ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଓକିଲ ସଂଘ ନିର୍ବାଚନ 

ନର୍ଲା ଓକିଲ ସଂଘ ନିର୍ବାଚନ 

ନର୍ଲା,୨୯|୩: କଳାହାଣ୍ଡି ଜିଲ୍ଲା ନର୍ଲା ବାର ଆସୋସିଏସନ ନିର୍ବାଚନ ଫଳ ପ୍ରକାଶ ପାଇଛି। ନିର୍ବାଚନରେ ନୂଆ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଲାଇବ୍ରେରୀ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ଅଧିବକ୍ତା ପରିଷଦଙ୍କ ନିର୍ଦ୍ଦେଶ କ୍ରମେ ନର୍ଲାରେ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ଯୁବରାଜ ହରିଜନ କାର୍ଯ୍ୟ ତୁଲାଇଥିଲେ। ନିର୍ବାଚନ ଫଳକୁ ନେଇ ନର୍ଲା ଓକିଲ ସଂଘରେ ଖୁସିର ଲହରୀ ଖେଳିଯାଇଛି। ନର୍ଲା ବାର ଆସୋସିଏସନର ନୂତନ ସଭାପତି ଭାବେ ଗୌର ହରିଜନ, ଉପ ସଭାପତି ଭାବେ ହିମାଦ୍ରୀ କୁମାର ସ୍ଵାଇଁ, ସଂପାଦକ ଭାବରେ ବିଶ୍ଵ ରଞ୍ଜନ ଭୋଇ, ଯୁଗ୍ମ ସମ୍ପାଦକ ଭାବେ ବିଭୂତି ଭୂଷଣ ବହିଦାର, ଲାଇବ୍ରେରୀ ସମ୍ପାଦକ ଭାବେ ପ୍ରଦୀପ୍ତ ମିଶ୍ର ଏବଂ କୋଷାଧ୍ୟକ୍ଷ ଭାବରେ ଡ଼ଃ ସଞ୍ଜୟ ଧଙ୍ଗଡାମାଝୀ ନିର୍ଦ୍ଵନ୍ଦରେ ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀ ଯୁବରାଜ ହରିଜନ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶନିବାର ରାଜ୍ୟର ୧୫୭ଟି ଓକିଲ ସଂଘର ନିର୍ବାଚନ ଏକ ସଙ୍ଗେ ଅନୁଷ୍ଠିତ ହୋଇଛି। ଓ୍ବାନ ବାର୍‌, ଓ୍ବାନ୍‌ ଭୋଟ୍‌, ଓ୍ବାନ୍‌ ଇଲେକ୍ସନ ଆଧାରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍‌ ଦେଇଥିଲେ। ଏହିକ୍ରମରେ ଶାନ୍ତିଶୃଙ୍ଖଳାର ସହିତ ନର୍ଲା ଓକିଲ ସଂଘ ନିର୍ବାଚନ ସମାପ୍ତ ହୋଇଥିଲା।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ପରବ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡା ବ୍ଲକ୍ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!