ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୧ ଗିରଫ 

ଅବକାରୀ ଚଢାଉ ୧ ଗିରଫ 

ଡାବୁଗାଁ, ୫/୯ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଶୁଭଙ୍କର ମହାପାତ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଗୁରୁବାର ଚଢାଉ କରାଯାଇଥିଲା | ଚିଚିବାଇ ଗ୍ରାମର ନିକଟ ଜଙ୍ଗଲ ମଧ୍ୟରେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇଁ ଅବକାରୀ ବିଭାଗ ଚଢାଉ କରି ୮୦ ଲିଟର ଦେଶୀ ମଦ ଓ ୮୦୦ କି.ଗ୍ରା. ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି | ପରେ ବାଇଗାଁ ଗ୍ରାମରେ ମଧ୍ୟ ଦେଇ ପେଟ୍ରୋଲିଂ ସମୟରେ ବାଇଗାଁ ଗ୍ରାମର ଅର୍ଜୁନ କଲାର ଏକ ପ୍ଲାଷ୍ଟିକ ଡବାରେ ଦେଶୀ ମଦ ଧରି ଯାଉଥିବା ବେଳେ ଅବକାରୀ କର୍ମଚାରୀ ତାଙ୍କୁ ଅଟକାଇ ଯାଞ୍ଚ କରି ଦେଖିଥିଲେ ଯେ ଉକ୍ତ ଡବାରେ ଦେଶୀ ମଦ ରହିଛି | ସେହି ସ୍ଥାନରୁ ଅର୍ଜୁନ କଲାର (୫୨) ଙ୍କ ପକ୍ଷରୁ ୧୭ ଲିଟର ଦେଶୀ ମଦ ଜବତ କରିବା ସହ ଗିରଫ କରିଥିଲେ | ଅପରାହ୍ନରେ ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ କୁ ଚାଲାଣ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୧୦/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆସିକା ପୋଲିସ ପକ୍ଷରୁ ୧୨ ଚୋରା ବାଇକ ଉଦ୍ଧାର ୩ ଗିରଫ

ଆମଗୁଡା ବଜାର ନିକଟ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଓ , ଜଣେ ଗିରଫ କୋର୍ଟ ଚାଲାଣ

masiha

ବେଆଇନ ବାଲି ଘାଟରେ ଚଢାଉ,୧୦ଟି ଗାଡି,୨ଟି ଜେସିବି ମେସିନ ଜବତ

Sunil Chandra Nayak

Leave a Comment

error: Content is protected !!