ଡାବୁଗାଁ, ୩୧/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଡାବୁଗାଁ ଭୂତପୂର୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟତ୍ରୀ ବନଲତା ମହାନ୍ତି ଙ୍କ ସଭାପତିତ୍ଵରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଯୋଗ ଦେଇ କହିଥିଲେ ଯେ ଅବସର ନେଉଥିବାଶିକ୍ଷୟତ୍ରୀ ଙ୍କ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠା, ତାଙ୍କର ଶିକ୍ଷାଦାନ ର କୌଶଳ କୁ ପ୍ରଶଂସା କରିଥିଲେ ଏବଂ ଉପସ୍ଥିତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ତାଙ୍କ ର ମାର୍ଗ ଆପଣେଇବାକୁ ପରାମର୍ଶ ଦେଇଥିଲେ | ଆଜି ସହକାରୀ ଶିକ୍ଷୟତ୍ରୀ ବିଦ୍ୟୁତ ସବିତା ଦାସ ଏହି ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ | ଶିକ୍ଷୟତ୍ରୀ ନିଜ ଅବିଭାଷଣ ଦେବା ସମୟରେ କହିଥିଲେ ଯେ ଏହା ମୋ ପାଇଁ ବିଦ୍ୟାଳୟ ନଥିଲା ନିଜ ଘର ପରି ଲାଗୁଥିଲା ମୁଁ ସବୁ ଛାତ୍ରୀ ଛାତ୍ର ମାନଙ୍କୁ ନିଜର ଝିଅପୁଅ ଭାବି ପାଠ ପଢାଉଥିଲି ବୋଲି କହି କାନ୍ଦି ପକାଇଥିଲେ | ପରେ ସହକାରୀ ଶିକ୍ଷୟତ୍ରୀ ବିଦ୍ୟୁତ ସବିତା ଦାସ ନ୍କାଉ ଅତିଥି ମାନେ ଉତ୍ତୋରୀୟ, ମାନପତ୍ର ଓ ପୁଷ୍ପଗୁଛ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏହା ସହ ଛାତ୍ରୀ ଛାତ୍ର ମାନେ ମଧ୍ୟ ଶିକ୍ଷୟତ୍ରୀଙ୍କୁ ଉପହାର ଦେଇଥିଲେ | ଏହାସହ ୨ ଚାରା ଗଛ ମଧ୍ୟ ଉପହାର ଦିଆଯାଇଥିଲା | ଉକ୍ତ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଗୁପ୍ତ ପ୍ରସାଦ ନାଗ ଓ ହେମନ୍ତ କୁମାର ପଣ୍ଡା, ଗିରିଶବାଳା ଜେନା, ପୁଷ୍ପାଞ୍ଜଳି ମଣି, ଅନିତା ବେହରା, ଶଶ୍ମିତା ଗୁଇଁ, ଚିନ୍ମୟ ପଟ୍ଟନାୟକ, ଶିକ୍ଷକ ତ୍ରିନାଥ ପମ୍ବିଆ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