ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପବିତ୍ର ରାମ ନବମୀ ଉପଲକ୍ଷେ ଚିରଞ୍ଜିବୀ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା.

କାମାକ୍ଷାନଗର (ମନିସ )30.03.// ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମାକୁଆକାଟେଣୀ ପଞ୍ଚାୟତ କୁଳିବଣିଆ ସାହିର ରାମମନ୍ଦିର ପ୍ରାଗଣରେ ଏକ ନୂତନ ମହାବୀର ହନୁମାନଙ୍କର ବିଗ୍ରହ ପତିଷ୍ଠା ହୋଇଯାଇଛି l ଏହି ପବିତ୍ର ରାମ ନବମୀ ଉପଲକ୍ଷେ ସେହି ଆଖ ପାଖ ଅଂଚଳର ଭକ୍ତବୃନ୍ଦ ଓ ଶ୍ରଦ୍ଧାଳୁ ବହୁ ମାତ୍ରାରେ ଯୋଗଦାନ ଦେଇଥିଲେ l ଗ୍ରାମର ମହିଳା ମାନେ ଜଳପୂର୍ଣକଳସୀ ଧରି ମନ୍ଦିରକୁ ନେଇଥିଲେ l

ଏହି ଉତ୍ସବରେ ମହିଳା ସଂକୀର୍ତ୍ତନ ଓ ପାରମ୍ପରିକ ପାଲା ପରିବେଷଣ ହୋଇଥିଲା lଯାହା ମନ୍ଦିର ପ୍ରାଗଣରେ ଭକ୍ତ ଏବଂ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା l ମନ୍ଦିର ପରିଚାଳନା କମିଟି ବୃନ୍ଦ ପୂର୍ଵ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଆଡମ୍ବରରେ ପରିଚାଳନା କରିଥିଲେ l ବିଗ୍ରହ ପ୍ରତିଷ୍ଠା ପରେ ଭକ୍ତ ଓ ଦର୍ଶକ ପ୍ରସାଦ ସେବନ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧର୍ମଗଡ ସ୍ଥିତ ମା ଦୁର୍ଗାଙ୍କ ଶକ୍ତି ପୀଠରେ ଧୁମଧାମରେ ପାଳିତ ହୋଇଛି କନ୍ୟା ପୂଜନ 

Sunil Chandra Nayak

ରୁପ୍ରାରୋଡରେ ହନୁମାନ ଜୟନ୍ତୀ 

Sunil Chandra Nayak

ଆଜି ଠାରୁ ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସ ଆରମ୍ଭ

Leave a Comment

error: Content is protected !!