ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ମାନଙ୍କ ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଓ ଶୋଭାଯାତ୍ରା

ଆଇନଜୀବୀ ମାନଙ୍କ ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଓ ଶୋଭାଯାତ୍ରା

ରାଉରକେଲା : ରାଉରକେଲା ଓକିଲ ସଂଘର ସାଧାରଣ ପରିଷଦ ର ନିଷ୍ପତ୍ତି ଅନୁଯାୟୀ ଆଜି ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସ୍ମାରକପତ୍ର ଏ ନକଲ ଓଡ଼ିଶା ର ମାନ୍ୟବର ଆଇନ୍ ମନ୍ତ୍ରୀ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଙ୍କୁ ପ୍ରେରଣ କରାଯାଇଛି। ବିରଜାପାଲି ସ୍ଥିତ ନୂଆ କୋର୍ଟ ପରିସରରୁ ଆଇନଜୀବୀ ମାନେ ଏକ ଶୋଭାଯାତ୍ରାରେ ଆସି ରାଉରକେଲା ଏ ଡି ଏମ୍ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ର ରେ ଆଇନଜୀବୀ ମାନଙ୍କ ପ୍ରମୁଖ ଦାବି ଯଥା ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାର ଯୁଗ୍ମ ଅନୁଦାନ ବାବଦରେ ବାର୍ଷିକ ୫ କୋଟି ପରିବର୍ତ୍ତେ ୧୦ କୋଟି ଟଙ୍କା ପ୍ରଦାନ କରିବା, ମଧୁବାବୁ ସ୍ଵାସ୍ଥ୍ୟ ବୀମା ଯୋଜନା କରି ରାଜ୍ୟ ର ସମସ୍ତ ଆଇନଜୀବୀ ମାନଙ୍କୁ ୧୫ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ଯୋଗାଇଦେବା, ଆଇନଜୀବୀ ଙ୍କ ମୃତ୍ୟୁ କାଳୀନ କ୍ଷତିପୂରଣ ୨୦ ଲକ୍ଷ ଟଙ୍କା ର ବ୍ୟବସ୍ଥା କରିବା, ଆଇନଜୀବୀ ପେଶା ରେ ଯୋଗ ଦେଉଥିବା ନୂତନ ଆଇନଜୀବୀ ମାନଙ୍କୁ କେରଳ ଓ ଅନ୍ୟାନ୍ୟ ରାଜ୍ୟ ପରି ମାସିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରିବା ଓ ଆଇନଜୀବୀ ସୁରକ୍ଷା ଆଇନ୍ ଗଠନ କରିବା ପ୍ରଭୃତି ପ୍ରମୁଖ ଦାବି ଉପରେ ନୂତନ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏ ବାବଦରେ ପୂର୍ବରୁ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ବର୍ତମାନ ର ସରକାର ଏ ଦିଗରେ ଏକ ସକରାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁ, ଉପସଭାପତି ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, ଯୁଗ୍ମ ସଂପାଦକ ଅନୁସୁରୁ ହରି ଦୋରା, ସହ ସଂପାଦକ ( ଏ ଏସ ଏମ୍) ଗୁରୁ ଚରଣ ଖୁଣ୍ଟିଆ, କାର୍ଯ୍ୟକାରୀ କମିଟି ସଦସ୍ୟ ସନ୍ତୋଷ ତ୍ରିପାଠୀ, ମେରୀ ମ୍ୟାକ୍ସିମା ଏକ୍କା,ସୁମିତା ନନ୍ଦ,ଉଦୟ ଲାକ୍ରା, ବରିଷ୍ଠ ଆଇନଜୀବୀ ଏମ୍ ମାଲେଶ୍ଵରମ, ଅନନ୍ତ ବିଶୋଇ,ରାମ ପ୍ରସାଦ ପଟ୍ଟନାୟକ, ସରୋଜ ମହାପାତ୍ର, ପବିତ୍ର ଜେନା, ଶଙ୍କର ପ୍ରଧାନ,କୋମଲ ସାହୁ, ସୁଶାନ୍ତ ବାରିକ୍, ଗଣେଶ ପ୍ରଧାନ, ପ୍ରବାଳ ରଞ୍ଜନ ବାରିକ୍, ଚନ୍ଦ୍ରଭାନୁ ଦାସ, ନରେଶ ବେହେରା, ସ୍ୱାଗତିକା ମହାନ୍ତି, ନିହାର ରଞ୍ଜନ ସିଂହ,ସରୋଜ କର, ପ୍ରତିଭା ନାଏକ, ମାଧବ ନାୟକ,ବସନ୍ତ ତାଣ୍ଡି, ଶ୍ରୀକାନ୍ତ ନାୟକ, ଅରୁଣ କୁଶଳ, ଆଶିଷ ରାଉତରାୟ,ଧନ୍ତିଆ ତାଣ୍ଡିଆ, ଶ୍ରୀକାନ୍ତ ସାହୁ,ସୈ।ମ୍ୟରଞନ ବିଶ୍ଵାଳ,ଭରତ ସାହୁ,ସରଜିଲ ସାମସୀ, ବନଜ୍ୟୋସ୍ନା ସାମନ୍ତରାୟ,ରବି କୁମାର,ଦିପ୍ତିବାଳା ବେହୁରା,ଜେ ପି ମୁର୍ମୁ, ସଞ୍ଜୟ ଦୀପ୍, ରାଜେଶ ବେହେରା, ନିତ୍ୟାନନ୍ଦ ମହାନ୍ତି, ଓମ୍ ପ୍ରକାଶ ମୁଣ୍ଡା,ଭଗବତ ପ୍ରସାଦ ସାହୁ, ଅଶୋକ ଲେଙ୍କା, ପ୍ରମୋଦ ମହାନ୍ତି, ରାଜଶ୍ରୀ ମିଶ୍ର, ତାରିଣୀ କିଙ୍କର ଦାସ, ନରେଶ ମହାପାତ୍ର, ସୁଶିଲ ପ୍ରଧାନ, ରେଖା ଗୁପ୍ତା,ଅଭିଷେକ କୁମାର, ଅମିତ୍ ତୀର୍କୀ, ଇନ୍ଦ୍ର ବାହାଲା, ଅରୁଣ ଗୋଛୟତ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

masiha

ଧରାକୋଟ ବ୍ଳକ ରେ ଜିଲ୍ଲାପାଳ ଓ SP ଙ୍କ ମିଳିତ ଜନ ଶୁଣାଣି

Sunil Chandra Nayak

ବର୍ଷାର ଦେଖା ନାହିଁ  ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଆଶା ଓ ଆଶଙ୍କାରେ ଚାଷୀ….

masiha

Leave a Comment

error: Content is protected !!