ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ 

ନବ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ 

ରାୟଗଡା ତା: ୨୩-୧‐୨୦୨୫ //      ରାୟଗଡା ଜିଲ୍ଲାରେ ନୂତନ ଭାବେ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିମନ୍ତେ ଏକ ଦିବସୀୟ ତାଲିମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାୟଗଡା ପଞ୍ଚାୟତ ସମିତି ସଦଭାବନା ଗୃହରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ସୂର୍ଯ୍ୟନାରାୟଣ ମହାରଣା ମୁଖ୍ୟ ତାଲିମ ଦାତା ଭାବରେ ଯୋଗଦେଇ ଦେଇଥିଲେ । ରାୟଗଡା ବ୍ଳକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଗୋପାଳ ପଣ୍ଡା ଓ କୋଲନରା ବ୍ଲକ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଢ଼ୀ ଅନ୍ୟତମ ତାଲିମଦାତା ରୂପେ ମଞ୍ଚାସୀନ ଥିଲେ ଓ ଜିଲ୍ଲାର ୧୧ ଗୋଟି ବ୍ଲକରୁ ୩୫ ତାଲିମାର୍ଥୀ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ୨୦୨୪ ମସିହାରେ ଜିଲ୍ଲାରେ ଖାଲି ପଡ଼ିଥିବା ନିର୍ବାହୀ ଅଧିକାରୀ ପଦବୀ ପୂରଣ ପାଇଁ ୪୧ ଜଣ ପୁରୁଷ ଓ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଭୁବନେଶ୍ବର ସ୍ଥିତ ଏସ୍ ଆଇ ଆର ଡି ଠାରେ ସେମାନଙ୍କୁ ଗ୍ରାମ ପଞ୍ଚାୟତର କାର୍ଯ୍ୟ ଓ ସେମାନଙ୍କର ଭୂମିକା ବିଷୟରେ ପ୍ରାଥମିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲା ସ୍ତରୀୟ ଏହି ତାଲିମରେ ନବ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗ୍ରାମ ପଞ୍ଚାୟତ ନଥିପତ୍ର, ନଗଦ କାରବାର ବହି, ଗ୍ରାମ ପଞ୍ଚାୟତ ମାସିକ ବୈଠକ, ଗ୍ରାମସଭା , ପଲ୍ଲୀସଭା , ବିଭିନ୍ନ ଷ୍ଟାଣ୍ଡିଂ କମିଟି ର ଗଠନ ଓ ପରିଚାଳନା ସହ ଓଡିଶା ଗ୍ରାମ ପଞ୍ଚାୟତ ଅଧିନିୟମ ୧୯୬୪ ଓ ଗ୍ରାମ ପଞ୍ଚାୟତ ନିୟମାବଳୀ ୨୦୧୪ ରେ ଥିବା ବିଭିନ୍ନ ବିଧି ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା। ସଦ୍ୟ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯେପରି ବିଭିନ୍ନ ଧାରା ଉପଧାରା ସହ ଅବଗତ ହେବାସହ ରେକର୍ଡ ପରିଚାଳନା ଜ୍ଞାନ ଓ କୌଶଳ ପ୍ରାପ୍ତ କରିପାରିବେ ଓ ନିର୍ବିଘ୍ନରେ ଓ ବିନା ଚାପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଏହି ତାଲିମର ପରିକଳ୍ପନା କରାଯାଇଥିଲା ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମହାରଣା କହିଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ

masiha

ମିଡଟାଉନ ର ୪୮ ତମ ଓ ଇନର ହୁଇଲ ର ୩୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହଙ୍କ ଆସନ୍ତା ୨୨ତାରିଖରେ ନବରଙ୍ଗପୁର ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!