ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ 

 ଢେଙ୍କାନାଳ (ମନିସ)31/8/25 —  ଢେଙ୍କାନାଳ ଗଣ ପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଦୁଇ ପ୍ରମୁଖ ପୂଜା ପ୍ରତିଷ୍ଠାନ ଆଜି ପବିତ୍ର ରାଧାଷ୍ଟମୀ ତିଥିରେ ଶୁଭ ମାଟି ଅନୁକୂଳ କରିଛନ୍ତି l ଏହି ଗଜଲକ୍ଷ୍ମୀ ପୂଜା ର ଆଦ୍ୟ ପର୍ବ ଶୁଭ ମାଟି ଅନୁକୂଳ ବେଶ ଧୂମଧାମ ହୋଇଯାଇଛି l ଜଗତ ଜନନୀ ମା ମହାଲକ୍ଷ୍ମୀ ଙ୍କ ମୁଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ଢେଙ୍କାନାଳ ସହର ର ଏକ ପ୍ରମୁଖ ଶ୍ରୀ ଶ୍ରୀ ସୌଭାଗ୍ୟ ଲଷ୍ମୀ ପୂଜା ପ୍ରତିଷ୍ଠାନ ଗଣେଶ ବଜାର ଓ ମଉଡମଣୀ ପୂଜା ପ୍ରତିଷ୍ଠାନ ମୀନ ବଜାର ଯଥା ରୀତିନୀତି ପୂଜାବିଧି କରି ବ୍ରାହ୍ମଣୀ ନଦୀ କୂଳରୁ ମାଟି ଅନୁକୂଳ କରି ସହରରେ ଶୋଭାଯାତ୍ରା କରି ନିଜ ପୂଜାମଣ୍ଡପ ରେ ସ୍ଥାପନ ପାରିଥିଲେ l ଲଷ୍ମୀପୂଜା ର ଗଣ ପର୍ବ ଆରମ୍ଭ ହେଲା ବୋଲି ସହର ବାସୀ ଙ୍କ ମନରେ ପୂଜା ମାହୋଲ ସୃଷ୍ଟି ହୋଇଛି l ଆଜି ସକାଳୁ ଶୁଭ ମୁହୂର୍ତ ରେ ଦୁଇ ପୂଜା ପ୍ରତିଷ୍ଠିନ ର ସଦସ୍ୟ ଓ ସାହି ବାସିନ୍ଦା ଘଣ୍ଟ ଘଣ୍ଟା, ଖୋଳ କୀର୍ତନ କରି ବିରାଟ ଶୋଭାଯାତ୍ରା ରେ ଶତାଧିକ କର୍ମକର୍ତା ଯୋଗ ଦେଇଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୁଲଡ଼ିହା ଗ୍ରାମର ନୂତନ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

masiha

ପୂଜାରିଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!