ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା , ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା ,

ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି

ଜୁନାଗଡ଼୧୩/୯(ମ ନି ସ) : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଗଣଧାରଣା ପଞ୍ଚମ ଦିନରେ ପହଁଚିଛି । ଆମ ଅତିତର ହକ ଓ ଅଧିକାରକୁ ଛଡ଼େଇନେଇଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଆମ ଅଧିକାର ନ ଦିଅନ୍ତି, ଜୁନାଗଡ଼ର ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ଏହି ଲଢେ଼ଇ କରିବୁ ବୋଲି ବିକ୍ଷୋଭକାରୀ ମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ । ଶିଭରାମ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜି ବିକ୍ଷୋଭ ସଭାରେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବେଦପ୍ରକାଶ ଗୋଏଲ, କଂଗ୍ରେସ ର ଟାଉନ ସଭାପତି ଅମିତ କୁମାର ଅଗ୍ରୱାଲ, ବକ୍ସିତୁଲସିପାଲି ସରପଞ୍ଚ ଦିବ୍ୟଶଙ୍କର ଦୀପ, ନାନ୍ଦୋଳ ସରପଞ୍ଚ ନିରଞ୍ଜନ ମାଝୀ, ସାଂସଦ ପ୍ରତିନିଧି ଚନ୍ଦ୍ରହାଶ୍ୟ ବିଶ୍ୱାଳ, ଗଣେଶ ପଧାନ, କୈଳାଶ ଖେମକା, ବିଭୁପ୍ରସାଦ ପାଢ଼ୀ, ସୁରେନ୍ଦ୍ରନାଥ ସେଠୀ, ବିଶ୍ୱରଞ୍ଜନ ନାଏକ, ଚକ୍ରଧର ପୁଝାରି, ଈଶ୍ୱର ପୁଝାରି, କୁମୁଦ ଗହୀର, କାଶୀନାଥ ଘି, ଅଶୋକ ପଟ୍ଟନାୟକ, ଲଳିତ ନାଏକ, ରାଜେଶ ଅଗ୍ରୱାଲ, ଦିପେନ ସାହୁ, ମାରୱାଡି ଜୁବାମଞ୍ଚର ସଭାପତି ଚମ୍ପକ ଅଗ୍ରୱାଲ, କ୍ରିୟାନୁଷ୍ଠାନ କମିଟିର ଆବାହକ, ହିମାଂଶୁ ଶେଖର ବରାଡ଼, ସମ୍ପାଦକ ସନ୍ତୋଷ ସିଂହଦେଓ, ସରପଞ୍ଚ ସଂଘ ର ସଭାପତି ତାରାଶଙ୍କର ରାୟଗୁରୁ, ବହୁଜନ ସଂଗ୍ରାମ ସମିତି ର ଅଧ୍ୟକ୍ଷ ରଂଜନ କୁମାର ଜାଲ,ମିନୁ କନ୍ଦପାନ, ପୁରନେନ୍ଦୁ ମାଝୀ ସମେତ ଶତାଧିକ ସ୍ୱାଭିମାନି ଜୁନାଗଡ଼ିଆ ଉପସ୍ଥିତଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଜମରା ସରକାରି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

Sunil Chandra Nayak

ଝିଅ ହେଲେ ସସକ୍ତ , ଉଜ୍ଜ୍ୱଳ ହେବ ଭବିଷ୍ୟତ ବାର୍ତ୍ତା ନେଇ ପାଳିତ ହୋଇଯାଇଛି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କନ୍ୟା ସନ୍ତାନ ଦିବସ 

masiha

ସମାଜସେବୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା 

Sunil Chandra Nayak

Leave a Comment

error: Content is protected !!