ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ବିୟୋଗରେ ବିଜେପି ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଶୋକର ଛାୟା 

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ବିୟୋଗରେ ବିଜେପି ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଶୋକର ଛାୟା 

ରାଉରକେଲା : ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନାଙ୍କ ୬୨ ବର୍ଷ ବୟସରେ ଗତ କାଲି ରାଉରକେଲା ଆପୋଲୋ ହସ୍ପିଟାଲରୁ ଭୁବନେଶ୍ୱର ଏମ୍ସ ଆମ୍ବୁଲାନ୍ସରେ ଯାତ୍ରା କରିବା ସମୟରେ ସେ ରାସ୍ତାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ପାଇବା ମାତ୍ରେ ବିଜେପି ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ନୃସିଂହ ଚରଣ ଜେନା ଏକାଧାରରେ ଜଣେ ରାଜନୈତିକ ନେତା ସହିତ ଜଣେ ସୁଲେଖକ, କବି, ତେଜସ୍ଵୀ ବକ୍ତା, ସଂଗଠକ ,ସମାଜସେବୀ ଥିଲେ । ସେ ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ । ସେ ଜଣେ ନିର୍ଭୀକ, ଟାଣୁଆ ଓ ସୁସଂଗଠକ ଥିଲେ । ଏଥି ସହିତ ସେ ରାଉରକେଲା ଓକିଲ ସଂଘର ପ୍ରାକ୍ତନ ସମ୍ପାଦକ , ପତି ସୁରକ୍ଷା ମଂଚର ସଭାପତି, ସୁନ୍ଦରଗଡ ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସଭାପତି, ରାଉରକେଲା ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ ର ଉପଦେଷ୍ଟା, ରାଉରକେଲା କେନ୍ଦ୍ରୀୟ ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ସାଧାରଣ ସମ୍ପାଦକ ଥିଲେ । ତାଙ୍କର ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ ହୋଇଥିଲା ଓ ସେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ଥିଲେ । ତାଙ୍କର ନିଧନରେ ବିଜେପିର ଅତୁଳନୀୟ କ୍ଷତି ଘଟିଲା ବୋଲି ଜିଲ୍ଲା ତରଫରୁ ପ୍ରକାଶ କରାଯାଇଛି। ଏହି ଦୁଃଖଦ ଖବର ପାଇ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ଶୋକ ପ୍ରକାଶ କରିବା ସହିତ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ ଏବଂ ଏହି ଦୁଃଖଦ ସମୟରେ ଭଗଵାନ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଶକ୍ତି ଓ ଧୌର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାଥନା କରିଥିଲେ । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଅନୁରୂପ ଶୋକ ପ୍ରକାଶ କରିଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ବଡ଼ ଭାଇ, ପତ୍ନୀ, ପୁତ୍ର ଓ ପୁତ୍ରୀ ଉପସ୍ଥିତ ଥିଲେ । ତାଙ୍କ ପାର୍ଥିବ ଶରୀର ଆଜି ସକାଳେ ତାଙ୍କ ରାଉରକେଲା ସ୍ଥିତ ଚ୍ଛେଣ୍ଡ ବାସଭବନରେ ପହଞ୍ଚିଥିଲା । ସେଠାରୁ ଶେଷ ବିଦାୟ ଶ୍ରଦ୍ଧାଞ୍ଜଳି ଆରମ୍ଭ ହୋଇ , ତାପରେ ରାଉରକେଲାର ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ , ପରେ କୋର୍ଟ ଫାଟକ ଠାରେ ଓକିଲ ସଂଘ ତରଫରୁ ଆଇନଜୀବୀ ଭାଇ ଭଉଣୀ ମାନେ, ବିଜେପି କାର୍ଯ୍ୟକର୍ତ୍ତା, କର୍ମୀ, ବ୍ୟକ୍ତି ବିଶେଷଙ୍କ ତରଫରୁ ଶେଷ ବିଦାୟ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇ ଶେଷରେ ତାଙ୍କ ପାର୍ଥିବ ଶରୀରକୁ ବେଦବ୍ୟାସର ବୈକୁଣ୍ଠ ଘାଟରେ ସଂସ୍କାର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଗଙ୍ଗାଧର ଦାଶ , ଆରଏସଏସ ପଶ୍ଚିମ ଓଡ଼ିଶା ପ୍ରାନ୍ତ ସଂଘ ଚାଳକ ଡ ସନାତନ ପ୍ରଧାନ,ପ୍ରମେୟ ରାଉରକେଲା ମୁଖ୍ୟ ମନୋରଞ୍ଜନ ଦାଶ, ବରିଷ୍ଠ ନେତା କେ ବି ଶତପଥୀ , ମୁରଲୀ ଗୌଡ଼, ଜିତେନ ମହାନ୍ତି, ଜଗବନ୍ଧୁ ସାହୁ, ମଳୟ ମହାପାତ୍ର, ଅଶୋକ ଲେଙ୍କା, ଶଶାଙ୍କ ଶେଖର ଜେନା, ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ କୁମାର ଦାଶ, ରାଜେନ୍ଦ୍ର ସାହୁ, ଅଜୟ କଂସାରୀ, ଦିଲ୍ଲୀପ ପଟ୍ଟନାୟକ, ଦିଲ୍ଲୀପ ଦାଶ, ପ୍ରବାଳ ରଞ୍ଜନ ବାରିକ, ଭବାନୀ କବି, କୈଳାଶ ରାଉତ, , ମନୋଜ ପଟ୍ଟନାୟକ, ଜର୍ଜ ଆନନ୍ଦଙ୍କ ସମେତ ଶତାଧିକ ଉପସ୍ଥିତ ଶେଷ ବିଦାୟ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ଓ ପବିତ୍ର ଅମର ଆତ୍ମାର ସଦଗତି ନିମନ୍ତେ ପରମେଶ୍ବରଙ୍କୁ ପ୍ରାର୍ଥନା କରିଥିଲେ ।

 ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ –

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍, ରାଉରକେଲା ର ଉପଦେଷ୍ଟା ତଥା ଆଇନ ପରାମର୍ଶଦାତା। ଗତକାଲି ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା ଓ ଆଜି ତାଙ୍କର ପାର୍ଥିବ ଶରୀର ବେଦବ୍ୟାସ ଘାଟରେ ଲୀନ ହୋଇଛି। ସ୍ବର୍ଗତ ଜେନା ଜଣେ ଅମାୟିକ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସହରରେ ବେଶ୍ ପରିଚିତ ଥିଲେ। ଆସୋସିଏସନ୍ ର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କର ଉପସ୍ଥିତି ଓ ପରାମର୍ଶ ଆମ ପାଇଁ ବେଶ୍ ଉପଯୋଗୀ ହେଉଥିଲା। ତାଙ୍କ ବିୟୋଗରେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜିର ଶୋକସଭାରେ ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ, ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ ଦାଶ,ସହ ସମ୍ପାଦକ ଗାନ୍ଦୁର ଓରାମ,ଶୈଳେନ୍ଦ୍ର ସାହୁ, ଅନିଲ କୁମାର ମହାନ୍ତି, ସଂଗ୍ରାମ ଭୂୟାଁ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଜେନାଙ୍କ ସ୍ମୃତି ଚାରଣ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

ଖଣ୍ଡାୟତ କ୍ଷତ୍ରିୟ ମହାସଭା

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ରାଉରକେଲା ଓ ଇସ୍ପାତ ନଗର କମିଟି ତରଫରୁ ସ୍ବର୍ଗତ ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ, ସମ୍ପାଦକ ଶଶଧର ପାତ୍ର,ପି ପି ରାୟ ,ମୁଖପାତ୍ର କୁଞ୍ଜବିହାରୀ ରାଉତ, ଋଷିନାଥ ବିଶ୍ବାଳ, ରବିନ୍ଦ୍ର ପରିଡା,ନିରୋଦ ରାଉତ, ସୁବ୍ରତ ମଲ୍ଲିକ, ଶମ୍ଭୁନାଥ ପରିଡା, ଜଗନ୍ନାଥ ରାଉତ, ସନ୍ତୋଷ ବିଶ୍ବାଳ ପ୍ରମୁଖ ସ୍ବର୍ଗତ ଜେନାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

masiha

ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ; କାରଣ ଅସ୍ପଷ୍ଟ ; ବାସହରା ହେଲେ ଦୁଇ ପରିବାର

ଜନ୍ମ ଦିନରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିଲେ ସିପୁନ ସାହୁ

Sunil Chandra Nayak

Leave a Comment

error: Content is protected !!