ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ, ୧୫/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ନେଇ ଶନିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମର ମହେଶ୍ଵର ବିନ୍ଧାଣି (୩୫) ଆଜି ସକାଳୁ ନିଜ ସ୍ତ୍ରୀ କୁ ଶୌଚ ପାଇଁ ଯାଉଛି କହି ଘରୁ ବାହାରକୁ ଯାଇଥିଲେ | ପ୍ରାୟ ସକାଳ ୯ ଘ ସମୟରେ ଖବର ପାଇଥିଲେ ଯେ ଗାଁ ପାଖ ନିଳଗିରି ବଗିଚା ରେ ପରିବାର ଲୋକେ ଖବର ପାଇଥିଲେ ଯେ ମହେଶ୍ଵର ଆତ୍ମହତ୍ୟା କରିଛି | କବରପାଇ ପରିବାର ଲୋକେ ଯାଇ ଦେଖିଥିଲେ ଯେ ଏକ ଆକାଶିଆ ଗଛରେ ମହେଶ୍ଵର ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ଏନେଇ ମୃତକର ବଡଭାଇ ତୁଳାରାମ ବିନ୍ଧାଣି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୭/୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବେଆଇନ ଗୋ ଵୋଝେଇ ପିକ ଅପ ଜବତ ସହ ୮ ଗୋରୁ ଉଦ୍ଧାର; ଗୋଚାଲାଣକାରୀକୁ ବାନ୍ଧିଲା ଗ୍ରାମାଞ୍ଚଳ ପୋଲିସ 

Sunil Chandra Nayak

ଜାତୀୟ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡିଲେ ଧରା

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Sunil Chandra Nayak

Leave a Comment

error: Content is protected !!