ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ସୁନାଶଙ୍ଖ କାରବାର ଜଣେ ଗିରଫ

ନକଲି ସୁନାଶଙ୍ଖ କାରବାର ଜଣେ ଗିରଫ

ପାପଡାହାଣ୍ଡି,13/9, ମନିସ —-ନବରଙ୍ଗପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ନକଲି ସୁନା ଶଙ୍ଖ କାରବାର | ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ 4ଜଣ ଫେରାର ଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଡିପିଓ ଆଦିତ୍ୟ ସେନ | ଅଭିଯୁକ୍ତ ପାପଡାହାଣ୍ଡି ବ୍ଲକ ବାସିନୀ ଗ୍ରାମର ମନ ବିଶୋଇଙ୍କ ଠାରୁ ପୋଲିସ ଗୋଟିଏ ନକଲି ସୁନାଶଙ୍ଖ ଓ ନଗଦ 81000 ଟଙ୍କା ଜବତ କରିଛି | ସୂଚନା ମୁତାବକ ମନ ଓ ତାଙ୍କର 4ଜଣ ସାଥି ବିଜୟନଗର ଜିଲ୍ଲା ବଣ୍ଡପଲ୍ଲୀ ଥାନା ଗରଦବିଲି ଅଞ୍ଚଳର ଶୁକଦାସ ଗଙ୍ଗା ସାଗରଙ୍କୁ କିଛି ଦିନ ତଳେ ଫୋନ କରି ସୁନା ଶଙ୍ଖ ଥିବା କହିଥିଲେ | ଗତ ମାସ 24 ତାରିଖ ଦିନ ଶୁକଦାସ ଆସି ସେମାନଙ୍କୁ 5ଲକ୍ଷ ଟଙ୍କା ଦେଇ ସୁନାଶଙ୍ଖ ବୋଲି ନେଇଥିଲେ | କିନ୍ତୁ ଗ୍ରାମରେ ନେଇ ଯାଞ୍ଚ ବେଳେ ପିତଳ ସୁନା ବୋଲି ଜାଣିବାକୁ ପାଇଥିଲେ | ମଙ୍ଗଳବାର ଦିନ ବାସିନୀ ଯାଇ ଅଭିଯୁକ୍ତ ମାନଙ୍କୁ ନକଲି ସୁନା ଶଙ୍ଖ ଦେଇଥିବାରୁ ଟଙ୍କା ଫେରାଇବା ପାଇଁ କହିଥିଲେ କିନ୍ତୁ ଅଭିଯୁକ୍ତ ମାନେ ତାଙ୍କୁ ଗାଳିଗୁଲଜ କରିବାରୁ ଏ ନେଇ ଥାନାରେ ଏତଲା ଦେଇଥିଲେ | ଅଭିଯୋଗକୁ ଭିତ୍ତି କରି ପାପଡାହାଣ୍ଡି ଆଇଆଇସି ଦୀପକ ଜେନାଙ୍କ ଅଧକ୍ଷତା ରେ ଏସଆଇ ଶିବଜି ପଣ୍ଡା କେସ ନମ୍ବର 153/23 ରେ ମାମଲା ରୁଜୁ କରି ମନ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି | ତାଙ୍କ ଠାରୁ ନକଲି ସୁନାଶଙ୍ଖ ଓ ନଗଦ 81 ହଜାର ଟଙ୍କା ଜବତ ହୋଇଛି |ଅନ୍ୟ 4 ଅଭିଯୁକ୍ତ ଶଙ୍କର ବିଶୋଇ, ଜଗନ୍ନାଥ ହରିଜନ,ପବିତ୍ର ହରିଜନ, ସୁରେନ୍ଦ୍ର ମିର୍ଗାନ ଫେରାର ଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି | ପୋଲିସ ଅଧିକ ତଦନ୍ତ ଯାରି ରଖିଥିବା କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ବାରି ପଛ ପଟୁ ସ୍ୱାମୀଙ୍କୁ ଗିରଫ କଲା ପୋଲିସ

masiha

ଅବକାରୀ ବିଭାଗର ମିଳିତ ଚଢ଼ାଉ : ଦେଶୀ ମହୁଲି ମଦ ସହ ଜଣେ ଗିରଫ

Sunil Chandra Nayak

କାମାନ୍ଧ ,ଶଶ୍ବର ଘର ଟଙ୍କା ଉପରେ ନଜର ଓ ପତ୍ନୀର ଅନ୍ତରଙ୍ଗ ଭିଡ଼ିଓ ଭାଇରଲ କରି ବନ୍ଧା ହେଲେ ଉଚ୍ଚ ଶିକ୍ଷିତ ଡାକ୍ତର 

Sunil Chandra Nayak

Leave a Comment

error: Content is protected !!