ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ

ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ

ଜୀବନ, ସାହିତ୍ୟ ଓ ସଂଘର୍ଷକୁ ନେଇ ମତ ରଖିଲେ ଡ.ଇତି ସାମନ୍ତ….

କଳାହାଣ୍ଡି :ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ସଂସ୍ଥା ଲାଇଫରେଚର ଓ କଳାହାଣ୍ଡି ଲେଖିକା ସଂଘ ଆନୁକୁଲ୍ୟରେ ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାଗୃହଠାରେ ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘କାଦମ୍ବିନୀ’ ପତ୍ରିକାର ସଂପାଦିକା ଡ. ଇତି ସାମନ୍ତ ଯୋଗଦେଇ ଜୀବନ, ସାହିତ୍ୟ, ସଂପାଦନା ଓ ସଂଘର୍ଷକୁ ନେଇ ନିଜ ଅନୁଭୂତି ବଖାଣିବା ସହ ଉପସ୍ଥିତ ସାହିତ୍ୟପ୍ରେମୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଲାଇଫରେଚର୍ ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ବିଶିଷ୍ଟ ଲେଖିକା ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ‘ଇତି : ସଂକ୍ଷିପ୍ତ ପରିଚିତି’ ଏବଂ ବିଶିଷ୍ଟ ଲେଖକ ପରମେଶ୍ବର ମୁଣ୍ଡ ‘କାଦମ୍ବିନୀ@୨୫’ ଉପସ୍ଥାପନ କରିଥିଲେ। କଳାହାଣ୍ଡି ଲେଖିକା ସଂଘ ସଂପାଦିକା କଳ୍ପନା ରଥ ଓ ଅଧ୍ୟକ୍ଷା ସୁଦେଷ୍ଣା ପଣ୍ଡା କାଦମ୍ବିନୀକୁ ଅଭିନନ୍ଦନ ଜଣାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଲାଇଫରେଚର ଆବାହକ ଡିଲେଶ୍ୱର ରଣା। ଏହି ଅବସରରେ ‘କାଦମ୍ବିନୀ’ ପତ୍ରିକାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲାଇଫରେଚର ଓ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ସଂପାଦିକା ଡ. ଇତି ସାମନ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ଲାଇଫରେଚର ସଂପାଦକ ରଜତ ବଂଶଲ। ଯୁବ କଣ୍ଠଶିଳ୍ପୀ ଲିପ୍ସା ମହାରଣା ଓ ତ୍ରିନାଥ ଶ୍ୟାମ କୁମାର କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜୁନାଗଡ଼ ବ୍ଲକ ଡମ୍ବ ସମାଜର ସାଧାରଣ ବୈଠକ

masiha

ନବରଙ୍ଗପୁର ଗସ୍ତରେ ବିଧାନ ସଭା ଷ୍ଟାଣ୍ଡିଂ ସବ୍ କମିଟି

Sunil Chandra Nayak

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ , ଦ୍ୱାଦଶ ପରୀକ୍ଷାରେ ପ୍ରୋକ୍ସାନୀ ମେହେର ନର୍ଲାବ୍ଲକ୍ ଟପର୍ ହୋଇଥିବା ବେଳେ ଦଶମ ପରୀକ୍ଷାରେ ଅନ୍ୱେଷା ପଣ୍ଡା ନର୍ଲାବ୍ଲକ୍ ଟପର୍ ହୋଇଛନ୍ତି 

Leave a Comment

error: Content is protected !!