ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ପଞ୍ଚମ ସାମ୍ବତ୍ସରିକ ନାମଯଜ୍ଞ ଆରମ୍ଭ

ନବରଙ୍ଗପୁର– (ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନରେ ଥିବା ଜଟାବାଲ ପାଖ ଜାମ୍ବଗୁଡା ଓଂ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଦେବଙ୍କ ବିଜେ ସ୍ଥଳୀରେ 3 ଦିନ ବ୍ୟାପୀ ବାବା ସଦଗୁରୁଦେବ ଅରକ୍ଷିତ ଓଝା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ପଞ୍ଚମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ତା 9/5/2023 ରିଖ ଜ୍ୟେଷ୍ଠ ପକ୍ଷ ମଙ୍ଗଳବାର ଅଙ୍କୁରାରୋପଣ, ତା 10/5/2023 ପଞ୍ଚମୀ ବୁଧବାର ରେ କଳସ ଯାତ୍ରା ଓ ଅଧିବାସ, ଯଜ୍ଞ ଆରମ୍ଭ, ଗୋ ପୂଜା, ସୂର୍ଯ୍ୟ ପୂଜା, ଅଗ୍ନିପୂଜା, ଅଗ୍ନି ସ୍ଥାପନ, ରାସ ପରିବେଷଣ ଓ ପ୍ରବଚନ ସନ୍ଧ୍ୟା ସାତ ଘଟିକା, ତା 11/5/2023 ଷଷ୍ଠି ଗୁରୁବାର ଗୋପୂଜା,ସୂର୍ଯ୍ୟ ପୂଜା, ଆହୁତି ପ୍ରଦାନ, ରାସ ପରିବେଷଣ ଓ ପ୍ରବଚନ ସନ୍ଧ୍ୟା 7 ଘଟିକା, ତା12/5/2023ସପ୍ତମୀ ଶୁକ୍ରବାର ଗୋପୂଜା,ସୂର୍ଯ୍ୟ ପୂଜା, ଆହୁତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁଅର୍ଣ୍ଣ ବଣ୍ଟନ,ରାସ ପରିବେଷଣ ଓ ପ୍ରବଚନ ସନ୍ଧ୍ୟା 7 ଘଟିକା, ଏହି କାର୍ଯ୍ୟକ୍ରମ କମିଟିର କର୍ମକର୍ତ୍ତା ମାନଙ୍କ ଦ୍ଵାରା ସୁରୁଖୁରୁରେ ସମ୍ପାଦନ ହୋଇ ଚାଲିଛି l ପୂଜକ ଅମିତାଭ ପଣ୍ଡା,କମିଟି ସଭାପତି ହରିଶ୍ଚନ୍ଦ୍ର ଜେନା, ସମ୍ପାଦକ ରବି ଅଗ୍ରୱାଲ, କୋଷାଧ୍ୟକ୍ଷ ସୂରଜ କୁମାର ଭୋଇ, ଭାଗବାନ ବେହେରା, ରମାକାନ୍ତ ସ୍ୱାଇଁ, ରାଜେଶ ଅଗ୍ରୱାଲ, ମାୟାଧର ମିଶ୍ର, ସନ୍ତୋଷ କୁମାର ଦାସ, ରାକେଶ କୁମାର ଦାସ ପ୍ରମୂଖ ଅନ୍ୟ ମାନଙ୍କ ସହଯୋଗ ରେ ବେଶ୍ ସରସ ସୁନ୍ଦର ହୋଇ ଚାଲିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

masiha

ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ :ବାଈ ନାଚ ସାଙ୍ଗକୁ ବାଜା ବାଣରେ ଦୁଳୁକିଲା ସହର

ବଳରାମଙ୍କ ଚନ୍ଦନ ଲାଗି ବେଶ ଚାଲୁରହିଛି 

Sunil Chandra Nayak

Leave a Comment

error: Content is protected !!