ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଓଲମା ରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

ବଡଓଲମା ରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

ଡାବୁଗାଁ, ୧୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବଡଓଲମା ଆଶ୍ରମ ବିଦ୍ୟାଳୟ ଠାରେ ଶିକ୍ଷକ ଅଭିଭାବକ ସମ୍ମିଳନୀର ଏକ ନୂଆରୂପ ଅଭିଭାବକ ଜଣେ ଅଂଶୀଦାର ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ଯୋଗ ଦେଇ ଆଜିର ଠାରୁ ବୁଝିବା, ପିଲା ମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଆଦି ଉପରେ ଆଲୋକପାତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଆମେ ଜାଣିବା ଆମେ ଜିଣିବା ଉପରେ ବ୍ୟାପକ ଆଲୋଚନା କରିଥିଲେ | ଏହା ସହ ଅଭିଭାବକ ଓ ଶିକ୍ଷକ ଙ୍କ ମଧ୍ୟରେ ସଦାସର୍ବଦା ସମନ୍ଵୟ ରକ୍ଷା କରିବା, ପିଲା ମାନଙ୍କୁ ବିଦ୍ୟାଳୟରୁ ବାରମ୍ବାର ଘରକୁ ନନେବା, ଛାତ୍ରୀ ମାନଙ୍କ ପାଠ ପଢା ଉପରେ ଶିକ୍ଷକ ମାନଙ୍କ କରିବା ସହ ପ୍ରବଳ ବର୍ଷା ସତ୍ତ୍ୱେ ବହୁଳ ସଂଖ୍ୟାରେ ଅଭିଭାବକ ମାନେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ଥିବା ସରକାରୀ ଯୋଜନା ଗୁଡିକ ଉପରେ ଅଭିଭାବକ ମାନଙ୍କୁ ଜଣାଇଥିଲେ | ସଭାଗୃହ ବାହାରେ ବିଭିନ୍ନ ବିଭାଗର ଥିବା ଷ୍ଟଲ ଗୁଡିକ ଛାତ୍ରୀ ଓ ଅଭିଭାବକ ମାନେ ବୁଲି ଦେଖିଥିଲେ | ଏଥିରେ ଛାତ୍ରୀ ମାନଙ୍କୁ ନେଇ ଝୋଟି, ପେଣ୍ଟିଙ୍ଗ, ତର୍କ, ସୃଜନଶୀଳ ଲିଖନ ଉପରେ ପ୍ରତିଯୋଗୀତା ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏହି ବୈଠକରେ ସମ୍ମାନୀତ ଅତିଥି ଭାବେ ଆଶ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗଦୀଶ ଭତ୍ରା, ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ବିଶୋୟୀ, ସମାଜସେବୀ ସୁବାଶ ଚନ୍ଦ୍ର ବିଶୋୟୀ, ଜିଲା ପର୍ଯ୍ୟବେକ୍ଷକ ଫକୀର ରାଉତ, ବ୍ଲକ ପର୍ଯ୍ୟବେକ୍ଷକ ମହେଶ୍ଵର ନାଥ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବଦ୍ରି ପ୍ରସାଦ ନାୟକ, ଫାର୍ମଶିଷ୍ଟ ଦିଲ୍ଲୀପ ଗୁପ୍ତା, ଯୋଗାଣ ବିଭାଗ କମ୍ପ୍ୟୁଟର ସହାୟକ ସାମୁଏଲ ସାଧୁ, ଶିକ୍ଷୟତ୍ରୀ ରଶ୍ମିରେଖା ସ୍ଵାଇଁ ଓ ଦମୟନ୍ତୀ ସ୍ଵାଇଁ, ଶିକ୍ଷକ ଅସିତ ପଣ୍ଡା, ଗୌତମ ଦାଶ, ଉମାକାନ୍ତ ବିଶ୍ଵାଳ, ଅଫଜଲ ଅବଦୁଲ ଗଫର, ଜଗଦୀଶ ସାହୁ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଶିକ୍ଷକ ଭୋଜରାଜ ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପି ଏମ ଶ୍ରୀ ସରକାରୀ ହାଇସ୍କୁଲ, ଜୁନାଗଡ଼ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ* ପକ୍ଷରୁ ରଜ ମହୋତ୍ସବର ଦ୍ୱିତୀୟ ଦିନରେ ବାସନ୍ତୀ କଲୋନୀ ସ୍ଥିତ କନ୍ଯାଶ୍ରମ ଠାରେ ରଜ ସଂକ୍ରାନ୍ତି ପାଳିତ

masiha

Leave a Comment

error: Content is protected !!