ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷାଧିକ ଟଙ୍କା ର ବିଦେଶୀ ମଦ ଜବତ: ଗିରଫ ହେଲେ ବିଜେଡ଼ି ନେତା ସୁବାସ ମାଝୀ

ଢେ଼ଙ୍କାନାଳ (ମ ସୀ ହା)୦୩/୦୧_ବିଜେଡି ସରକାର ଙ୍କ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବହୁ ଭୋଟରେ ବିଜୟୀ ହୋଇଥିବା ଦଳିତ ନେତା ସୁବାସ ମାଝୀ ଙ୍କୁ ଢେଙ୍କାନାଳ ଅବକାରୀ ସ୍କ୍ୱାଡ଼ ଗିରଫ କରିଛି l ତାଙ୍କ ଭାଇ ଯାଜପୁର ଜିଲ୍ଲା ଯଖପୁରା ଥାନା ର କନେଷ୍ଟବଳ ସୁଶାନ୍ତ ଦଳେଇ ଙ୍କୁ ମଧ୍ୟ ଗିରଫ କରାଯାଇଛି l ଖବର ରୁ ଜଣାଯାଏ ଯେ ଭୁବନ ବ୍ଲକ ଜୋନ ନମ୍ବର ୩ ଅନ୍ତର୍ଗତ ଏକତାଳି ରୁ ନକଲି ମଦ କାରଖାନା ଚାଲୁଥିବାର ଖବର ପାଇ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଗତ କାଲି ମଧ୍ଯ ରାତିରେ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀ ଙ୍କ ଅନୁମତି ପ୍ରାପ୍ତ କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ ଗଁଦିଆ ଅବକାରୀ ବିଭାଗ ର ଅଧିକାରୀ ଙ୍କ ମିଳିତ ଚଢ଼ାଉ ଯୋଗୁ ଖସି ପାରି ନ ଥିଲେ ବିଜେଡି ନେତା l ଲକ୍ଷାଧିକ ଟଙ୍କା ର ନକଲି ବିଦେଶୀ ମଦ, ମଦ ପ୍ୟାକିଙ୍ଗ ମେସିନ,ଷ୍ଟିକର ଆଦି ଜବତ କରାଯାଇଛି lଏହି ଚଢାଉ ଢେଙ୍କାନାଳ ଡେପୁଟି ସୁପରିଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଙ୍କ ଉପସ୍ଥିତ ରେ ହୋଇଥିଲା l ସମସ୍ତ ଆସାମୀ ଙ୍କୁ ଢେଙ୍କାନାଳ ନିଆଯାଇଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

Sunil Chandra Nayak

ଖାକିରେ ଲାଗିଲା ଦାଗ, ସ୍ତ୍ରୀର ପରକ୍ରୀୟା ପ୍ରୀତିକୁ ନେଇ ସ୍ବାମୀଙ୍କୁ ଆକ୍ରମଣ, ପ୍ରେମିକ ଗିରଫ

ଶିମିଳିପାଳ ଅଭୟାରଣ୍ୟ ରୁ ୪ ହାତୀ ଦାନ୍ତ ସହିତ ଶିକାରୀ ଗିରଫ

Sunil Chandra Nayak

Leave a Comment

error: Content is protected !!