ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ 

ପୂର୍ବ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ 

ବସ୍ତା,22/03: ବସ୍ତା ଥାନା ଛାନୁଆ ଗ୍ରାମର ଏକ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁସାରେ ପୂର୍ବ ଆଇ ସି ସି ମାମଲା ନମ୍ୱର୍ ୯୫/୨୩ ଏକ ହତ୍ୟା ମାମଲାର ଅଭିଯୁକ୍ତ ଛାନୁଆ ଅଞ୍ଚଳର ରାମେଶ୍ବର ଜେନା (୪୬) ଆଇନ କୁ ଫାଙ୍କି ବାହାର ରାଜ୍ୟ କନ୍ୟାକୁମାରୀ ରେ ରହୁଥିଲେ। ପୂର୍ବରୁ ଏହି ମାମଲାରେ କୋର୍ଟ ଶ୍ରୀ ଜେନାଙ୍କୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ମାନ୍ୟବର କୋର୍ଟ ରେ ହାଜିର୍ ହୋଇନଥିଲେ। ଫଳରେ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏନେଇ ଆଜି ବସ୍ତା ପକ୍ଷରୁ ଯୁବକ କନ୍ୟାକୁମାରୀ ରୁ ଗାଁ କୁ ଆସିଥିବା ଜାଣି ତାଙ୍କ ଘରେ ଚଢଉ ପୂର୍ବକ ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡରେ ଯୁଆ ଖେଳାଳି ସକ୍ରିୟ, ପରିବାର ସର୍ବସ୍ୱାନ୍ତ

masiha

ତୁମୁସିଙ୍ଗା ଥାନା ହାଜତରୁ ଅଭିଯୁକ୍ତ ଗୁଡ଼ୁ ଫେରାର।  ଥାନାରେ ନୂଆ ମାମଲା ରଜୁ

Sunil Chandra Nayak

Leave a Comment

error: Content is protected !!