ଡାବୁଗାଁ, ୧୫/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ନେଇ ଶନିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମର ମହେଶ୍ଵର ବିନ୍ଧାଣି (୩୫) ଆଜି ସକାଳୁ ନିଜ ସ୍ତ୍ରୀ କୁ ଶୌଚ ପାଇଁ ଯାଉଛି କହି ଘରୁ ବାହାରକୁ ଯାଇଥିଲେ | ପ୍ରାୟ ସକାଳ ୯ ଘ ସମୟରେ ଖବର ପାଇଥିଲେ ଯେ ଗାଁ ପାଖ ନିଳଗିରି ବଗିଚା ରେ ପରିବାର ଲୋକେ ଖବର ପାଇଥିଲେ ଯେ ମହେଶ୍ଵର ଆତ୍ମହତ୍ୟା କରିଛି | କବରପାଇ ପରିବାର ଲୋକେ ଯାଇ ଦେଖିଥିଲେ ଯେ ଏକ ଆକାଶିଆ ଗଛରେ ମହେଶ୍ଵର ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଛି | ଏନେଇ ମୃତକର ବଡଭାଇ ତୁଳାରାମ ବିନ୍ଧାଣି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୭/୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
previous post