ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଡାବୁଗାଁ, ୩୧/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଡାବୁଗାଁ ଭୂତପୂର୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟତ୍ରୀ ବନଲତା ମହାନ୍ତି ଙ୍କ ସଭାପତିତ୍ଵରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଯୋଗ ଦେଇ କହିଥିଲେ ଯେ ଅବସର ନେଉଥିବାଶିକ୍ଷୟତ୍ରୀ ଙ୍କ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠା, ତାଙ୍କର ଶିକ୍ଷାଦାନ ର କୌଶଳ କୁ ପ୍ରଶଂସା କରିଥିଲେ ଏବଂ ଉପସ୍ଥିତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ତାଙ୍କ ର ମାର୍ଗ ଆପଣେଇବାକୁ ପରାମର୍ଶ ଦେଇଥିଲେ | ଆଜି ସହକାରୀ ଶିକ୍ଷୟତ୍ରୀ ବିଦ୍ୟୁତ ସବିତା ଦାସ ଏହି ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ | ଶିକ୍ଷୟତ୍ରୀ ନିଜ ଅବିଭାଷଣ ଦେବା ସମୟରେ କହିଥିଲେ ଯେ ଏହା ମୋ ପାଇଁ ବିଦ୍ୟାଳୟ ନଥିଲା ନିଜ ଘର ପରି ଲାଗୁଥିଲା ମୁଁ ସବୁ ଛାତ୍ରୀ ଛାତ୍ର ମାନଙ୍କୁ ନିଜର ଝିଅପୁଅ ଭାବି ପାଠ ପଢାଉଥିଲି ବୋଲି କହି କାନ୍ଦି ପକାଇଥିଲେ | ପରେ ସହକାରୀ ଶିକ୍ଷୟତ୍ରୀ ବିଦ୍ୟୁତ ସବିତା ଦାସ ନ୍କାଉ ଅତିଥି ମାନେ ଉତ୍ତୋରୀୟ, ମାନପତ୍ର ଓ ପୁଷ୍ପଗୁଛ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏହା ସହ ଛାତ୍ରୀ ଛାତ୍ର ମାନେ ମଧ୍ୟ ଶିକ୍ଷୟତ୍ରୀଙ୍କୁ ଉପହାର ଦେଇଥିଲେ | ଏହାସହ ୨ ଚାରା ଗଛ ମଧ୍ୟ ଉପହାର ଦିଆଯାଇଥିଲା | ଉକ୍ତ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଗୁପ୍ତ ପ୍ରସାଦ ନାଗ ଓ ହେମନ୍ତ କୁମାର ପଣ୍ଡା, ଗିରିଶବାଳା ଜେନା, ପୁଷ୍ପାଞ୍ଜଳି ମଣି, ଅନିତା ବେହରା, ଶଶ୍ମିତା ଗୁଇଁ, ଚିନ୍ମୟ ପଟ୍ଟନାୟକ, ଶିକ୍ଷକ ତ୍ରିନାଥ ପମ୍ବିଆ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

masiha

ବାଗପୁର ଗ୍ରାମରେ ଗୌନ୍ତିଆ ବରଣ କଲେ ଗ୍ରାମ ବାସୀ

masiha

ମକା କ୍ଷେତରୁ ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ 

Sunil Chandra Nayak

Leave a Comment

error: Content is protected !!