ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ଗୋଶାଳାରେ ୬୬ ତମ ଗୋପାଷ୍ଟମୀ ପୂଜା ଓ ମହୋତ୍ସବ ଧୂମଧାମରେ ପାଳିତ 

ରାଇରଙ୍ଗପୁର ଗୋଶାଳାରେ ୬୬ ତମ ଗୋପାଷ୍ଟମୀ ପୂଜା ଓ ମହୋତ୍ସବ ଧୂମଧାମରେ ପାଳିତ

ରାଇରଙ୍ଗପୁର -୧୦/୧୧ // ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମ ତିଥି ଗୋପାଷ୍ଟମୀ ପୂଜା ଦିବସ ।ଏହି ଦିନ ଗୋ ମାତାଙ୍କୁ ହିନ୍ଦୁ ଧର୍ମାବଲମ୍ବୀ ଲୋକେ ପୁଜାର୍ଚନା କରି ଗୋମାତାଙ୍କୁ ଆଶୀର୍ବାଦ ନେଇଥାନ୍ତି । ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଓ ବଳରାମ ଙ୍କ ଠାରୁ ଏହି ପୂଜନ ଚାଲୁଅଛି ।ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ଵସଵାସ କରନ୍ତି । ଏଥିପାଇଁ ସ୍ଵର୍ଗରୁ ଦେବତାମାନେ ମର୍ତ୍ତ୍ୟକୁ ଆସି ଗୋମାତା ଦର୍ଶନ ନିଅନ୍ତି ।କୋୖଣସି ପଶୁର ମଳ ମୂତ୍ର ପୂଜନ ହୁଏ ନାହିଁ ।କେବଳ ଗୋମାତାର ପ୍ରସ୍ତୁତ ଗୋବର ଓ ଗୋଝରଣ ପବିତ୍ର ଶୁଦ୍ଧି ଓ ଔଷଧୀୟ କାମରେ ବ୍ୟବହୃତ ହୋଇଥାଏ ।ଗାଈ ରେ ଥିବା ହାଡ଼ ଓ ନାଡି ଉପରେ ସୂର୍ଯ୍ୟ ରଶ୍ମି ପଡ଼ି ସୁବର୍ଣ୍ଣ ସାର ହୋଇଥାଏ।ସେହିଠାରୁ ସୁଵର୍ଣ ସାର ଗାଈ କ୍ଷୀର, ଲହୁଣୀ ,ଘିଅ ରେ ଥାଏ ।ଯାହା ଆମ ଶରୀର ପାଇଁ ଅମୂଲ୍ୟ ପ୍ରତିରୋଧକ ଔଷଧ ଭଳି କାମରେ ଲାଗେ ।ଆମ୍ଭେ ଇଂରାଜୀ ପ୍ରଦତ୍ତ ଔଷଧ ଖାଉ ଯାହାର ପାର୍ଶ୍ଵ ପ୍ରତିକ୍ରିୟା ଥାଏ ତାହାକୁ କ୍ଷୀର ଖାଇଲେ ସେହି ପ୍ରକ୍ରିୟାର ନାଶ ହୁଏ ।

 ରାଇରଙ୍ଗପୁରର ଅଁଳାଡୁବା ଗ୍ରାମରେ ୮ ଏକର ପରିବେଷ୍ଟିତ ପଡ଼ିଆରେ ୧୯୫୮ ମସିହାରୁ କିଛି ବଦାନ୍ୟ ଗୋପ୍ରେମୀଙ୍କ ଦ୍ଵାରା ଏକ ଛୋଟିଆ ଗୋଶାଳା ପ୍ରତିଷ୍ଠା ହୋଇଥିଲା ।ଆଜି ତାହା ଏକ ବଡ଼ଦ୍ରୁମ ତଥା ଵଡ ଗୋଶାଳାରେ ପରିଣତ ହୋଇଛି ଗୋଶାଳା କମିଟି ତରଫରୁ ଗୋଶାଳା ପରିସରରେ ଧୂମଧାମରେ ଗୋପାଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି । ଶନିବାର ପ୍ରାତଃ ରେ ଆକର୍ଷଣୀୟ ମୃଣ୍ମୟ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ରୀତିନୀତି ଅନୁସାରେ ପୂଜକ ଦୀନେଶ ଭରଦ୍ୱାଜ ଯଜ୍ଞ ,ହୋମ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ।କର୍ତା ଭାବରେ ଗୌରୀଶଙ୍କର ସାରଡା ଏବଂ ତାଙ୍କ ସହଧର୍ମିଣୀ ସୀମା ସାରଡା ଦାୟିତ୍ଵ ନିଭାଇଥିଲେ । ସକାଳୁ ଗୋଶାଳା ରେ ଥିବା ଗୁହାଳକୁ ସଫା କରାଯାଇ ସେଠାକାର ୪୦୦ ରୁ ଉର୍ଦ୍ଧ୍ବ ଗାଈ,ଗୋରୁ, ବାଛୁରୀ ଙ୍କୁ ସ୍ନାନ କରାଯାଇ ସେମାନଙ୍କୁ ନବ ବସ୍ତ୍ର ପରିଧାନ,ମୁଣ୍ଡରେ ଚନ୍ଦନ ତିଳକ, ସିନ୍ଦୂର, ବେକରେ ଗେଣ୍ଡୁମାଳ ଲଗାଯାଇ ପୂଜାର୍ଚ୍ଚନା କରିବା ସହ ଭୋଗରାଗ,କଦଳୀ,ଘାସ,ପିଡ଼ିଆ ଆଦି ଖାଦ୍ୟ ମନଭରି ଦିଆ ଯାଇଥିଲା । ଗୋପୂଜନ ଏବଂ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେବାପାଇଁ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗୋଶାଳା କୁ ଛୁଟି ଆସିଥିଲେ ।ଗୋପାଷ୍ଟମୀ କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନ ବଣ୍ଟନ କରାଯାଇଥିଲା । 

ସଂନ୍ଧ୍ୟାରେ ଗୋଶାଳା କମିଟି ତରଫରୁ ଗୋପାଷ୍ଟମୀ ମହୋତ୍ସବ ଧୂମଧାମରେ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଶିଷ୍ଟ ଅତିଥି ପ୍ରାକ୍ତନ ମୋରଡା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଗଣ କହିଥିଲେ ରାଇରଙ୍ଗପୁର ଗୋଶାଳାର ଉନ୍ନତି ପାଇଁ ଅର୍ଥ ବାଧକ ସାଜିଲା ନାହିଁ ।ଗୋପୂଜନ ଅର୍ଥ ପଶୁମାନଙ୍କୁ ଅତ୍ୟାଚାର,ହିଂସାଚରଣ,ମାରପିଟ୍ କରା ନ ଯାଇ ତାଙ୍କୁ ଭଲ ପାଇବା,ସେବା କରିବା,ଯତ୍ନ ନେବା ।ଗୋପୂଜନ କଲେ ନିଜର ,ପରିବାରର ଏବଂ ସମାଜର ରିଷ୍ଟ କଟେ ବୋଲି ଆସ୍ଥା ବିଶ୍ବାସ ଅଛି ।ଗୋମାତାଙ୍କୁ ଅସ୍ଥି ରୁ ଗୋବର ପର୍ଯ୍ୟନ୍ତ ସବୁକିଛି ମୂଲ୍ୟବାନ ଅଟେ ।ଗୋମାତା ହେଉଛନ୍ତି ଅନିଷ୍ଟ ରକ୍ଷାକାରୀ ଦେବତା । ତେଣୁ ସମସ୍ତେ ଗୋସୁରକ୍ଷା , ଗୋସୁରକ୍ଷା ନେଇ ସଚେତନ ସୃଷ୍ଟି କରିବା, ଅଧିକରୁ ଅଧିକ ଗୋଶାଳା ପ୍ରତିଷ୍ଠା କରିବା,ଗୋ ସେବା କରିବା,ଗୋ ଚାଲାଣ କୁ ବିରୋଧ କରିବା ଉଚିତ ।ପରେ ଗୋଶାଳା କମିଟି ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।ମାରଓ୍ଵାଡି ମହିଳା ସମିତି ଗୋଶାଳା ପାଇଁ ବଦାନ୍ୟ ଲୋକ ଦେଇଥିବା ୨ ଲକ୍ଷ ଟଙ୍କା ଗୋଶାଳା କମିଟି କୁ ପ୍ରଦାନ କରିଥିଲେ ।ପରେ ମୟୂରଭଞ୍ଜ ପ୍ରସିଦ୍ଧ ଟାଇଗର ମେନ୍ସ ଗ୍ରୁପର କୁନି କୁନି କଳାକାରମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।କୁନି ନୃତ୍ୟାଙ୍ଗନା ଆରୁଷି ପ୍ରଧାନ ନିଜର କଳା ନୈପୁଣ୍ୟତା ଦେଖାଇ ସମସ୍ତଙ୍କ ମନ ମୋହି ନେଇଥିଲେ । ଗୋଶାଳା ଭିତରେ ମେଳା ଲାଗିଥିଲା । ସମସ୍ତେ ସୁସାଦ୍ଯ ଖାଦ୍ୟ ଖାଇବା ସହ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ।ଗୋଶାଳାର କମିଟିର ସମସ୍ତ ସଦସ୍ୟ ବୃନ୍ଦ ପରିଚାଳନା କୁ ଶୃଙ୍ଖଳା ର ସହ ଆଗେଇ ନେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

Sunil Chandra Nayak

କର୍ଲାଗୁଡା ଗ୍ରାମରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମଯଜ୍ଞ ଆୟୋଜିତ 

Sunil Chandra Nayak

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!