ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମନ୍ଦିର ପ୍ରାଙ୍ଗଣରେ ବୈଦିକ କର୍ମକାଣ୍ଡ ସମ୍ପର୍କୀତ ଆଲୋଚନା

ମନ୍ଦିର ପ୍ରାଙ୍ଗଣରେ ବୈଦିକ କର୍ମକାଣ୍ଡ ସମ୍ପର୍କୀତ ଆଲୋଚନା

ଖଇରା,୨୭/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବଜାର ଏବଂ ଥାନା ସମ୍ମୁଖ ସ୍ଥିତ ଆଖଣ୍ଡଳେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପୂଜକ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ପୌରୋହିତ୍ଯରେ ଏକ ବୈଦିକ କର୍ମକାଣ୍ଡ ସମ୍ପର୍କିତ ଆଲୋଚନା ଏବଂ ବାବା ଆଖଣ୍ଡଳେଶ୍ବରଙ୍କ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଦିକ ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ପୂଜା, ଜପ ଓ ଧ୍ଯାନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ସୃଷ୍ଟି କଲ୍ୟାଣ ନିମନ୍ତେ ଭଗବାନ ଶଙ୍କରଙ୍କ ଠାରେ ଭକ୍ତିପୂତ ପ୍ରାର୍ଥନା କରାଯାଇଥିଲା । ଶଙ୍କରଙ୍କ ପ୍ରିତ୍ଯର୍ଥେ ଶତରୁଦ୍ର ପାଠ, ପୁଷ୍ପ ଓ ଜଳଦାନ ଅର୍ପଣ ପୂର୍ବକ ଶପ୍ତଶଥୀ ଚଣ୍ଡୀ, ଭଜନ ଓ ପୂଜନ ଆଦି କରାଯାଇଥିଲା । ଏହି ଅବସରରେ ପଣ୍ଡିତ ଶ୍ରୀ ପତ୍ରୀଙ୍କ ନାତି ଶ୍ରୀମାନ ସାଇ ସତ୍ଯଜିତଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଉକ୍ତ ଦିବ୍ୟ କାର୍ଯ୍ୟକ୍ରମରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ଶକ୍ତିପଦ ପଣ୍ଡା, ସର୍ବେଶ୍ବର ପତି, ବୁଦ୍ଧିରାମ ପାଣିଗ୍ରାହୀ, ରମାକାନ୍ତ ଶତପଥି, ଗୌର ଚନ୍ଦ୍ର ପାଢ଼ୀ, ଶରତ ଚନ୍ଦ୍ର ପଣ୍ଡା, ବେଣୁଧର ମିଶ୍ର, ଉଦୟ ନାଥ ପଣ୍ଡା, ଜନାର୍ଦ୍ଦନ ମିଶ୍ର, ବିରଞ୍ଚି ନାରାୟଣ ପଣ୍ଡା, କ୍ଷେତ୍ରବାସୀ ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା, ନୃସିଂହ ଚରଣ ପାଣି, ବାଞ୍ଛାନିଧି ଦାଶ, ଆକାଶ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ପଣ୍ଡା, ଅଭିମନ୍ୟୁ ପଣ୍ଡା, ବିରଞ୍ଚି ନାରାୟଣ ମିଶ୍ର ପ୍ରମୁଖ ଆଚାର୍ଯ୍ୟଗଣ ଯୋଗଦେଇ ବିଭୁକାର୍ଯ୍ଯ ସମ୍ପାଦନ କରିଥିଲେ । 

           ଏହି ଦିବସବ୍ଯାପୀ କାର୍ଯ୍ୟକ୍ରମରେ ରଘୁନାଥ ପତ୍ରୀ, ଯୋଗେଶ ଶତପଥୀ, ଜଗଦାନନ୍ଦ ମହାନ୍ତି, ମିହିର କୁମାର ନାୟକ, ପିତାମ୍ବର ନାୟକ, ତ୍ରୈଲୋକ୍ଯ ଲେଙ୍କା, ପୀୟୁଷ ଶତପଥୀ, ରାମ ଚନ୍ଦ୍ର ପତ୍ରୀ ଏବଂ ଥାନା ଅଧିକାରୀ ଗୟାଧର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରି ଭଗବାନ ଶଙ୍କରଙ୍କ କୃପା ଲାଭ କରିଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କର୍ଲାମୁଣ୍ଡା: ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ଶ୍ରାବଣ ମାସତୃତୀୟ ସୋମବାର ଗଢ ଗ୍ରାମୟ ବାବା ଐଶ୍ବାନେଶ୍ବର ଶୈବପୀଠ ଚଳଚଞ୍ଚଳ 

Sunil Chandra Nayak

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି

Sunil Chandra Nayak

Leave a Comment

error: Content is protected !!