ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବୋରିଗାଁ ରେ ତିନି ମାସ ପରେ ବାଲିଯାତ୍ରା  ହେଲା ଉଦଯାପିତ

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ଗ୍ରାମପଞ୍ଚାୟତ ସଦରମହକୁମାରେ ଆଜି ତିନି ମାସ ପରେ ବାଲିଯାତ୍ରାମାନ୍ୟବର ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଃ ଲିପିକା ମାଝୀ, ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର,ପି ନାଗା ରାଓ,ଗେଦୁ ପଟ୍ଟନାୟକ,ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତ୍ରା ଓ ଗୁପ୍ତ ବିଶୋଇ ପ୍ରମୂଖଙ୍କ ଦ୍ୱାରା ବାଲି ଯାତ୍ରା ଉଦଯାପିତ ହୋଇଥିଲା l ଦିର୍ଘ 3 ମାସ ଧରିଚାଲିଥିବା ସୁକାଲୁ ପୁଝାରୀ ଙ୍କ ଘର ପଛ ପଟ ବାଲି ଯାତ୍ରା ମଣ୍ଡପରୁ ମହା ପଟୁଆର ରେ ବୁଣା ଯାଇଥିବା ଷସ୍ୟ ର ଗଛ କୁ ମୁଣ୍ଡରେ ମୁଣ୍ଡାଇ ଦେବାଦେବୀ ଙ୍କ ପ୍ରତୀକ ଲାଠି କୁରଚି ପାଲିଙ୍କି ସହ ବିଧାୟକ ପାଣ୍ଠି ରୁ ଦେଇଥିବା ନୂତନ ଭାବେ ନିର୍ମିତ ବାଲିଯାତ୍ରା ମଣ୍ଡପ ନିକଟକୁ ଯାଇଥିଲେ। ସେଠାରେ ଦେବା ଦେବୀଙ୍କ ପ୍ରତୀକ ଲାଠି,କୁର୍ଚି,ସେହି ମଣ୍ଡପରେ ରଖାଜାଇ ପୁଜା ପାଇ ଥିଲେ। ପୁଜାରୀମାନଙ୍କ ମଧ୍ୟରେ ମୁଠା ପୁଜାରୀ ସୁକାଲୁ,ଅମନିତ ଡୁମା ପୁଜାରୀ ସୁକମନ,ମାଟି ପୁଜାରୀ ଜଗା,ମା ପେଣ୍ଡ୍ରାଣୀ ପୁଜାରୀ ସୁନାଧର,ମହପା ପୁଝାରୀ ମହାଦେବ, ରାଜେନ୍,ଧନୁର୍ଜୟ୍,ମୋତିରାମ,ସଦନ,ସୀରାମାନେ–ଫଗୁନୁ,ସୋମନାଥ, ସନସାଇ,ଗୋବିନ୍ଦ,କେତନ, ଦୁର୍ଗା,ଶୁକ୍ରୁ ଓ ଅନନ୍ତରାମ ପ୍ରମୁଖ ଜୋଗଦେଇ ଥିବା ବେଳେ ଗ୍ରାମର ଦଶମୁ କଲାର,ଡମୁ ପୁଜାରୀ,ଇଶ୍ଵର ଭତ୍ରା,କ୍ରୁଷ ପନକା,ଅମୁଲ୍ୟ ନାୟକ,ଚନ୍ଦ୍ର ପନକା,ଧନସିଂ ପନକା,ସୋନୁ ଗୁପ୍ତା,ଟିନୁ ଗୁପ୍ତା,ଅଜୋଧ୍ୟା ମାଳି ପ୍ରମୁଖ ଗ୍ରାମର ଭଦ୍ରବ୍ୟକ୍ତି ସହଜୋଗ କରିଥିଲେ। ଉକ୍ତ ବାଲିଯାତ୍ରା ୮୦ରୁ ଉର୍ଧ ବୟସ ବ୍ରୁଦ୍ଧ ସଦନ ପୁଜାରୀଙ୍କୁ ୮ ବର୍ଷ ବୟସ ହୋଇ ଥିବା ସମୟରେ ଉକ୍ତ ବାଲିଯାତ୍ରା ହୋଇଥିବା ସୁଚନା ସେ ନିଜେ ଦେଇଥିଲେ। ବୋରିଗାଁ ମୁଠାକୁ ପରିଆ ଓ ହିରାପୁର ଏଇ ଦୁଇ ମୁଠାରୁ ମୋଟ ୯୩ ଟି ମୌଜା ରୁ ବହୁ ସଙ୍ଖ୍ୟାରେ ଲାଠି, କୁର୍ଚି ଉକ୍ତ ବାଲିଯାତ୍ରା ରେ ପହଂଚି ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଙ୍କ ଗହଳି ପରିଲକ୍ଷିତ ହୋଇଥିଲା।ରାତ୍ରିରେ ଭକ୍ତମାନଙ୍କ ନିମନ୍ତେ ଦେଶୀଆ ନାଟ୍ୟ ପ୍ରଦର୍ଶନ କରାଯାଇଥିଲା l କମିଟିର କର୍ମକର୍ତ୍ତା ଓ ଗ୍ରାମ ବାସୀ ଙ୍କ ସମେତ ସରପଞ୍ଚ ଏବଂ ମେମ୍ବର ମାନଙ୍କ ସହଯୋଗରେ ବେଶ୍ ସୁନ୍ଦର ହୋଇଥିଲା l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଳାସିନୀ ପୃଷ୍ଟି ଙ୍କ ଉପସ୍ଥାପନା // ମହା ଶିବରାତ୍ରି ଜାଗର 

Sunil Chandra Nayak

ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ…

Sunil Chandra Nayak

କୁଟେନ ଗାଁରେ ମହାଭାରତ ମହା ପରାୟଣ 

masiha

Leave a Comment

error: Content is protected !!