ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ 

ପୂର୍ବ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ 

ବସ୍ତା,22/03: ବସ୍ତା ଥାନା ଛାନୁଆ ଗ୍ରାମର ଏକ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁସାରେ ପୂର୍ବ ଆଇ ସି ସି ମାମଲା ନମ୍ୱର୍ ୯୫/୨୩ ଏକ ହତ୍ୟା ମାମଲାର ଅଭିଯୁକ୍ତ ଛାନୁଆ ଅଞ୍ଚଳର ରାମେଶ୍ବର ଜେନା (୪୬) ଆଇନ କୁ ଫାଙ୍କି ବାହାର ରାଜ୍ୟ କନ୍ୟାକୁମାରୀ ରେ ରହୁଥିଲେ। ପୂର୍ବରୁ ଏହି ମାମଲାରେ କୋର୍ଟ ଶ୍ରୀ ଜେନାଙ୍କୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ମାନ୍ୟବର କୋର୍ଟ ରେ ହାଜିର୍ ହୋଇନଥିଲେ। ଫଳରେ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏନେଇ ଆଜି ବସ୍ତା ପକ୍ଷରୁ ଯୁବକ କନ୍ୟାକୁମାରୀ ରୁ ଗାଁ କୁ ଆସିଥିବା ଜାଣି ତାଙ୍କ ଘରେ ଚଢଉ ପୂର୍ବକ ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାର୍ଲିଗାଁ ରେ ଡବଲ ମର୍ଡର ଘଟଣା , ମୁଖ୍ୟ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

masiha

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି 

masiha

ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

Sunil Chandra Nayak

Leave a Comment

error: Content is protected !!