ଅବକାରୀ ଚଢାଉ ୧ ଗିରଫ
ଡାବୁଗାଁ, ୯/୫ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଗୁରୁବାର ଚଢାଉ କରାଯାଇଥିଲା | ପୋଖନାଗୁଡା ଗ୍ରାମର ଙ୍କ ଏକ ଦୋକାନ ବାହାରେ ବିକ୍ରି ଉଦ୍ଦେଶ୍ୟରେ ବସ୍ତାରେ ମହୁଲ ରଖିଥିବା ବେଳେ ଅବକାରୀ ବିଭାଗ ଚଢାଉ କରି ୮୦୦ କି.ଗ୍ରା. ମହୁଲ ଜବତ କରଯାଇଥିଲା | ଏଥିରେ ସମ୍ପୃକ୍ତ ପୋଖନାଗୁଡା ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତି (୪୬) କୁ ଗିରଫ କରାଯାଇଛି | ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ନୋଟିସ ଦେଇ ଛାଡି ଦିଆଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୩୦/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |