ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ 

 ଢେଙ୍କାନାଳ (ମନିସ)31/8/25 —  ଢେଙ୍କାନାଳ ଗଣ ପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଦୁଇ ପ୍ରମୁଖ ପୂଜା ପ୍ରତିଷ୍ଠାନ ଆଜି ପବିତ୍ର ରାଧାଷ୍ଟମୀ ତିଥିରେ ଶୁଭ ମାଟି ଅନୁକୂଳ କରିଛନ୍ତି l ଏହି ଗଜଲକ୍ଷ୍ମୀ ପୂଜା ର ଆଦ୍ୟ ପର୍ବ ଶୁଭ ମାଟି ଅନୁକୂଳ ବେଶ ଧୂମଧାମ ହୋଇଯାଇଛି l ଜଗତ ଜନନୀ ମା ମହାଲକ୍ଷ୍ମୀ ଙ୍କ ମୁଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ଢେଙ୍କାନାଳ ସହର ର ଏକ ପ୍ରମୁଖ ଶ୍ରୀ ଶ୍ରୀ ସୌଭାଗ୍ୟ ଲଷ୍ମୀ ପୂଜା ପ୍ରତିଷ୍ଠାନ ଗଣେଶ ବଜାର ଓ ମଉଡମଣୀ ପୂଜା ପ୍ରତିଷ୍ଠାନ ମୀନ ବଜାର ଯଥା ରୀତିନୀତି ପୂଜାବିଧି କରି ବ୍ରାହ୍ମଣୀ ନଦୀ କୂଳରୁ ମାଟି ଅନୁକୂଳ କରି ସହରରେ ଶୋଭାଯାତ୍ରା କରି ନିଜ ପୂଜାମଣ୍ଡପ ରେ ସ୍ଥାପନ ପାରିଥିଲେ l ଲଷ୍ମୀପୂଜା ର ଗଣ ପର୍ବ ଆରମ୍ଭ ହେଲା ବୋଲି ସହର ବାସୀ ଙ୍କ ମନରେ ପୂଜା ମାହୋଲ ସୃଷ୍ଟି ହୋଇଛି l ଆଜି ସକାଳୁ ଶୁଭ ମୁହୂର୍ତ ରେ ଦୁଇ ପୂଜା ପ୍ରତିଷ୍ଠିନ ର ସଦସ୍ୟ ଓ ସାହି ବାସିନ୍ଦା ଘଣ୍ଟ ଘଣ୍ଟା, ଖୋଳ କୀର୍ତନ କରି ବିରାଟ ଶୋଭାଯାତ୍ରା ରେ ଶତାଧିକ କର୍ମକର୍ତା ଯୋଗ ଦେଇଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

Sunil Chandra Nayak

ଲୁହାକାନୀ ଗ୍ରାମର ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆଜି ଘଟ ଉତ୍ତୋଳନ ଉତ୍ସବ

masiha

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ସହାୟତାରେ ବିଶ୍ଵ ମଙ୍ଗଳ କାମନା କଲେ ଦିବ୍ୟାଙ୍ଗ କାଉଡ଼ିଆ 

Sunil Chandra Nayak

Leave a Comment

error: Content is protected !!