ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷାଧିକ ଟଙ୍କା ର ବିଦେଶୀ ମଦ ଜବତ: ଗିରଫ ହେଲେ ବିଜେଡ଼ି ନେତା ସୁବାସ ମାଝୀ

ଢେ଼ଙ୍କାନାଳ (ମ ସୀ ହା)୦୩/୦୧_ବିଜେଡି ସରକାର ଙ୍କ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବହୁ ଭୋଟରେ ବିଜୟୀ ହୋଇଥିବା ଦଳିତ ନେତା ସୁବାସ ମାଝୀ ଙ୍କୁ ଢେଙ୍କାନାଳ ଅବକାରୀ ସ୍କ୍ୱାଡ଼ ଗିରଫ କରିଛି l ତାଙ୍କ ଭାଇ ଯାଜପୁର ଜିଲ୍ଲା ଯଖପୁରା ଥାନା ର କନେଷ୍ଟବଳ ସୁଶାନ୍ତ ଦଳେଇ ଙ୍କୁ ମଧ୍ୟ ଗିରଫ କରାଯାଇଛି l ଖବର ରୁ ଜଣାଯାଏ ଯେ ଭୁବନ ବ୍ଲକ ଜୋନ ନମ୍ବର ୩ ଅନ୍ତର୍ଗତ ଏକତାଳି ରୁ ନକଲି ମଦ କାରଖାନା ଚାଲୁଥିବାର ଖବର ପାଇ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଗତ କାଲି ମଧ୍ଯ ରାତିରେ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀ ଙ୍କ ଅନୁମତି ପ୍ରାପ୍ତ କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ ଗଁଦିଆ ଅବକାରୀ ବିଭାଗ ର ଅଧିକାରୀ ଙ୍କ ମିଳିତ ଚଢ଼ାଉ ଯୋଗୁ ଖସି ପାରି ନ ଥିଲେ ବିଜେଡି ନେତା l ଲକ୍ଷାଧିକ ଟଙ୍କା ର ନକଲି ବିଦେଶୀ ମଦ, ମଦ ପ୍ୟାକିଙ୍ଗ ମେସିନ,ଷ୍ଟିକର ଆଦି ଜବତ କରାଯାଇଛି lଏହି ଚଢାଉ ଢେଙ୍କାନାଳ ଡେପୁଟି ସୁପରିଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଙ୍କ ଉପସ୍ଥିତ ରେ ହୋଇଥିଲା l ସମସ୍ତ ଆସାମୀ ଙ୍କୁ ଢେଙ୍କାନାଳ ନିଆଯାଇଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୨ହଜାର ଟଙ୍କା ଜୋରିମାନା

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ 

Sunil Chandra Nayak

କାର ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁ ଘଟଣା : କ୍ଷତି ପୂରଣ ଦାବିରେ ରାସ୍ତାରୋକ 

masiha

Leave a Comment

error: Content is protected !!