ଡିଜିଟାଲ ମିଡ଼ିଆ ଜିଟିଭି ଭାରତ ଓଡ଼ିଆର ୭ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାୟଗଡ ଜିଲ୍ଲା ଓଡ଼ିଆ ଡିଜିଟାଲ ନ୍ୟୁଜ ଟିଭି ଚାନେଲର ଜିଟିଭି ର ୭ମ ବାର୍ଷିକ ଉତ୍ସବ ସ୍ଥାନୀୟ ଲାୟନସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଛି, ଏହି ଓଡ଼ିଆ ଡିଜିଟାଲ ଚାନେଲର ମୁଖ୍ୟ ସମ୍ପାଦକ ଶ୍ରୀ ରାମଦାସ ଲିମାଙ୍କ
ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଛି.ଏହି କାର୍ଯ୍ୟକ୍ରମ ରେ କଂଗ୍ରେସର ପୂର୍ବତନ ଡିସିସି ସଭାପତି ତଥା ରାଜ୍ଯ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ଉତ୍ସବରେ ସପ୍ତଗିରି ଶଙ୍କର ଉଲ୍ଲାକା -ମାନ୍ଯବର ସାଂସଦ, କୋରାପୁଟ ଲୋକସଭା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଡିଜିଟାଲ ମିଡିଆ ସମ୍ପର୍କରେ ନିଜ ବକ୍ତବ୍ଯ ରଖିବା ସହ ଜିଟିଭି ଭାରତ ଓଡିଆର ଉତ୍ତରତ୍ତୋର କାମନା କରିଥିଲେ | ସମ୍ମାନିତ ଅତିଥି ରୂପେ ଆପାଲସ୍ବାମୀ କାଡ୍ରାକା- ବିଧାୟକ,ରାୟଗଡ ଯୋଗଦେଇ ନିଜ ବକ୍ତବ୍ଯରେ କହିଲେ ଗଣମାଧ୍ଯମ ପ୍ରତିନିଧି
ତଥା ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ପ୍ରତି ସରକାର ଅବହେଳା ନକରି ତାଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ଉଚିତ୍ ବୋଲି କହିଥିଲେ | ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲାର ବରିଷ୍ଟ ଓ ବୟୋଯେଷ୍ଠ ସାମ୍ବାଦିକ ଶ୍ରୀ ବାଦଲ କୁମାର ତା ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ଯା ସମ୍ପର୍କରେ ଆଲୋକପାତ କରିଥିବା ବେଳେ, ମୁଖ୍ଯ ବକ୍ତା ଶ୍ରୀ ଅବିନାଶ ମିଶ୍ର ନିଜ ବକ୍ତବ୍ଯରେ କହିଥିଲେ ଡିଜିଟାଲ ଯୁଗ ତଥା ଡିଜିଟାଲ ମିଡିଆ ଆସିବାପରେ ପ୍ରିଣ୍ଟ ମିଡିଆ ଓ ଇଲୋକ୍ଟ୍ରୋନିକ୍ ମିଡିଆର ଚାହିଦା ଉପରେ ପ୍ରଭାବ ପକାଇଛି | ପ୍ରିଣ୍ଟ ମିଡିଆରେ କୌଣସି ଖବର ପ୍ରକାଶ ନିମନ୍ତେ 12 ରୁ 24 ଘଣ୍ଟା ସମୟ ଲାଗୁଥିବା ବେଳେ
ଇଲୋକ୍ଟ୍ରୋନିକ୍ ମିଡିଆ ପାଇଁ 2 ରୁ 4 ଘଣ୍ଟା ଲାଗୁଛି କେତେକ ସ୍ଥଳରେ ଯଥା ସିଧାପ୍ରସାରଣ ବ୍ଯତିତ ବିଳମ୍ବ ହେଉଛି | କିନ୍ତୁ ଡିଜିଟାଲ ମିଡିଆ, ଶୋସିଆଲ ମିଡିଆ ତ୍ବରିତ ମାର୍ଗରେ ଖବର ପ୍ରସାରିତ ହୋଇଯାଉଛି | କିନ୍ତୁ ଇଲୋକ୍ଟ୍ରୋନିକ୍ ମିଡିଆ ଟିଆରପି ଏବଂ ଡିଜିଟାଲ ଓ ଶୋସିଆଲ ମିଡିଆ ଭିଓର୍ସ ପଛରେ ଧାଇଁବା ଫଳରେ ବେଳେ ବେଳେ ଖବରଟିକୁ ଅତିରଞ୍ଜିତ କରାଯାଉଥିବାରୁ ବିଭ୍ରାନ୍ତକର ପରିସ୍ଥିତି ଉପୁଜୁଛି ବୋଲି କହିଥିଲେ |
