ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାମାକ୍ଷାନଗର ଉପଖଣ୍ଡରେ ଯୁଆ ଖେଳାଳି ସକ୍ରିୟ, ପରିବାର ସର୍ବସ୍ୱାନ୍ତ

କାମାକ୍ଷାନଗର ଉପଖଣ୍ଡରେ ଯୁଆ ଖେଳାଳି ସକ୍ରିୟ, ପରିବାର ସର୍ବସ୍ୱାନ୍ତ

କାମାକ୍ଷାନଗର (ମନିସ )19/4/25 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଯୁଆ ଖେଳାଳି ମାନେ ସକ୍ରିୟ ରହିଥିବା ବେଳେ ବହୁତ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡୁଥିବାର ଦେଖିବାକୁ ମିଳୁଛି l କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବଟଗାଁ, କଙ୍କଡ଼ାହାଡ଼, ବିରାଶାଳ, ବନ୍ଦାଣିଆ ଓ ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଆଦି ଅଞ୍ଚଳରେ ଯୁଆ ଖେଳାଳି ମାନେ ଯାଇ ସେଠାରେ ଖେଳ କରୁଛନ୍ତି l ଫଳରେ ସ୍ଥାନୀୟ ଯୁବକଙ୍କ ସହିତ ବାହାରୁ ବହୁ ଲୋକ ଆସି ଯୁଆଖେଳି ସର୍ବସ୍ୱାନ୍ତ ହେଉଛନ୍ତି l ସର୍ବସ୍ୱାନ୍ତ ବ୍ୟକ୍ତିଙ୍କ ପରିବାର ଏବେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏତଦ ବ୍ୟତୀତ କଙ୍କଡାହାଡ଼ ଥାନା ଅଞ୍ଚଳରେ ବହୁ ଆଦିବାସୀ ରହୁଥିବା ବେଳେ ବହୁସ୍ଥାନରେ ଗଂଜା ଲଢେଇ ମଧ୍ୟ ହେଇଥିବାର ଦେଖିବାକୁ ମିଳୁଛି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଗୁରୁତ୍ୱ ଦେଇ ଦୃଢ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା:  ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ୪୪ ବାଇକ ଜବତ, ୬ ଅଭିଯୁକ୍ତ ଗିରଫ

ଅଜଣା ଗାଡି ଧକ୍କାରେ ସାଇକେଲ ଚଳାକର ମୃତ୍ୟୁ

masiha

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!