବନ ପରିସରରେ ଭାରତ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଏଲିପିଜି ବ୍ୟବହାର ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତ ଗ୍ୟାସର ରାଜ୍ୟ ମୁଖ୍ୟ ମାନସ ରଞ୍ଜନ ମହାନ୍ତି, ଆଂଚଳିକ ମେନେଜର ଗିରିଶ ସୋନାଓ୍ବେନେ,ବିପଣୀ ମେନେଜର ସୁଭମ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଗଣ କହିଥିଲେ ମଣିଷ ଜୀବନ ଦୁର୍ଲଭ ଓ ଅମୂଲ୍ୟ ।ଘରର ମେରୁଦଣ୍ଡ ହେଉଛନ୍ତି ମହିଳାମାନେ । ସେମାନଙ୍କ ଅମୂଲ୍ୟ ଜୀବନ ଗ୍ୟାସ ଦୁର୍ଘଟଣାରେ ନଷ୍ଟ ହେଲେ ସେ ପରିବାର ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଏ ।ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଏ । ତେଣୁ ସେମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଗ୍ୟାସ ଚୁଲା ଓ ବ୍ୟବହାର ନେଇ ଶତକଡା ୮୦ ଭାଗ ମହିଳା ଅସେଚତନ । ତେଣୁ ସେମାନଙ୍କୁ ସଚେତନ କରାଇବା ପ୍ରାଥମିକ କର୍ତ୍ତବ୍ୟ ବୋଲି ଅତିଥିଗଣ କହିଥିଲେ ।ଗ୍ୟାସ ସିଲିଣ୍ଡର ବ୍ୟବହାର, ସତର୍କତା,ଉପରେ ଉପସ୍ଥିତ ଗ୍ରାହକମାନଙ୍କୁ ବୁଝାଇଥିଲେ । ଦୁର୍ଘଟଣା ଜନିତ କ୍ଷତିପୂରଣ,ବୀମା ଉପରେ ଆଲୋକପାତ କରିଥିଲେ ।ତଦସହ ଡେମୋ ଦେଖାଇଥିଲେ । ବିଶେଷତଃ ଗ୍ୟାସ ବ୍ୟବହାର ସମୟରେ ସିଲିଣ୍ଡର କୁ ଠିଆ କରି ରଖିବା,ପବନ ଯିବା ଆସିବା ସ୍ଥାନରେ ଗ୍ୟାସ ସିଲିଣ୍ଡର ନ ରଖିବା,ଦିଆସିଲି ଦ୍ଵାରା ଗ୍ୟାସ ଅନ୍ କରିବା, ସିଲିଣ୍ଡର ପାଖରେ ଅନ୍ୟ ଜ୍ବଳନଶୀଳ ବସ୍ତୁ ନ ରଖିବା , ସୂତା ବସ୍ତ୍ର ପିନ୍ଧି ରୋଷେଇ କରିବା,ରାତିରେ ଶୋଇଲାବେଳେ ରେଗୁଲେଟର ଵନ୍ଦ କରିବା,ଗ୍ୟାସର ଗନ୍ଧ ଆସିଲେ ଲାଇଟର କିମ୍ବା ସୁଇଚ ବନ୍ଦ କରିବା,ଗ୍ଯାସ ଲିକ୍ ହେଲେ ଏଲପିଜି ବିତରକଙ୍କ ୧୯୦୬ ନମ୍ବରକୁ ଫୋନ କରିବା, ପ୍ରତ୍ୟେକ ୫ ବର୍ଷରେ ଗ୍ୟାସ ପାଇପ ପରିବର୍ତ୍ତନ କରିବା, ଇତ୍ୟାଦି ଉପରେ ଉପଭୋକ୍ତାମାନଙ୍କୁ ସୂଚନା ଦିଆଯାଇଥିଲା ।ଆଖପାଖ ଅଂଚଳରୁ ଶତାଧିକ ଉପଭୋକ୍ତା ଏହି ସଚେତନ ଶିବିରରେ ଯୋଗ ଦେଇ ଆବଶ୍ୟକୀୟ ଜ୍ଞାନ ଆରୋହଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ 

masiha

ହାତୀ ନେଇଗଲା ଦୁଇ ଜୀବନ

Sunil Chandra Nayak

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!