ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ମଗଡ:ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ। ୫.୪ ଲକ୍ଷ୍ୟ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ

ଧର୍ମଗଡ:ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ। ୫.୪ ଲକ୍ଷ୍ୟ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ

ତଦନ୍ତ ଜାରି….

କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଲ ପଞ୍ଚାୟତ ସରପଞ୍ଚ ଦିନେଶ ରାଉତ ଙ୍କ ଘରେ ଭିଜିଲାନ୍ସ ଚଢାଉ।

ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦା ବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ ଦୀନେଶ କୁମାର ରାଉତ ଗୋଲାମୁଣ୍ଡା ରୁ ବୃନ୍ଦାବାହାଲକୁ ଯାଉଥିବାବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ବୋଲେରୋ ଗାଡି ନମ୍ବର OD-08-C-5335 ଏବଂ ନଗଦ ୫.୪ ଲକ୍ଷ୍ୟ (ସନ୍ଦେହଜନକ ଭାବେ ଅର୍ଜିତ ନଗଦ ଟଙ୍କା) ତାଙ୍କ ନିକଟରୁ ମିଳିଥିଲା | ଯେହେତୁ ଶ୍ରୀ ରାଉତ ସନ୍ତୋଷଜନକ ହିସାବ ଦେଇପାରିନଥିଲେ, ତାଙ୍କଠାରୁ ଏହି ରାଶି ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ଜବତ ହୋଇଥିବା ନଗଦ ବ୍ୟତୀତ ବ୍ୟବହୃତ ବୋଲେରୋ ଗାଡି ମଧ୍ୟ ଜବତ କରିଛି ଭିଜଲାନ୍ସ ବିଭାଗ।

 ପାଣ୍ଠିର ଉତ୍ସ ଜାଣିବା ପାଇଁ ତଦନ୍ତ ଅବ୍ୟାହତ ରହିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଇପିଏଲ୍ ବେଟିଂ ରାକେଟର ପର୍ଦ୍ଦାଫାସ : ୨ ଅଭିଯୁକ୍ତଙ୍କ ଗିରଫ୍, ୪ ଲକ୍ଷ ନଗଦ ଟଙ୍କା, କାର୍ ଏବଂ ବ୍ୟାଙ୍କ ପାସବୁକ୍ ଜବତ

ଚୋରା କାଠ ଜବତ, ଜଣେ ଗିରଫ 

masiha

ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଟିଉସନ ଶିକ୍ଷକ ଅଟକ

Sunil Chandra Nayak

Leave a Comment

error: Content is protected !!