ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଖରୀବନ୍ଧ ଛକରେ ପରିବହନ ବିଭାଗର ଧରପଗଡ଼ :   ୧୦ ମଦ୍ୟପ ବାଇକ ଚାଳକଙ୍କୁ ୧ଲକ୍ଷ ୪୫ ହଜାର ଟଙ୍କା ତଣ୍ଡ  

ପୋଖରୀବନ୍ଧ ଛକରେ ପରିବହନ ବିଭାଗର ଧରପଗଡ଼ :  

୧୦ ମଦ୍ୟପ ବାଇକ ଚାଳକଙ୍କୁ ୧ଲକ୍ଷ ୪୫ ହଜାର ଟଙ୍କା ତଣ୍ଡ  

ଲାଞ୍ଜିଗଡ, ୧୦/୧୧(ମନିସ)-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ହେଉଥିବାବେଳେ ରାସ୍ତା ସମସ୍ୟା ସହିତ ମଦପିଇ ଦୃତଗତିରେ ଗାଡ଼ି ଚଲାଇବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ ରାସ୍ତା ସମସ୍ୟା ସୁଧୁରୁନଥିବାରୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ବାରମ୍ବାର ନିନ୍ଦିତ ହେଉଥିବାବେଳେ ଲୋକଙ୍କୁ ସଚେତନ କରିବା ସହିତ ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଭବାନୀପାଟଣାରୁ କଳାହାଣ୍ଡି ଜିଲ୍ଲା ସୀମାନ୍ତ ପୋଖରୀବନ୍ଧ ଛକ ପର୍ଯ୍ୟନ୍ତ ରାସ୍ତାକୁ ଶୂନ୍ୟ ଦୁର୍ଘଟଣା ପ୍ରବଣ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ କଡ଼ାକଡ଼ି ଯାଞ୍ଚ କରାଯାଇଥିବାବେଳେ ୧୦ ଜଣ ମଦ୍ୟପ ବାଇକ ଆରୋହୀ ଧରା ପଡ଼ି ମୋଟାଅଙ୍କର ତଣ୍ଡ ଗଣିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଜଣେ ନାବାଳକ ବାଇକ ଚାଳକଙ୍କୁ ଅଟକ ରଖି ତାଙ୍କ ଅଭିଭାବକଙ୍କୁ ଡାକି ଚେତାବନୀ ଦେବା ସହିତ ହସ୍ତାନ୍ତର କରିଥିବା ଜଣାପଡିଛି। ଆଞ୍ଚଳିକ ପରିବହନ ବିଭାଗର ଏମଭିଆଇ ରାମକୃଷ୍ଣ ମାଝୀଙ୍କ ସହିତ କାହ୍ନୁ ଚରଣ ହଂସ, ଚନ୍ଦୁଲାଲ ରଣା, ଅନୀଲ ବଚ୍ଛା, କନଷ୍ଟେବଲ ଦୀପ୍ତି ନାଏକ ପ୍ରମୁଖ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ସାଇବର ଅପରାଧୀଙ୍କ ନୂଆ କୌଶଳ  ଏସବିଆଇ ୟୋନୋ ଆପ ନାମରେ ଠକି ନେଲେ ୩୭ ହଜାର ଟଙ୍କା

masiha

ମହିଳା ଙ୍କୁ ଅସଦାଚରଣ ଅଭିଯୋଗରେ ୪ ଯୁବକ ଗିରଫ

masiha

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! 

Leave a Comment

error: Content is protected !!