ଜିଟିଭି ଭାରତ ଓଡିଆ ପକ୍ଷରୁ ମଞ୍ଚାସୀନ ଅତିଥି ତଥା ନବନିର୍ବାଚିତ କୋରାପୁଟ ଲୋକସଭା ସାଂସଦ, ବିଧାୟକ ରାୟଗଡ, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା, ସମ୍ମାନିତ ଅତିଥି ଶ୍ରୀ ବାଦଲ କୁମାର ତା, ମୁଖ୍ଯ ବକ୍ତା ଶ୍ରୀ ଅବିନାଶ ମିଶ୍ର ଙ୍କୁ ରାୟଗଡର ବିରଷ୍ଠ ସାମ୍ବାଦିକ ଗୁରୁ
ପ୍ରସାଦ ସାହୁ, ଗୌରୀ ଶଙ୍କର ପଟନାୟକ, ଶିବ ପ୍ରସାଦ ପାଢ଼ୀ, ରଞ୍ଜନ ମହାନ୍ତି, ଦୀପକ ପୃଷ୍ଟି ପ୍ରମୁଖ ଉପସ୍ଥିତ ସମସ୍ତ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ମଞ୍ଚାସିନ କରିବା ପାଇଁ ଅନୁରୋଧ କରିଥିଲେ. ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ଯକ୍ତି ବିଶେଷଙ୍କୁ ମୁଖ୍ଯ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଦିତ କରାଯାଇଛି | ସେମାନଙ୍କ ମଧ୍ଯରେ ନାରୀନେତ୍ରୀ ଭାବେ ଶ୍ରୀମତୀ ପୂଜା ଉଲ୍ଲାକାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜିଟିଭି ଭାରତ ଓଡିଆର ପକ୍ଷରୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ଜିଲ୍ଲାର ବରିଷ୍ଟ ସାମ୍ବାଦିକ 2024 ସମ୍ମାନ ରୂପେ ସାଂସଦ ଶ୍ରୀ ସପ୍ତଗିରି ଉଲାକା, ବିଧାୟକ ଶ୍ରୀ ଆପୁଲ ସ୍ୱାମୀ, ଶ୍ରୀ ବାଦଲ କୁମାର ଥା ଓ ମୁଖ୍ୟ ବକ୍ତା ଶ୍ରୀ ଅଭିନାଶ ମିଶ୍ର ଦ୍ୱାରା ବରିଷ୍ଠ ସମ୍ବାଦିକ ଗୁରୁ ପ୍ରସାଦ ସାହୁ, ଗୌରୀ ଶଙ୍କର ପଟନାୟକ ଶିବ ପ୍ରସାଦ ପାଢ଼ୀ, ରଞ୍ଜନ କୁମାର ମହାନ୍ତି ଓ ଦୀପକ କୁମାର ପୃଷ୍ଠିଙ୍କୁ ସମ୍ମାନିତ କରିଥିଲେ, ସେହିପରି ରାୟଗଡା ଜିଲ୍ଲାର ଶିକ୍ଷାବିତ ସମ୍ମାନରେ ଇଂ. ଅଶ୍ବନୀ କୁମାର ଦାସ, ଡାଟାପ୍ରୋ ଏବଂ ବଚପନ ଇଂରାଜୀ ବିଦ୍ଯାଳୟର ନିର୍ଦ୍ଦେଶକଙ୍କୁ ମୁଖ୍ଯ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଛି | ସେହିପରି ବରିଷ୍ଠ ନାଗରିକ ତଥା ସମାଜସେବୀ ରୂପେ ଶ୍ରୀ ଇନ୍ଦେର ଦାସ ଫାଣ୍ଡାନାନୀ, ସମାଜ ସେବୀ ରୂପେ ଡଃ. ଜଗନ୍ନାଥ ସୁବୁଦ୍ଧି, ଆଦର୍ଶ ସରପଞ୍ଚ ଭାବେ ଯୋଗବନ୍ଧୁ ମାଝୀଙ୍କୁ ସମ୍ବର୍ଦ୍ଦିତ କରାଯାଇଛି | ଏହି ଉତ୍ସବରେ ଜିଲ୍ଲା ସଦର କହକୁମାରେ କାର୍ଯ୍ଯରତ ସମସ୍ତ କାର୍ଯ୍ୟରତ ସାମ୍ବାଦିକ, ବିଭିନ୍ନ ବ୍ଲକ ଅଂଚଳରେ ସାମ୍ବାଦିକତା କରୁଥିବା ସାମ୍ବାଦିକ, ଆଇନ ଜୀବୀ, ସ୍ବେଚ୍ଚାସେବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଏବଂ ବୁଦ୍ଦିଜୀବୀ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର ଓ ସରସ ହୋଇ ଥିବା ଓ କାର୍ଯ୍ୟକ୍ରମ କୁ ଜିଲ୍ଲାର ସମସ୍ତ ସାମ୍ବାଦିକ ସହଯୋଗ ହାତ ବଢ଼ାଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥବା ରୁ ସଫଳ ଜିଟିଭି ଓଡ଼ିଆ ଡିଜିଟାଲ ମିଡ଼ିଆ ର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଛି।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


