ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମି ବିବାଦ କୁ କେନ୍ଦ୍ର କରି ହତ୍ୟାକାଣ୍ଡ,  ବଡ଼ ଭାଇ ହତ୍ୟା କଲା ସାନ ଭାଇ କୁ

ଜମି ବିବାଦ କୁ କେନ୍ଦ୍ର କରି ହତ୍ୟାକାଣ୍ଡ,  ବଡ଼ ଭାଇ ହତ୍ୟା କଲା ସାନ ଭାଇ କୁ

ଜୁନାଗଡ଼୧/୮ (ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ବଡ଼ ଭାଇ ହତ୍ୟା କରିଛି ନିଜ ସାନ ଭାଇକୁ l ପୋଲିସ ସୂତ୍ର ରୁ ପ୍ରକାଶ ଯେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ମହିଭର ଗ୍ରାମ ରେ ଚାଷ ଜମି ରେ ଲିଙ୍ଗରାଜ ନାଏକ (୪୦) ହଳ କରୁଥିବା ସମୟରେ ବଡ଼ ଭାଇ ପ୍ରେମାନନ୍ଦ ନାଏକ (୪୫)ହଳ କରିବାକୁ ମନା କରିଥିଲେ ଏହା ପରେ ଉଭୟ ଙ୍କ ମଧ୍ୟରେ ବଚସା ହୋଇ ଗଣ୍ଡ ଗୋଲ ରୂପ ନେଇଥିଲା ବଡ଼ ଭାଇ ପ୍ରେମାନନ୍ଦ ହଟାତ ଉତକ୍ଷିପ୍ତ ହୋଇ ପାଖରେ ଥିବା ରଫା ଦ୍ୱାରା ସାନ ଭାଇ ଲିଙ୍ଗରାଜ ର ମୁଣ୍ଡରେ ଆକ୍ରମଣ କରିବା ଯୋଗୁଁ ଘଟଣା ସ୍ଥଳରେ ରେ ହିଁ ତାଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା l ଏ ଘଟଣା ସମ୍ପର୍କ ରେ ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ଖବର ପାଇ ଘଟଣା ସ୍ଥଳ କୁ ଯାଇ ଶବ ଜବତ କରିଛନ୍ତି l ଜୁନାଗଡ଼ ଡାକ୍ତରଖାନା କୁ ଶବ ବ୍ୟବଛେଦ ପାଇଁ ପଠେଇବା ସହ ଅଭିଯୁକ୍ତ ବଡ଼ ଭାଇ ପ୍ରେମାନନ୍ଦ କୁ ଗିରଫ କରି ଏକ ମାମଲା ରୁଜୁ କରିଛନ୍ତି l ଆସାମୀ ପ୍ରେମାନନ୍ଦ କୁ ଗିରଫ କରି ଜୁନାଗଡ଼ ଥାନା କୁ ଆଣି ଅଟକ ରଖିଛନ୍ତି l ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି l ଶବ ବ୍ୟବଛେଦ ମଧ୍ୟ ଆସନ୍ତା କାଲି ହେବ l ଏପଟେ ମୃତ ଲିଙ୍ଗରାଜ ଙ୍କ ସ୍ତ୍ରୀ ଏହି ହତ୍ୟାକାଣ୍ଡ କୁ ନେଇ ଏକ ଏତଲା ଦେଇଛନ୍ତି ସେ ପ୍ରକାଶ କରିଛନ୍ତି ଯେ ଲିଙ୍ଗରାଜ ଓ ପ୍ରେମାନନ୍ଦ ଙ୍କ ବାପା ବହୁ ପୂର୍ବରୁ ଦୁଇ ଭାଇ ଙ୍କୁ ଏକ ଏକର ଲେଖାଏଁ ଚାଷ ଜମି ଚାଷ କରିବା ପାଇଁ ଦେଇଥିଲେ ଓ ଅଧା ଏକର ଚାଷ ଜମି ନିଜ ନାମରେ ରଖିଥିଲେ l ବାପା ଙ୍କୁ ଲିଙ୍ଗରାଜ ନିଜ ପାଖରେ ରଖି ସେବା ଶୃସୁସା କରୁଥିଲେ ବାପା ଙ୍କ ଦେହାନ୍ତ ପରେ ଉକ୍ତ ଅଧା ଏକର ଜମି କୁ ଲିଙ୍ଗରାଜ ନିଜେ ଚାଷ କରୁଥିଲେ ହେଲେ ଏହି ଅଧା ଏକର ଜମି କୁ ୨ ଭାଗ କରିବା ପାଇଁ ପ୍ରେମାନନ୍ଦ ଜିଦ ଧରିଥିଲେ ଓ ଆଜି ଉକ୍ତ ଜମିରେ ଲିଙ୍ଗରାଜ ହଳ କରୁଥିବା ରୁ ହଳ ବନ୍ଦ କରିବା ପାଇଁ ପ୍ରେମାନନ୍ଦ କହିଥିଲେ l ଉଭୟ ଙ୍କ ମଧ୍ୟରେ ଏହା କୁ ନେଇ ବଚସା ହେବl ପରେ ପାଖରେ ଥିବା ରଫା ରେ ପ୍ରେମାନନ୍ଦ ଲିଙ୍ଗରାଜ ଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଟ୍ରକ ଧକ୍କାରେ ୨ ସାଇକେଲ ଆରୋହୀ ଗୁରୁତର

ଆମଗୁଡା ଡକାୟତି ଘଟଣା ରେ ପାଞ୍ଚ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

masiha

ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ 

Sunil Chandra Nayak

Leave a Comment

error: Content is protected !!