ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ରେ ପାଞ୍ଚ ଦିନ ହେଲାଣି ବିଏସନାଲ ସେବା ଠପ୍

ବନ୍ଧୁଗାଁ ରେ ପାଞ୍ଚ ଦିନ ହେଲାଣି ବିଏସନାଲ ସେବା ଠପ୍  

ବନ୍ଧୁଗାଁ ୧୯/୦୭/୨୪,ଗତ ଚଳିତ ମାସର ୩ ତାରିଖରେ  ଜିଓ ନେଟୱର୍କ ତାର ମାସିକ ରିଚାର୍ଜ ସୋହେକୁ ୨୫% ଦରରେ ଦର ବଢାଇ ଦେଇଥିବାରୁ ଗ୍ରାହକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ସବୁଠୁ ଅଧିକ ଗରିବ ଗୁରୁବା ଙ୍କ ଉପରେ ଅଧିକ ପ୍ରଭାବ ପଡିଛି । ଯେଉଁ ସବୁ ଅଞ୍ଚଳରେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ସେଠାକାର ଗ୍ରାହକ ମାନେ ଏବେ ପାଖରେ ଥିବା ପୁରୁଣା ବିଏସନାଲ ସିମ୍ କୁ ରିଚାର୍ଯ କରିଛନ୍ତି । ଅନ୍ୟ କିଛି ଅଞ୍ଚଳରେ ଏଇର୍ ଟେଲ୍ କୁ ଆପଣାଇଛନ୍ତି । ହେଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରେ ଜିଓ ଓ ବିଏସନାଲ କୁ ଛାଡ଼ି ଦେଲେ ଅନ୍ୟ କୌଣସି ନେଟୱର୍କ ନଥିବାରୁ (ବି.ଏସ.ଏନ.ଏଲ) ରିଚାର୍ଯ୍ କରିଥିବା ଗ୍ରାହକଙ୍କ ଚିନ୍ତା ବଢ଼ି ଯାଇଛି । କାରଣ ପାଞ୍ଚ ଦିନ ହେଲାଣି ବ୍ଲକରେ ଥିବା ତିନୋଟି ଯାକ ହେଲା କୁମ୍ଭାରୀପୁଟ, ବନ୍ଧୁଗାଁ ଓ ଆଲମଣ୍ଡା ଠାରେ  ଏହି ୩ଟି (ବି.ଏସ.ଏନ.ଏଲ)  ଟାୱାର କାମ ଠିକ ଭାବରେ ଯୋଗାଯୋଗ ସେବା ଯୋଗାଈବାରେ ଗ୍ରାହକଙ୍କୁ ଉଚିତ ସେବା ଦେଉନି । ସେବା ସମ୍ପୂର୍ଣ୍ଣ ଭାବେ ଫେଲ୍ ରହିଥିବାରୁ ଗ୍ରାହକଙ୍କ ମହଲ ରେ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ ଏବେ କୌଣସି କାର୍ଯ୍ୟ କରିବାରେ ମଧ୍ୟ ବାଧା ଉପୁଜିଛି।ଖାସ କରି ଦୁର୍ଗମ ଅଞ୍ଚଳରେ ବସ ବାସ କରୁଥିବା ଲୋକେ ବେଶୀ ପ୍ରଭାବିତ ହୋଇଛନ୍ତି।ତେଣୁ ତୁରନ୍ତ ଏଥି ପ୍ରତି ପ୍ରଶାସନ ନଜର ପଡିବା ନିହାତି ଦରକାର ହୋଇ ପଡ଼ିଛି।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

masiha

ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଆହତ, କୋକସରା ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଚାଳକ ମୃତ

masiha

Leave a Comment

error: Content is protected !!